ଉତ୍ତରାଖଣ୍ଡ ପୌର ନିର୍ବାଚନରେ କଂଗ୍ରେସ ଚିତ୍, ୧୧ରୁ ୧୦ ନଗରନିଗମ ଜିତିଲା ବିଜେପି
ଡେରାଡୁନ ୨୬।୧: ଉତ୍ତରାଖଣ୍ଡ ପୌର ନିର୍ବାଚନ ଫଳାଫଳ ଆସିଯାଇଛି। ବିଜେପି ୧୧ଟି ନଗର ନିଗମରୁ ୧୦ଟିକୁ ନିଜ ହାତକୁ ନେଇଛି। ଗୋଟିକରେ ନିର୍ଦ୍ଦଳୀୟ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଖାତା ଖୋଲିବାକୁ ବିଫଳ ହୋଇଛି। ଉତ୍ତରାଖଣ୍ଡର ୧୧ ନଗର ନିଗମରୁ ୧୦ ଡେରାଡୁନ, ଋଷିକେଶ, କୋଟଦ୍ୱାର, ହରିଦ୍ୱାର, ହଲଦୱାନୀ,ରୁଦ୍ରପୁର, କାଶିପୁର, ଆଲମୋଡା, ପିଥୋରାଗଡ଼ ଓ ରୁଡକି ନଗର ନିଗମରେ ବିଜେପି ବିଜୟୀ ହୋଇଛି। ବିଜେପିର ଯେଉଁ ୩ଟି ସିଟ୍ କୁ ନେଇ ଆଶଙ୍କା ଥିଲା ସେଥିରୁ ଟପରେ ଥିଲା ହଲଦୱାନୀ ନଗରନିଗମ। କାରଣ ଏଠାକାର ମୁସ୍ଲିମ ଓ ଏସସି ଭୋଟର ନିର୍ଣ୍ଣାୟକ ସ୍ଥିତିରେ ରହୁଥିବାରୁ ପାର୍ଟି ଲାଇନରେ ଫିଟ ହେଉନଥିଲା। ତେବେ ଫଳାଫଳ ଆସିବା ଆରମ୍ଭ ହେବା ପରେ ବିଜେପି ନେତା ଓ କର୍ମୀଙ୍କ ମୁହଁରେ ହସ ଖେଳାଇ ଦେଇଛି। ବିଜେପି ଏଠାରେ ୩,୮୦୦ ଭୋଟ ମାର୍ଜିନରେ ବିଜୟ ହାସଲ କରିଛି। ଋଷିକେଶ ଓ ରୁଡକୀ ନଗରନିଗମରୁ ମଧ୍ୟ ବିଜେପି ସେଭଳି କିଛି ଆଶା କରୁନଥିଲା। ଋଷିକେଶରେ ସ୍ୱାଧୀନ ପ୍ରାର୍ଥୀ ଦୀନେଶ ମାଷ୍ଟରଙ୍କ ସହିତ ପାହାଡୀ ଭୋଟର୍ସ ଥିବାରୁ ବିଜେପି ଏଠାରେ ପାହାଡ ବନାମ ସମତଳ ସମୀକରଣକୁ ନେଇ ଡରି ଯାଇଥିଲା। ତେବେ ଏଠାରେ ମଧ୍ୟ ବିଜେପିକୁ ବେଶ୍ ସଫଳତା ମିଳିଛି। କାରଣ ଶେଷ ମୁହୁର୍ତ୍ତରେ ଏଠାରେ ରଣନୀତି ବଦଳେଇ ଦେଇଥିଲା। ଋଡକୀ ନଗର ନିଗମରେ ମଧ୍ୟ ବିଜେପି ୨୮୦୦ ରୁ ଅଧିକ ଭୋଟରେ ବିଜୟୀ ହୋଇଛି। ତେବେ ବିଜେପିକୁ ସବୁଠୁ ବଡ଼ ବିଜୟ ମିଳିଛି ଡେରାଡୁନ ନଗ
ଡେରାଡୁନ ୨୬।୧: ଉତ୍ତରାଖଣ୍ଡ ପୌର ନିର୍ବାଚନ ଫଳାଫଳ ଆସିଯାଇଛି। ବିଜେପି ୧୧ଟି ନଗର ନିଗମରୁ ୧୦ଟିକୁ ନିଜ ହାତକୁ ନେଇଛି। ଗୋଟିକରେ ନିର୍ଦ୍ଦଳୀୟ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଖାତା ଖୋଲିବାକୁ ବିଫଳ ହୋଇଛି। ଉତ୍ତରାଖଣ୍ଡର ୧୧ ନଗର ନିଗମରୁ ୧୦ ଡେରାଡୁନ, ଋଷିକେଶ, କୋଟଦ୍ୱାର, ହରିଦ୍ୱାର, ହଲଦୱାନୀ,ରୁଦ୍ରପୁର, କାଶିପୁର, ଆଲମୋଡା, ପିଥୋରାଗଡ଼ ଓ ରୁଡକି ନଗର ନିଗମରେ ବିଜେପି ବିଜୟୀ ହୋଇଛି।
