କିଏ ହେବେ ଉତ୍ତରାଧିକାରୀ, ଦଲାଇ ଲାମାଙ୍କ ଜବାବ ଶୁଣି ଚାଇନା ରାଗିକି ନିଆଁବାଣ
ବେଜିଂ,୨।୭: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଖୁବଶୀଘ୍ର ୯୦ ବର୍ଷରେ ପଦାର୍ପଣ କରିବେ। ତାଙ୍କ ବୟସ ହେତୁ, ଉତ୍ତରାଧିକାରୀ ବିଷୟରେ ଆଲୋଚନା ପୁଣି ତୀବ୍ର ହୋଇଛି। ୧୪ତମ ଦଲାଇ ଲାମା ୧୫ତମ ଦଲାଇ ଲାମା ଭାବରେ କାହାକୁ ବାଛିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଲାଇ ଲାମା ବାଛିବାର ପରମ୍ପରା ପ୍ରାୟ ୬୦୦ ବର୍ଷ ଧରି ଚାଲିଆସୁଛି। ୧୪ତମ ଦଲାଇ ଲାମା ତେଞ୍ଜିନ ଗ୍ୟାତସୋ ତାଙ୍କ ଉତ୍ତରାଧିକାରୀ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ […] The post କିଏ ହେବେ ଉତ୍ତରାଧିକାରୀ, ଦଲାଇ ଲାମାଙ୍କ ଜବାବ ଶୁଣି ଚାଇନା ରାଗିକି ନିଆଁବାଣ appeared first on Dharitri Odia News.
ବେଜିଂ,୨।୭: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଖୁବଶୀଘ୍ର ୯୦ ବର୍ଷରେ ପଦାର୍ପଣ କରିବେ। ତାଙ୍କ ବୟସ ହେତୁ, ଉତ୍ତରାଧିକାରୀ ବିଷୟରେ ଆଲୋଚନା ପୁଣି ତୀବ୍ର ହୋଇଛି। ୧୪ତମ ଦଲାଇ ଲାମା ୧୫ତମ ଦଲାଇ ଲାମା ଭାବରେ କାହାକୁ ବାଛିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଲାଇ ଲାମା ବାଛିବାର ପରମ୍ପରା ପ୍ରାୟ ୬୦୦ ବର୍ଷ ଧରି ଚାଲିଆସୁଛି। ୧୪ତମ ଦଲାଇ ଲାମା ତେଞ୍ଜିନ ଗ୍ୟାତସୋ ତାଙ୍କ ଉତ୍ତରାଧିକାରୀ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ତିବ୍ଦତୀୟ ବୌଦ୍ଧ ପରମ୍ପରା ଅନୁସାରେ ଉତ୍ତରାଧିକାରୀ ଚୟନ କରାଯିବ। ଏଥିରେ ଚାଇନାର କୌଣସି ଭୂମିକା ରହିବ ନାହିଁ।
ଦଲାଇ ଲାମା ଉତ୍ତରାଧିକାରୀ ଚୟନର ଦାୟିତ୍ୱ ଗାଡେନ ଫୋଡ୍ରଙ୍ଗ ଟ୍ରଷ୍ଟକୁ ହସ୍ତାନ୍ତର କରିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଦଲାଇ ଲାମା ପ୍ରତିଷ୍ଠାନ ଭବିଷ୍ୟତରେ ମଧ୍ୟ ଜାରି ରହିବ। ୨୦୧୧ରେ ଦିଆଯାଇଥିବା ପ୍ରତିଶ୍ରୁତି ଉଲ୍ଲେଖ କରିଛନ୍ତି। ୨୪ ସେପ୍ଟେମ୍ବର ୨୦୧୧ରେ ଏକ ବୈଠକରେ ଏହି ପ୍ରସଙ୍ଗ ଉଠାଯାଇଥିଲା ଯେ, ଏହି ପ୍ରତିଷ୍ଠାନ ଆହୁରି ଜାରି ରହିବା ଉଚିତ।
ଦଲାଇ ଲାମା ତାଙ୍କ ନିଜ କଥା ମନେ ପକାଇ କହିଥିଲେ,ଯେତେବେଳେ ମୁଁ ପ୍ରାୟ ୯୦ ବର୍ଷ ବୟସର ହେବି, ସେତେବେଳେ ମୁଁ ତିବ୍ଦତୀୟ ବୌଦ୍ଧ ପରମ୍ପରାର ଉଚ୍ଚ ଲାମା, ତିବ୍ଦତୀୟ ଲୋକ ଏବଂ ତିବ୍ଦତୀୟ ବୌଦ୍ଧ ଧର୍ମ ପାଳନ କରୁଥିବା ଲୋକଙ୍କ ସହିତ ପରାମର୍ଶ କରିବି।
ଉତ୍ତରାଧିକାରୀ ସମ୍ପର୍କରେ ଦଲାଇ ଲାମାଙ୍କ ବୟାନ ପରେ ଚାଇନାରେ ଉତ୍ତେଜନା ବୃଦ୍ଧି ପାଇଛି।
The post କିଏ ହେବେ ଉତ୍ତରାଧିକାରୀ, ଦଲାଇ ଲାମାଙ୍କ ଜବାବ ଶୁଣି ଚାଇନା ରାଗିକି ନିଆଁବାଣ appeared first on Dharitri Odia News.