ଟିମ୍ ଇଣ୍ଡିଆକୁ ତୃତୀୟ ଝଟ୍‌କା: ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କଲେ ରବିନ୍ଦ୍ର ଜାଡ଼େଜା

ନୂଆଦିଲ୍ଲୀ: ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆକୁ ତୃତୀୟ ଝଟ୍‌କା। ସନ୍ନ୍ୟାସ ଘୋଷଣା କଲେ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲ୍‌ ରାଉଣ୍ଡର ରବିନ୍ଦ୍ର ଜାଡ଼େଜା। ଟି-୨୦ ଅନ୍ତର୍ଜାତୀୟରୁ ଫର୍ମାଟ୍‌ରୁ ଜାଡ଼େଜା ସନ୍ନ୍ୟାସ ଘୋଷଣା କରିଛନ୍ତି। ଗତକାଲି(୨୦୨୪ ଜୁନ ୨୯) ଟି-୨୦ ବିଶ୍ୱକପ ବିଜୟୀ ହେବା ପରେ ଭାରତୀୟ ଦଳର ୩ ଜଣ ଷ୍ଟାର୍ କ୍ରିକେଟର ସନ୍ନ୍ୟାସ ଘୋଷଣା କରିସାରିଲେଣି। ଜାଡେଜାଙ୍କ ପୂର୍ବରୁ ଗତକାଲି ମ୍ୟାଚ୍‌ ଶେଷ ହେବା ପରେ ପରେ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରୁ ତାଙ୍କର ସନ୍ନ୍ୟାସ ଘୋଷଣା କରିଥିଲେ। ଏହାପରେ କ୍ୟାପ୍ଟେନ୍ ରୋହିତ ସର୍ମା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଟି-୨୦ ବିଶ୍ୱକପ ତାଙ୍କର ଶେଷ ଟି-୨୦ ଥିଲା ବୋଲି କହିଥିଲେ। ଗତକାଲି ଦୁଇ କିମ୍ବଦନ୍ତୀ କ୍ରିକେଟର ସନ୍ନ୍ୟାସ ଘୋଷଣା କରିବା ପରେ ରବିବାର ରବିନ୍ଦ୍ର ଜାଡ଼େଜା ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ବିଶ୍ୱକପ୍‌ରେ ଯଦିଓ ତାଙ୍କର ଫର୍ମ ନଥିଲା ତେବେ ଗତ ଦଶନ୍ଧୀ ଧରି କ୍ରିକେଟର ତିନୋଟି ଫର୍ମାଟ୍‌ରେ ସେ ଟିମ ଇଣ୍ଡିଆର ବୋଲିଂ ମଙ୍ଗ ଧରିଥିଲେ। ଆବଶ୍ୟକ ସ୍ଥଳେ ବ୍ୟାଟିଂରେ ବି ଚମତ୍କାର ପ୍ରଦର୍ଶନ କରୁଥିଲେ ଜାଡ଼େଜା। ଟି-୨୦ ବିଶ୍ୱକପ୍‌ରେ ସେ ମୋଟ ୭ଟି ମ୍ୟାଚ୍ ଖେଳିଥିବା ବେଳେ ୭.୫୭ ଇକୋନୋମି ରେଟ୍  ଓ ୧୦୬ ହାରରେ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ରବିବାର ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ଲେଖି ଜାଡ଼େଜା ଟି-୨୦ଅନ୍ତର୍ଜା

ଟିମ୍ ଇଣ୍ଡିଆକୁ ତୃତୀୟ ଝଟ୍‌କା: ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କଲେ ରବିନ୍ଦ୍ର ଜାଡ଼େଜା

ନୂଆଦିଲ୍ଲୀ: ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆକୁ ତୃତୀୟ ଝଟ୍‌କା। ସନ୍ନ୍ୟାସ ଘୋଷଣା କଲେ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲ୍‌ ରାଉଣ୍ଡର ରବିନ୍ଦ୍ର ଜାଡ଼େଜା। ଟି-୨୦ ଅନ୍ତର୍ଜାତୀୟରୁ ଫର୍ମାଟ୍‌ରୁ ଜାଡ଼େଜା ସନ୍ନ୍ୟାସ ଘୋଷଣା କରିଛନ୍ତି। ଗତକାଲି(୨୦୨୪ ଜୁନ ୨୯) ଟି-୨୦ ବିଶ୍ୱକପ ବିଜୟୀ ହେବା ପରେ ଭାରତୀୟ ଦଳର ୩ ଜଣ ଷ୍ଟାର୍ କ୍ରିକେଟର ସନ୍ନ୍ୟାସ ଘୋଷଣା କରିସାରିଲେଣି। 

