ସେନା ଟ୍ୟାଙ୍କ ଭାସି ଯାଇ ୫ ଯବାନ ସହିଦ

ଲାଦଖ : ଲଦାଖରେ ଅଘଟଣ । ବୋଧି ନଦୀରେ ଭାସିଗଲା ସେନା ଟ୍ୟାଙ୍କ I ଅଭ୍ୟାସବେଳେ ଦୌଲତ ବେଗ୍ ଓଲ୍ଡି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଜଣେ JCO ଓ ଚାରି ଜଣ ଭାରତୀୟ ସେନାକର୍ମଚାରୀ ପ୍ରାଣ ହରାଇଛନ୍ତି। ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି I ଅଚାନକ ନଦୀରେ ବଢି ପାଣି ଆସିଯିବାରୁ ଅଭ୍ୟାସରତ ସେନା କର୍ମଚାରୀ ମାନେ ଭାସିଯାଇଥିଲେ I ଭାସିଯାଇଥିବା ଟ୍ୟାଙ୍କରଟି ହେଉଛି T -72 I ଏହି ଟ୍ୟାଂକରଟି ଟ୍ରେନିଂ […]

ସେନା ଟ୍ୟାଙ୍କ ଭାସି ଯାଇ ୫ ଯବାନ ସହିଦ
ସେନା ଟ୍ୟାଙ୍କର ଭାସି ଯାଇ ୫ ଯବାନ ସହିଦ

ଲାଦଖ : ଲଦାଖରେ ଅଘଟଣ । ବୋଧି ନଦୀରେ ଭାସିଗଲା ସେନା ଟ୍ୟାଙ୍କ I ଅଭ୍ୟାସବେଳେ ଦୌଲତ ବେଗ୍ ଓଲ୍ଡି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଜଣେ JCO ଓ ଚାରି ଜଣ ଭାରତୀୟ ସେନାକର୍ମଚାରୀ ପ୍ରାଣ ହରାଇଛନ୍ତି। ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି I ଅଚାନକ ନଦୀରେ ବଢି ପାଣି ଆସିଯିବାରୁ ଅଭ୍ୟାସରତ ସେନା କର୍ମଚାରୀ ମାନେ ଭାସିଯାଇଥିଲେ I ଭାସିଯାଇଥିବା ଟ୍ୟାଙ୍କରଟି ହେଉଛି T -72 I ଏହି ଟ୍ୟାଂକରଟି ଟ୍ରେନିଂ ମିଶନରେ ଥିଲା I ଏ ନେଇ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକାରୀମାନେ କହିଛନ୍ତି ଯେ, ଶନିବାର ଲଦାଖର ନ୍ୟୋମା-ଚୁସୁଲ ଅଞ୍ଚଳରେ ଥିବା ଲାଇନ୍ ଅଫ୍ ଆକଚୁଆ କଣ୍ଟ୍ରୋଲ୍ (LAC) ନିକଟରେ ଟି -72 ଟ୍ୟାଙ୍କରେ ନଦୀ ପାର ହେଉଥିବା ବେଳେ ପାଞ୍ଚ ଜଣ ସେନା ଭାସି ଯାଇଥିଲେ। ଲେହ ଠାରୁ ୧୪୮ କିଲୋମିଟର ଦୂରରେ ଥିବା ମନ୍ଦିର ମୋଡ଼ ନିକଟରେ ଅଭ୍ୟାସ ବେଳେ ଏହି ଦୁର୍ଘଟଣା ଘଟିଛି। ନଦୀ ପାର ହେଉଥିବା ବେଳେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କାରଣରୁ ୫ ଜଣ ସୈନିକ ଥିବା ଟି -72 ଟ୍ୟାଙ୍କଟି ବୁଡ଼ି ଯାଇଥିଲା।