ଆସନ୍ତା ୨୦ରୁ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା, ଅସମ୍ଭାଳ ଭିଡ଼ରେ ଟ୍ରାଏଲ୍ ରନ୍ ସମ୍ଭବ ନୁହେଁ : ଆଇନ ମନ୍ତ୍ରୀ

ପୁରୀ ୩୧।୧୨: ନୂଆବର୍ଷ ଆସୁଥିବାରୁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଆସନ୍ତା ୨୦ ତାରିଖରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଆସନ୍ତା ୨୦ ତାରିଖ ମଧ୍ୟରେ ଧାଡ଼ି ଦର୍ଶନ ପାଇଁ ଟ୍ରାଏଲ ରନ୍ କରାଇବାକୁ ସରକାର ଚାହୁଁନାହାନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏବେ ଟ୍ରାଏଲ୍ ରନ୍ କରିବା ସମ୍ଭବ ନୁହଁ ବୋଲି ମନ୍ତ୍ରୀ କହିଛନ୍ତି ।ତେବେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରରୁ ଲାଗିଥିବା ଲମ୍ବା ଧାଡ଼ି କଡ଼ରେ ଫ୍ୟାନ, କୁଲର, ପିଇବା ପାଣି ଏବଂ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେସ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଏହାସହ ଭିନ୍ନକ୍ଷମଙ୍କ ପାଇଁ ରାମ୍ପର ବ୍ୟବସ୍ଥା ହେବ । ସରକାର ପୁରୀ ଭିଡ଼ ଉପରେ ନଜର ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।You Can Read:ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା, ଏଣିକି ଲୋକସେବା ଭବନରେ କରିପାରିବେ ପ୍ରବେଶ  

ଆସନ୍ତା ୨୦ରୁ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା, ଅସମ୍ଭାଳ ଭିଡ଼ରେ ଟ୍ରାଏଲ୍ ରନ୍ ସମ୍ଭବ ନୁହେଁ : ଆଇନ ମନ୍ତ୍ରୀ

ପୁରୀ ୩୧।୧୨: ନୂଆବର୍ଷ ଆସୁଥିବାରୁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଆସନ୍ତା ୨୦ ତାରିଖରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଆସନ୍ତା ୨୦ ତାରିଖ ମଧ୍ୟରେ ଧାଡ଼ି ଦର୍ଶନ ପାଇଁ ଟ୍ରାଏଲ ରନ୍ କରାଇବାକୁ ସରକାର ଚାହୁଁନାହାନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏବେ ଟ୍ରାଏଲ୍ ରନ୍ କରିବା ସମ୍ଭବ ନୁହଁ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରରୁ ଲାଗିଥିବା ଲମ୍ବା ଧାଡ଼ି କଡ଼ରେ ଫ୍ୟାନ, କୁଲର, ପିଇବା ପାଣି ଏବଂ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେସ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଏହାସହ ଭିନ୍ନକ୍ଷମଙ୍କ ପାଇଁ ରାମ୍ପର ବ୍ୟବସ୍ଥା ହେବ । ସରକାର ପୁରୀ ଭିଡ଼ ଉପରେ ନଜର ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।



You Can Read:

ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା, ଏଣିକି ଲୋକସେବା ଭବନରେ କରିପାରିବେ ପ୍ରବେଶ