ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ହଇଚଇ: କ’ଣ ରାହୁଲଙ୍କ ଜାତି? କଂଗ୍ରେସ କରିଦେଲା ଖୁଲାସା

ନୂଆଦିଲ୍ଲୀ,୩୧।୭: ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ମଙ୍ଗଳବାର ଲୋକ ସଭାରେ ଭାଷଣ ଦେବାବେଳେ ଭାଜପା ଏମପି ଅନୁରାଗ ଠାକୁର କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଜାତି କ’ଣ ବୋଲି ପଚାରିଥିଲେ। ସେ କହିଥିଲେ, ଯାହାଙ୍କୁ ଜାତି ବିଷୟରେ ଜଣାନାହିଁ ସେ ଜାତି ଗଣନା ପ୍ରସଙ୍ଗ ଉାଂବା କଥା ନୁହେଁ। ଯାହାପରେ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। ବିରୋଧୀ ଦଳର ନେତା ରାହୁଲ ଅନୁରାଗଙ୍କ ଜାତି ପ୍ରଶ୍ନକୁ […] The post ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ହଇଚଇ: କ’ଣ ରାହୁଲଙ୍କ ଜାତି? କଂଗ୍ରେସ କରିଦେଲା ଖୁଲାସା appeared first on Dharitri Odia News.

ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ହଇଚଇ: କ’ଣ ରାହୁଲଙ୍କ ଜାତି? କଂଗ୍ରେସ କରିଦେଲା ଖୁଲାସା

ନୂଆଦିଲ୍ଲୀ,୩୧।୭: ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ମଙ୍ଗଳବାର ଲୋକ ସଭାରେ ଭାଷଣ ଦେବାବେଳେ ଭାଜପା ଏମପି ଅନୁରାଗ ଠାକୁର କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଜାତି କ’ଣ ବୋଲି ପଚାରିଥିଲେ। ସେ କହିଥିଲେ, ଯାହାଙ୍କୁ ଜାତି ବିଷୟରେ ଜଣାନାହିଁ ସେ ଜାତି ଗଣନା ପ୍ରସଙ୍ଗ ଉାଂବା କଥା ନୁହେଁ। ଯାହାପରେ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। ବିରୋଧୀ ଦଳର ନେତା ରାହୁଲ ଅନୁରାଗଙ୍କ ଜାତି ପ୍ରଶ୍ନକୁ ଅପମାନ ବୋଲି କହିଛନ୍ତି ଏବଂ ଜାତି ଜନଗଣନା ଦାବି ପ୍ରସଙ୍ଗ ଉଠାଇବାରେ ତାଙ୍କୁ କେହି ଅଟକାଇ ପାରିବେନି ବୋଲି ସେ ଜୋର୍‌ ଦେଇଛନ୍ତି।

ତେବେ ଏହି ବିବାଦ ମଧ୍ୟରେ କଂଗ୍ରେସ ମୁହଁ ଖୋଲିଛି ଯେଉଁଥିରେ ଦଳର ନେତା ଭାଜପା ଓ ଅନୁରାଗ ଠାକୁରଙ୍କୁ ସମାଲୋଚନା କରିବା ସହ ବିରୋଧୀଦଳର ନେତାଙ୍କ ଜାତି କ’ଣ ବୋଲି ଖୁଲାସା କରିଛନ୍ତି। କଂଗ୍ରେସ ନେତା ପୱନ ଖେଡା କହିଛନ୍ତି, ଅନୁରାଗ ଠାକୁର କହିଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କ ଜାତି ଜାଣନ୍ତି ନାହିଁ? ଏହି ପ୍ରାନ ପଚାରି ସେ ସଂସଦରେ ସଦସ୍ୟତା ହରାଇ ପାରନ୍ତି। ଏବଂ ତାଙ୍କ କାରଣରୁ ଭାଜପା ଗୁରୁତର କ୍ଷତି ସହିପାରେ। ଯଦି ରାହୁଲ ଗାନ୍ଧୀଙ୍କ ଜାତି ଜାଣିବାକୁ ଚାହାଁନ୍ତି ତେବେ ଜାଣନ୍ତୁ ତାଙ୍କ ଜାତି ଶହୀଦ ।

ତେବେ ଜାତି ଟିପ୍ପରୀକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ। ସେ ଅନୁରାଗଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କ ଜାତି ଜାଣିବାକୁ ଚାହାଁନ୍ତି ତେବେ ସେ ଲୋକମାନଙ୍କୁ ନିଜେ ପଚାରି ପାରିବେ। ମୁଁ ଆପଣଙ୍କର ଜାତି ଜାଣିବାକୁ ଆଦୌ ଆଗ୍ରହୀ ନୁହେଁ। ଉତ୍ତେଜନାମୂଳକ ଭାଷଣ ଦେଇ ଏବଂ ରାହୁଲ ଗାନ୍ଧୀଙ୍କ ଜାତିକୁ ପଚାରି ଆପଣ ନିଜ ଚରିତ୍ର ଉପସ୍ଥାପନ କରି ସାରିଛନ୍ତି।

ଆପଣ ରାହୁଲ ଗାନ୍ଧୀଙ୍କ ଜାତି ଜାଣିବାକୁ ଚାହୁଁଛନ୍ତି ? ଏହି ଦେଶର ସ୍ବାଧୀନତା ସଂଗ୍ରାମ ସମୟରେ କାହାର ଜେଜେବାପା ସାଢେ ନଅ ବର୍ଷ ଜେଲରେ ରହିଥିଲେ? କାହାର ଜେଜେବାପା ଏହି ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ? କାହାର ଜେଜେମା ଏବଂ ପିତା ଶହୀଦ ହୋଇଥିଲେ? ଏହି ଦେଶ ପାଇଁ କାହାର ମା’ ଏହି ଦେଶ ପାଇଁ ଉତ୍ସର୍ଗୀକୃତ?

The post ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ହଇଚଇ: କ’ଣ ରାହୁଲଙ୍କ ଜାତି? କଂଗ୍ରେସ କରିଦେଲା ଖୁଲାସା appeared first on Dharitri Odia News.