ବିଜେପିର ଯେଉଁ ୩ଟି ସିଟ୍ କୁ ନେଇ ଆଶଙ୍କା ଥିଲା ସେଥିରୁ ଟପରେ ଥିଲା ହଲଦୱାନୀ ନଗରନିଗମ। କାରଣ ଏଠାକାର ମୁସ୍ଲିମ ଓ ଏସସି ଭୋଟର ନିର୍ଣ୍ଣାୟକ ସ୍ଥିତିରେ ରହୁଥିବାରୁ ପାର୍ଟି ଲାଇନରେ ଫିଟ ହେଉନଥିଲା। ତେବେ ଫଳାଫଳ ଆସିବା ଆରମ୍ଭ ହେବା ପରେ ବିଜେପି ନେତା ଓ କର୍ମୀଙ୍କ ମୁହଁରେ ହସ ଖେଳାଇ ଦେଇଛି। ବିଜେପି ଏଠାରେ ୩,୮୦୦ ଭୋଟ ମାର୍ଜିନରେ ବିଜୟ ହାସଲ କରିଛି। ଋଷିକେଶ ଓ ରୁଡକୀ ନଗରନିଗମରୁ ମଧ୍ୟ ବିଜେପି ସେଭଳି କିଛି ଆଶା କରୁନଥିଲା। ଋଷିକେଶରେ ସ୍ୱାଧୀନ ପ୍ରାର୍ଥୀ ଦୀନେଶ ମାଷ୍ଟରଙ୍କ ସହିତ ପାହାଡୀ ଭୋଟର୍ସ ଥିବାରୁ ବିଜେପି ଏଠାରେ ପାହାଡ ବନାମ ସମତଳ ସମୀକରଣକୁ ନେଇ ଡରି ଯାଇଥିଲା। ତେବେ ଏଠାରେ ମଧ୍ୟ ବିଜେପିକୁ ବେଶ୍ ସଫଳତା ମିଳିଛି। କାରଣ ଶେଷ ମୁହୁର୍ତ୍ତରେ ଏଠାରେ ରଣନୀତି ବଦଳେଇ ଦେଇଥିଲା।
ଋଡକୀ ନଗର ନିଗମରେ ମଧ୍ୟ ବିଜେପି ୨୮୦୦ ରୁ ଅଧିକ ଭୋଟରେ ବିଜୟୀ ହୋଇଛି। ତେବେ ବିଜେପିକୁ ସବୁଠୁ ବଡ଼ ବିଜୟ ମିଳିଛି ଡେରାଡୁନ ନଗର ନିଗମରେ ଏଠାରେ ବିଜେପି ପ୍ରାର୍ଥୀ ସୌରଭ ଥପଲିୟାଲ ୧ଲକ୍ଷ ୫ ହଜାର ଭୋଟ ଅନ୍ତରରେ ବିଜୟୀ ହୋଇଛନ୍ତି। ତେବେ ବିଜେପିକୁ ଚମୋଲୀ, ଉତ୍ତରକାଶୀ ଓ ପୌଡୀରେ ଝଟକା ଲାଗିଛି। ପୌଡି ଜିଲ୍ଲା ଶ୍ରୀନଗର ପାଳିକାରେ ବିଜେପି ନିର୍ବାଚନ ହାରି ଯାଇଛି। ପୌଡି ମଣ୍ଡଳ ମୁଖ୍ୟାଳୟ ପାଳିକା ଆସନ ମଧ୍ୟ ବିଜେପି ହାରିଛି।
ପୌଡିର ଦୁଗଡଉ ନଗର ପାଳିକା ଓ ଥଲିସେଣନଗର ପଞ୍ଚାୟତ ମଧ୍ୟ ବିଜେପି ଜିତି ପାରି ନାହିଁ। ବିଜେପି ଏଠାରେ ୯ଟି ପୌର ପାଳିକାରୁ ୭ଟିରେ ହାରି ଯାଇଛି। ତଥାପି ଦଳକୁ ରାଜ୍ୟରେ ମିଳିଥିବା ସଫଳତାକୁ ମୁଖ୍ୟମନ୍ତ୍ରୀ ପୁଷ୍କରସିଂହ ଧାମୀ ଓ ବିଜେପି ପ୍ରଦେଶ ସଭାପତି ମହେନ୍ଦ୍ର ଭଟ୍ଟ ବିପୁଳ ବିଜୟ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଭିଜନ ଓ ରାଜ୍ୟସରକାରଙ୍କ କାମ ଉପରେ ଜନତାଙ୍କ ମୋହର ବୋଲି କହିଛନ୍ତି।