ଜାଡେଜାଙ୍କ ପୂର୍ବରୁ ଗତକାଲି ମ୍ୟାଚ୍‌ ଶେଷ ହେବା ପରେ ପରେ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରୁ ତାଙ୍କର ସନ୍ନ୍ୟାସ ଘୋଷଣା କରିଥିଲେ। ଏହାପରେ କ୍ୟାପ୍ଟେନ୍ ରୋହିତ ସର୍ମା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଟି-୨୦ ବିଶ୍ୱକପ ତାଙ୍କର ଶେଷ ଟି-୨୦ ଥିଲା ବୋଲି କହିଥିଲେ। 

ଗତକାଲି ଦୁଇ କିମ୍ବଦନ୍ତୀ କ୍ରିକେଟର ସନ୍ନ୍ୟାସ ଘୋଷଣା କରିବା ପରେ ରବିବାର ରବିନ୍ଦ୍ର ଜାଡ଼େଜା ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ବିଶ୍ୱକପ୍‌ରେ ଯଦିଓ ତାଙ୍କର ଫର୍ମ ନଥିଲା ତେବେ ଗତ ଦଶନ୍ଧୀ ଧରି କ୍ରିକେଟର ତିନୋଟି ଫର୍ମାଟ୍‌ରେ ସେ ଟିମ ଇଣ୍ଡିଆର ବୋଲିଂ ମଙ୍ଗ ଧରିଥିଲେ। ଆବଶ୍ୟକ ସ୍ଥଳେ ବ୍ୟାଟିଂରେ ବି ଚମତ୍କାର ପ୍ରଦର୍ଶନ କରୁଥିଲେ ଜାଡ଼େଜା। ଟି-୨୦ ବିଶ୍ୱକପ୍‌ରେ ସେ ମୋଟ ୭ଟି ମ୍ୟାଚ୍ ଖେଳିଥିବା ବେଳେ ୭.୫୭ ଇକୋନୋମି ରେଟ୍  ଓ ୧୦୬ ହାରରେ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। 


ରବିବାର ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ଲେଖି ଜାଡ଼େଜା ଟି-୨୦ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ ମୁଁ ହୃଦୟରୁ କୃତଜ୍ଞତା ଜଣାଇ ଟି-୨୦ ଅନ୍ତର୍ଜାତୀୟରୁ ବିଦାୟ ନେଉଛି। ଏକ ବେଗବାନ ଘୋଡ଼ା ପରି ଗର୍ବର ସହିତ ମୁଁ ସବୁବେଳେ ମୋ ଦେଶ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଆସିଛି। ଆଗକୁ ବି କ୍ରିକେଟର ଅନ୍ୟ ଫର୍ମାଟ୍‌ଗୁଡ଼ିକରେ ବି ଠିକ୍ ଏହିଭଳି ପ୍ରଦର୍ଶନ କରିବା ଜାରି ରଖିବି।। ଟି-୨୦ ବିଶ୍ୱକପ ଜିତିବା ଏକ ସ୍ୱପ୍ନ ପରି ଲାଗୁଥିଲା। ମୋ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ଶିଖର ଛୁଇଁଲା ଭଳି ଥିଲା। ସ୍ମୃତି, ଉତ୍ସାହିତ କରିବା ଏବଂ ଦୃଢ଼ ସମର୍ଥନ ପାଇଁ ଆପଣମାନଙ୍କୁ ଧନ୍ୟବାଦ।”


ସୂଚନା ଥାଉକି ଫେବ୍ରୁଆରୀ ୨୦୦୯ ମସିହା କଲମ୍ବୋରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ କ୍ରିକେଟର ଏହି ଶର୍ଟ ଫର୍ମାଟ୍‌ରେ ଡେବ୍ୟୁ କରିଥିଲେ ଜାଡ଼େଜା। ସେ ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ୭୪ ମ୍ୟାଚ୍ ଖେଳିଛନ୍ତି। ୧୨୭.୧୬ ଷ୍ଟ୍ରାଇକ୍‌ ରେଟ ସହ ୫୧୫ ରନ୍ କରିଛନ୍ତି। ସେହିପରି ୭.୧୩ ଇକୋନୋମି ରେଟ୍ ସହ ସେ ୫୪ ୱିକେଟ୍ ନେଇଛନ୍ତି।