ଜନଜାତି ଗୌରବ ଦିବସ ପାଳିତ
ସମ୍ବଲପୁର:ଆଜି ଅଖିଳ ଭାରତୀୟ ବିଧ୍ୟାର୍ଥୀ ପରିଷଦ ଗଙ୍ଗାଧର ମେହେର ବିଶ୍ୱାବିଧ୍ୟାଳୟ ଶାଖା ତରଫରୁ ଜନଜାତି ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ତିଥି ଉପଲକ୍ଷେ ବିର୍ସା ମୁଣ୍ଡା ଜୟନ୍ତୀ ଗଙ୍ଗାଧର ମେହେର ବିଶ୍ୱାବିଧ୍ୟାଳୟ ଅଭିମୁଖେ ପାଳନ ହୋଇ ଯାଇ ଅଛି। ଏଥିରେ ଏବିଭିପି ଓଡିଶା ପ୍ରାନ୍ତ ସହ ସଂଗଠନ ମନ୍ତ୍ରୀ ନିକୁଞ୍ଜ ବିହାରୀ ପଣ୍ଡା ବିଶେଷ ଭାବେ ଉପସ୍ଥିତ ରହି ବିର୍ସା ମୁଣ୍ଡା ଙ୍କ ଏଥିହାସିକ ଜୀବନ ଗାଥା ଓ ଦେଶ ପାଇଁ […] The post ଜନଜାତି ଗୌରବ ଦିବସ ପାଳିତ appeared first on Odisha.News.

ସମ୍ବଲପୁର:ଆଜି ଅଖିଳ ଭାରତୀୟ ବିଧ୍ୟାର୍ଥୀ ପରିଷଦ ଗଙ୍ଗାଧର ମେହେର ବିଶ୍ୱାବିଧ୍ୟାଳୟ ଶାଖା ତରଫରୁ ଜନଜାତି ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ତିଥି ଉପଲକ୍ଷେ ବିର୍ସା ମୁଣ୍ଡା ଜୟନ୍ତୀ ଗଙ୍ଗାଧର ମେହେର ବିଶ୍ୱାବିଧ୍ୟାଳୟ ଅଭିମୁଖେ ପାଳନ ହୋଇ ଯାଇ ଅଛି। ଏଥିରେ ଏବିଭିପି ଓଡିଶା ପ୍ରାନ୍ତ ସହ ସଂଗଠନ ମନ୍ତ୍ରୀ ନିକୁଞ୍ଜ ବିହାରୀ ପଣ୍ଡା ବିଶେଷ ଭାବେ ଉପସ୍ଥିତ ରହି ବିର୍ସା ମୁଣ୍ଡା ଙ୍କ ଏଥିହାସିକ ଜୀବନ ଗାଥା ଓ ଦେଶ ପାଇଁ ତାଙ୍କର ଯୋଗଦାନ ଓ ଆନ୍ଦୋଳନ ବିଷୟରେ ଉଦବୋଧନ ଦେବା ସହ କିଭଳି ଭାବେ ବର୍ତମାନ ର ଛାତ୍ର ସମାଜ ଓ ଯୁବ ପିଢ଼ି ବିର୍ସା ମୁଣ୍ଡା ଙ୍କ ଆଦର୍ଶ କୁ ନିଜ ଜୀବନ ଶୈଳୀ ରେ ଅନୁପ୍ରାଣିତ କରିବେ। ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦଶ୍ୟ ଶ୍ଵେତାଂଶୁ ଶେଖର ବରାଇ, ରାଜ୍ୟ ସହ ସମ୍ପାଦକ ସିମରାନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଓମପ୍ରକାଶ ପ୍ରଧାନ,ବିଭାଗ ସଂଗଠନ ସମ୍ପାଦକ ବିଜୟ କାଲଟା, ରାଜ୍ୟ ୟୁନିଭେର୍ସିଟି ସହ ସଂଯୋଜକ ୟଶ୍ବର୍ଧନ ତିୱାରୀ, ଜ଼ିଲ୍ଲା ସଂଯୋଜକ ପ୍ରିୟାଂଶୁ ଶେଖର ମେହେର, ନଗର ସମ୍ପାଦକ ନଗେନ ରାଉତ, ନଗର ମେଡ଼ିଆ ସଂଯୋଜକ ନୀତେଶ ପାଣିଗ୍ରାହୀ, ରାଉଣକ, ସୁବ୍ରତ, ସ୍ୱାଗତ, ସ୍ୱସ୍ତିକ, କୁଞ୍ଜନ, ବିବେକ, ଦେବାଶିଷ, ଗିରିଶ, କୁନା, ଅମ୍ରିତା, ଶୁଭମ, ସ୍ୱାଧୀନ, ରିୟା, ଜିତେଶ, ନରେଶ, ଖୋକନ, ନୂରାଣୀ, ଚିଣ୍ଟୁ, ଆୟୁଷ ସହିତ ୫୦ ରୁ ଅଧିକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
The post ଜନଜାତି ଗୌରବ ଦିବସ ପାଳିତ appeared first on Odisha.News.