ପଞ୍ଚମା ଗ୍ରାମରେ ପୋଖରୀ ରେ ବୁଡ଼ି ଦୁଇ ନାବାଳକ ମୃତ୍ୟୁ
ଗୋପାଳପୁର,୦୯/୦୯ ପୁଜା କରୁଥିବା ଗଣେଶଙ୍କ ମୂର୍ତ୍ତିକୁ ପୋଖରୀ ରେ ବିସର୍ଜନ ସାରି ସମସ୍ତେ ଘରକୁ ଫେରିବା ପରେ ଦୁଇ ନାବଳକ ସାଙ୍ଗ ପୁଣି ପୋଖରୀ କୁ ଗାଧୋଇ ବାକୁ ଯାଇ ସେଠାରେ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ ଦୁଃଖର ସାୟା ଖେଳି ଯାଇଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ଧୋବା ସାହି ରେ ଜଣଙ୍କ ଘରେ ପୂଜା ପାଉଥିବା ଗଣେଶ ମୂର୍ତ୍ତିକୁ ଗାଁ ରେ ଥିବା ପାତାଳେଶ୍ବର ପୋଖରୀ ରେ ବିସର୍ଜନ କରିବାକୁ ସାହି ର […] The post ପଞ୍ଚମା ଗ୍ରାମରେ ପୋଖରୀ ରେ ବୁଡ଼ି ଦୁଇ ନାବାଳକ ମୃତ୍ୟୁ appeared first on Odisha.News.

ଗୋପାଳପୁର,୦୯/୦୯
ପୁଜା କରୁଥିବା ଗଣେଶଙ୍କ ମୂର୍ତ୍ତିକୁ ପୋଖରୀ ରେ ବିସର୍ଜନ ସାରି ସମସ୍ତେ ଘରକୁ ଫେରିବା ପରେ ଦୁଇ ନାବଳକ ସାଙ୍ଗ ପୁଣି ପୋଖରୀ କୁ ଗାଧୋଇ ବାକୁ ଯାଇ ସେଠାରେ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ ଦୁଃଖର ସାୟା ଖେଳି ଯାଇଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ଧୋବା ସାହି ରେ ଜଣଙ୍କ ଘରେ ପୂଜା ପାଉଥିବା ଗଣେଶ ମୂର୍ତ୍ତିକୁ ଗାଁ ରେ ଥିବା ପାତାଳେଶ୍ବର ପୋଖରୀ ରେ ବିସର୍ଜନ କରିବାକୁ ସାହି ର କିଛି ଲୋକଙ୍କ ସହ କିଛି ନାବାଳକ ମଧ୍ୟ ଯାଇଥିଲେ। ପୋଖରୀ ରେ ମୂର୍ତ୍ତି ବିସର୍ଜନ ସାରି ସମସ୍ତେ ଘରକୁ ଫେରିଥିଲେ। କିନ୍ତୁ ଦୁଇ ସାଙ୍ଗ ପୁଣିଥରେ ପୋଖରୀ କୁ ଗାଧୋଇ ବାକୁ ଯାଇ ପୋଖରୀ ରେ ବୁଡ଼ି ପ୍ରାଣ ହରାଇଥିଲେ।ମୃତକ ଦୁଇଜଣ ହେଲେ ପଞ୍ଚାମା ବଡସାହି
କୃଷ୍ଣ ପ୍ରଧାନଙ୍କ ୧୨ ବର୍ଷୀୟ ପୁଅ ସୈାମ୍ୟ ପ୍ରଧାନ ଏବଂ ବିନୋଦ ସେଠୀଙ୍କ ୧୧ ବର୍ଷର ପୁଅ ଆଦିତ୍ୟ ସେଠୀ ବୋଲି ପୁଲିସ ସୂଚନା ଦେଇଛି।ଘଟଣା ଘଟିବା ପରେ ଗାଁ ଲୋକ ଜାଣିପାରି ଉଭୟ ଙ୍କୁ ଗୁରୁତର ଅବସ୍ଥାରେ ପୋଖରୀ ରୁ ଉଦ୍ଧାର କରିବା ସହ ବ୍ରହ୍ମପୁର ବଡ ମେଡିକାଲ କୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ଉଭୟ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଏହି ଦୁଃଖଦ ଘଟଣା ପରେ ହସଖୁସିରେ ଫାଟି ପଡ଼ୁଥିବା ଗାଁରେ ନୀରବତ ଛାଇ ଯାଇଛି।ଉଭୟେ ଗୋଳନ୍ଥରା ସ୍ଥିତ ବାଣିଶ୍ରୀ ବିଦ୍ୟା ମନ୍ଦିରରେ ୬ ଷ୍ଠ ଶ୍ରେଣୀ ରେ ପାଠ ପଢୁଥିବା ଜଣାପଡିଛି।
ଘଟଣା ଘଟିବା ଜଣାପଡିବା ପରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ପକ୍ଷରୁ ତାଙ୍କର କିଛି କର୍ମୀ ଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପଠାଯିବା ସହ କନିଷି ତହସିଲଦାର କବିରାଜ ପ୍ରଧାନ, ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପଠାଇବା ସହ ଶବ ବ୍ୟବଚ୍ଛେଦ ପୂର୍ବକ ଉଭୟ ପରିବାରକୁ ଶବ ହସ୍ତାନ୍ତର ର ବ୍ୟବସ୍ଥା କରାଇଥିଲେ।ଏହା ସହ ଉଭୟ ପରିବାରକୁ ୧୦ ହଜାର ଟଙ୍କା ର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବା ସହ ରେଡକ୍ରସ ପାଣ୍ଠି ରୁ ମଧ୍ୟ ସହାୟତା ପ୍ରଦାନ ରାଜ୍ୟ ସରକାରଙ୍କ ସହାୟତା ପାଣ୍ଠିରୁ ସହାୟତା ପ୍ରଦାନ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି।ଘଟଣା ନେଇ ଗୋଳନ୍ଥରା ଥାନାରେ ୪୦,୪୧/୨୪ ରେ ୨ ଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
The post ପଞ୍ଚମା ଗ୍ରାମରେ ପୋଖରୀ ରେ ବୁଡ଼ି ଦୁଇ ନାବାଳକ ମୃତ୍ୟୁ appeared first on Odisha.News.