ଭାବପ୍ରବଣ ହୋଇ ସ୍ବାମୀ ବୁମ୍‌ରାଙ୍କ ପାଇଁ ଏମିତି କହିଦେଲେ ସଞ୍ଜନା

ପର୍ଥ,୨୩।୧୧: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୫୦ ରନରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ଦଳ ଏହାର ପ୍ରଥମ ଇନିଂସରେ ୧୦୪ ରନ୍‌ରେ ଅଲଆଉଟ୍‌ ହୋଇଛି। ଫଳରେ ଭାରତ ପ୍ରଥମ ଦିନରେ ୪୬ ରନ୍‌ରେ ଆଗୁଆ ରହିଛି। ମ୍ୟାଚ୍‌ର ପ୍ରଥମ ଦିନରେ ବୁମରା ତାଙ୍କ ଅଧିନାୟକତ୍ୱ ଏବଂ ବୋଲିଂ ସହିତ ସମସ୍ତଙ୍କୁ ଦିଓ୍ବାନା କରିଦେଇଥିଲେ। […] The post ଭାବପ୍ରବଣ ହୋଇ ସ୍ବାମୀ ବୁମ୍‌ରାଙ୍କ ପାଇଁ ଏମିତି କହିଦେଲେ ସଞ୍ଜନା appeared first on Dharitri Odia News.

ଭାବପ୍ରବଣ ହୋଇ ସ୍ବାମୀ ବୁମ୍‌ରାଙ୍କ ପାଇଁ ଏମିତି କହିଦେଲେ ସଞ୍ଜନା

ପର୍ଥ,୨୩।୧୧: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୫୦ ରନରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ଦଳ ଏହାର ପ୍ରଥମ ଇନିଂସରେ ୧୦୪ ରନ୍‌ରେ ଅଲଆଉଟ୍‌ ହୋଇଛି। ଫଳରେ ଭାରତ ପ୍ରଥମ ଦିନରେ ୪୬ ରନ୍‌ରେ ଆଗୁଆ ରହିଛି। ମ୍ୟାଚ୍‌ର ପ୍ରଥମ ଦିନରେ ବୁମରା ତାଙ୍କ ଅଧିନାୟକତ୍ୱ ଏବଂ ବୋଲିଂ ସହିତ ସମସ୍ତଙ୍କୁ ଦିଓ୍ବାନା କରିଦେଇଥିଲେ। ବୁମ୍‌ରାଙ୍କ ଏହି ପ୍ରଦର୍ଶନ ଦେଖି ତାଙ୍କ ସ୍ତ୍ରୀ ସଞ୍ଜନା ଗଣେଶନ ଖୁସି ବ୍ୟକ୍ତ କରିଛନ୍ତି।

ସଞ୍ଜନା ଇନଷ୍ଟାଗ୍ରାମରେ ଷ୍ଟାଟସ ପୋଷ୍ଟ କରି ବୁମ୍‌ରାଙ୍କୁ ପ୍ରଶଂସା କରିଥିଲେ, କିନ୍ତୁ ପ୍ରଶଂସା କରିବା ସମୟରେ ସେ ଭାବପ୍ରବଣ ହୋଇଯାଇଥିଲେ। ସେ ତାଙ୍କ ଷ୍ଟାଟସ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସଞ୍ଜନା ବୁମରାଙ୍କ ଫଟୋ ଶେୟାର କରି ତାଙ୍କୁ ଜଣେ ମହାନ ବୋଲର ବୋଲି କହିଥିଲେ।

The post ଭାବପ୍ରବଣ ହୋଇ ସ୍ବାମୀ ବୁମ୍‌ରାଙ୍କ ପାଇଁ ଏମିତି କହିଦେଲେ ସଞ୍ଜନା appeared first on Dharitri Odia News.