ନାକଟିଦେଉଳ ମହାବିଦ୍ୟାଳୟରେ ରକ୍ତଚିହ୍ନଟ ଓ ରକ୍ତଦାନ ଶିବିର

ସମ୍ବଲପୁର:ନାକଟିଦେଉଳ ମହାବିଦ୍ୟାୟ ର ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟ ମଙ୍ଗଳବାର ଏନ୍ ଏସ୍ ଏସ୍ ଦିବସ ପାଳିତ ହେବା ସହିତ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ଏହି ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବରେ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟ ବ୍ଲଡ୍ ବେଙ୍କ୍ ର ଟେକ୍ନିକାଲ୍ ଇନ୍ଚାର୍ଯ୍ ଅଧିକାରୀ ଇନ୍ଦ୍ରମଣି ବେହେରା ଉଦଘାଟନ କରିଥିଲେ।ମହାବିଦ୍ୟାଳୟ ର ଅଧକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଚେତନତା ସଭା ରେ ଇନ୍ଦ୍ରମଣି ବେହେରା, ରେଢାଖୋଲ ବ୍ଲଡ୍ […] The post ନାକଟିଦେଉଳ ମହାବିଦ୍ୟାଳୟରେ ରକ୍ତଚିହ୍ନଟ ଓ ରକ୍ତଦାନ ଶିବିର appeared first on Odisha.News.

ନାକଟିଦେଉଳ ମହାବିଦ୍ୟାଳୟରେ ରକ୍ତଚିହ୍ନଟ ଓ ରକ୍ତଦାନ ଶିବିର

ସମ୍ବଲପୁର:ନାକଟିଦେଉଳ ମହାବିଦ୍ୟାୟ ର ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟ ମଙ୍ଗଳବାର ଏନ୍ ଏସ୍ ଏସ୍ ଦିବସ ପାଳିତ ହେବା ସହିତ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ଏହି ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବରେ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟ ବ୍ଲଡ୍ ବେଙ୍କ୍ ର ଟେକ୍ନିକାଲ୍ ଇନ୍ଚାର୍ଯ୍ ଅଧିକାରୀ ଇନ୍ଦ୍ରମଣି ବେହେରା ଉଦଘାଟନ କରିଥିଲେ।ମହାବିଦ୍ୟାଳୟ ର ଅଧକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଚେତନତା ସଭା ରେ ଇନ୍ଦ୍ରମଣି ବେହେରା, ରେଢାଖୋଲ ବ୍ଲଡ୍ ବେଙ୍କ୍ ର ସହାୟିକା ମନୋରମା ଧଳ ଓ ତପସ୍ବିନୀ ପ୍ରଧାନ ତଥା ବିଶିଷ୍ଠ ସମାଜସେବୀ ପ୍ରଦୀପ କୁମାର ବିଶ୍ବାଳ ରକ୍ତଦାନ ର ଆବଶ୍ୟକତା,ମହାନତା ତଥା ରକ୍ତଦାନ ର ନିୟମ ସମ୍ପର୍କ ରେ ଆଲୋକପାତ କରିଥିଲେ। ଏନ୍ ଏସ୍ ଏସ୍ ପ୍ରୋଗ୍ରାମ୍ ଅଫିସର୍ ଭଜମୋହନ ପ୍ରଧାନ ଜାତୀୟ ସେବା ଯୋଜନା ର ଆଭିମୁଖ୍ୟ ବିଷୟ ରେ ଆଲୋକପାତ କରିଥିବାବେଳେ ଅଧ୍ୟାପକ ଶେଷଦେବ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଶିବିରରେ ୧୦୦ ଜଣ ଛାତ୍ର ଛାତ୍ରୀ ଙ୍କ ର ରକ୍ତ ଚିହ୍ନଟ କରାଯାଇଥିବା ବେଳେ ୨୫ ୟୁନିଟ୍ ରକ୍ତ ସଂଗ୍ରୁହିତ ହୋଇଥିଲା। ରକ୍ତ ଦାନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଦିଆଯାଇଥିଲା।ଅଧ୍ୟାପକ ଦେବେଶ ବିଶ୍ବାଳ, ବିନୋଦ ବିହାରୀ ପ୍ରଧାନ, ଅଧ୍ୟାପିକା ଜୟନ୍ତୀ ସାହୁ, ଲିଟିନା ପ୍ରିୟଦର୍ଶନୀ, ଗ୍ରନ୍ଥଗାରିକ ବିଭୁତି ଭୁଷଣ ସାହୁ ଓ ସୁଦାମ ଚରଣ ସାହୁ ସହଯୋଗ କରିଥିଲେ।ଏହି ସମାରୋହ ରେ ସମସ୍ତ ଏନ୍ଏସ୍ଏସ୍ ସ୍ବେଛାସେବୀ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

The post ନାକଟିଦେଉଳ ମହାବିଦ୍ୟାଳୟରେ ରକ୍ତଚିହ୍ନଟ ଓ ରକ୍ତଦାନ ଶିବିର appeared first on Odisha.News.