ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ? ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ବଢ଼ିଲା ଆଶଙ୍କା

ଭୁବନେଶ୍ୱର : ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ  ? ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବା ପରେ ବଢ଼ିଛି ଗିରଫଦାରୀ ସମ୍ଭାବନା । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ ।  ଲାଞ୍ଚ ମାମଲାରେ ଗିରଫ ହୋଇଥିବା ବ୍ରିଜ୍ ଆଣ୍ଡ ରୁଫ କର୍ପୋରେସନର ଗ୍ରୁପ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ ବିଷ୍ଣୁପଦଙ୍କର କୌଣସି ସଂପର୍କ ନଥିବା ଆବେଦନରେ […] The post ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ? ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ବଢ଼ିଲା ଆଶଙ୍କା appeared first on KNews Odisha.

ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ? ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ବଢ଼ିଲା ଆଶଙ୍କା
Bishnupada

ଭୁବନେଶ୍ୱର : ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ  ? ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବା ପରେ ବଢ଼ିଛି ଗିରଫଦାରୀ ସମ୍ଭାବନା । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ ।  ଲାଞ୍ଚ ମାମଲାରେ ଗିରଫ ହୋଇଥିବା ବ୍ରିଜ୍ ଆଣ୍ଡ ରୁଫ କର୍ପୋରେସନର ଗ୍ରୁପ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ ବିଷ୍ଣୁପଦଙ୍କର କୌଣସି ସଂପର୍କ ନଥିବା ଆବେଦନରେ ଦର୍ଶା ଯାଇଥିଲା ।

ମାମଲାର ଶୁଣାଣି ବେଳେ ଆଗୁଆ ଜାମିନକୁ ବିରୋଧ କରିଥିଲା ସିବିଆଇ । ଲାଞ୍ଚ କାରବାରରେ ବିଷ୍ଣୁପଦଙ୍କ ସଂପୃକ୍ତିର ପ୍ରମାଣ ଉପସ୍ଥାପନ କରିଥିଲା । ସିବିଆଇ ତଥ୍ୟ ରଖିଥିଲା ଯେ, ଏକ ପ୍ରକଳ୍ପର ବିଲ୍ ପାସ୍ କରିବା ପାଇଁ ମେସର୍ସ ପେଣ୍ଟା ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ଚଞ୍ଚଲ ମୁଖାର୍ଜୀ । ମଧ୍ୟସ୍ଥି ଦେବଦତ୍ତ ମହାପାତ୍ରଙ୍କ ଗାଡ଼ିରୁ ଏହି ଟଙ୍କା ଜବତ ହୋଇଥିଲା । ୨୦୨୪ ଡିସେମ୍ବର ୭ତାରିଖରେ ସାକ୍ଷୀଙ୍କ ଉପସ୍ଥିତିରେ ଲାଞ୍ଚ ଟଙ୍କା ଜବତ ହୋଇଥିଲା ।  ଦେବଦତ୍ତ ମହାପାତ୍ରଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରିବାକୁ ଫୋନ୍ କରିଥିଲେ ବିଷ୍ଣୁପଦ ।

ବିଷ୍ଣୁପଦ ସ୍ବେଛାକୃତ ଭାବେ ଦେଇଥିବା ତାଙ୍କ କଣ୍ଠସ୍ବର ନମୁନା ଏହି ଫୋନ କଲ୍ ସହ ମେଳ ଖାଇଥିଲା ।  ଫରେନସିକ୍ ଲ୍ୟାବ CFSL ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା ।  ଲାଞ୍ଚ କାରବାର ଧରାପଡ଼ିବାର କିଛି ଦନ ପୂର୍ବରୁ ସେହି ଦେବଦତ୍ତ ମହାପାତ୍ରଙ୍କ ଠାରୁ ବିଷ୍ଣୁପଦଙ୍କ ଝିଅ ଦାମୀ ଗିଫ୍ଟ ଗ୍ରହଣ କରିଥିଲେ ।  ଏଥିରେ ଥିଲା ମ୍ୟାକ୍ ବୁକ୍ ଓ ୧ ଲକ୍ଷ ୪୬ ହଜାର ଟଙ୍କାର ଏକ ବିଳାସପୂର୍ଣ୍ଣ ହାତ ଘଣ୍ଟା ।  ଲାଞ୍ଚ କାରବାର ଧରା ପଡ଼ିବାର କିଛି ଦିନ ପୂର୍ବରୁ ଚଞ୍ଚଲ ମୁଖାର୍ଜୀ ବିଷ୍ଣୁପଦଙ୍କୁ ଭେଟିଲେ ।

କେବଳ ସେତିକି ନୁହେଁ,ତଦନ୍ତ ବେଳେ ବିଷ୍ଣୁପଦଙ୍କର ଦୁଇଟି ଲକର ଠାବ ହୋଇଥିଲା ।  ପୂର୍ବରୁ ତାଙ୍କର କୌଣସି ଲକର ନଥିବା ସେ ସିବିଆଇକୁ କହିଥିଲେ ।  ତେବେ ତଦନ୍ତ ବେଳେ ମିଳିଥିବା ଦୁଇଟି ଲକରରେ କିଛି ମିଳିନଥିଲା ।  ଏଥିସହ ବିଷ୍ଣୁପଦଙ୍କ ଦୁଇଟି ଆଇଫୋନକୁ ମଧ୍ୟ ଜାଣି ଶୁଣି ଅକାମୀ କରିଦେଇଥିବା କୋର୍ଟକୁ କହିଥିଲା ସିବିଆଇ ।

The post ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ? ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ବଢ଼ିଲା ଆଶଙ୍କା appeared first on KNews Odisha.