ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଲେ ଭାଜପା ସଭାପତି ମନମୋହନ ସାମଲ, ଦେଲେ ବଡ଼ ସଙ୍କେତ

ଭୁବନେଶ୍ୱର,୧୪ା୨: ଗୋପାଳପୁର ବିଧାୟକ ତଥା ବିଜେଡିର ପୂର୍ବତ୍ତନ ବରିଷ୍ଠ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଛନ୍ତି ଭାଜପା ସଭାପତି ମନମୋହନ ସାମଲ। ବୁଧବାର ପ୍ରଦୀପଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ଭେଟିଥିଲେ। କୁହାଯାଉଛି ଯେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ପାଇଁ ମନମୋହନ, ପ୍ରଦୀପଙ୍କ ସହ ଆଲୋଚନା କରିବା ପାଇଁ ତାଙ୍କ ବାସଭବନକୁ ଆସିଥିଲେ। ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରଦୀପ ଭଜାପରେ ଯୋଗ ଦେଇପାରନ୍ତି ବୋଲି କିଛି […] The post ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଲେ ଭାଜପା ସଭାପତି ମନମୋହନ ସାମଲ, ଦେଲେ ବଡ଼ ସଙ୍କେତ appeared first on Dharitri Odia News.

ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଲେ ଭାଜପା ସଭାପତି ମନମୋହନ ସାମଲ, ଦେଲେ ବଡ଼ ସଙ୍କେତ

ଭୁବନେଶ୍ୱର,୧୪ା୨: ଗୋପାଳପୁର ବିଧାୟକ ତଥା ବିଜେଡିର ପୂର୍ବତ୍ତନ ବରିଷ୍ଠ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଛନ୍ତି ଭାଜପା ସଭାପତି ମନମୋହନ ସାମଲ। ବୁଧବାର ପ୍ରଦୀପଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ଭେଟିଥିଲେ। କୁହାଯାଉଛି ଯେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ପାଇଁ ମନମୋହନ, ପ୍ରଦୀପଙ୍କ ସହ ଆଲୋଚନା କରିବା ପାଇଁ ତାଙ୍କ ବାସଭବନକୁ ଆସିଥିଲେ।

ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରଦୀପ ଭଜାପରେ ଯୋଗ ଦେଇପାରନ୍ତି ବୋଲି କିଛି ମାସ ହେଲା ଚର୍ଚ୍ଚା ହୋଇଆସୁଛି। ଗତ କିଛି ମାସ ମଧ୍ୟରେ ପ୍ରଦୀପ ଅନେକ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀଙ୍କୁ ପ୍ରଶଂସା କରିଛନ୍ତି। ଏସବୁ ଖବର ମଧ୍ୟରେ ଦୁଇ ନେତାଙ୍କ ସାକ୍ଷାତ ପ୍ରଦୀପଙ୍କ ଗେରୁଆ ଦଳରେ ଯୋଗ ଦେବା ଖବରକୁ ବଳ ଯୋଗାଇଛି।

ତେବେ ଏହି ଆଲୋଚନା ଏକ ପ୍ରକାର ସତ ବୋଲି ସ୍ୱୀକାର କରିଛନ୍ତି ନିଜେ ପ୍ରଦୀପ ପାଣିଗ୍ରାହୀ। ବୁଧବାର ମନମୋହନଙ୍କୁ ଭେଟିବା ପରେ ପ୍ରଦୀପ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରି ଭଜାପରେ ସାମିଲ ହେଉଥିବା ଇଶାରା ଦେଇଛନ୍ତି। ”ଲୋକେ ଗ୍ରୀନ ବହୁତ ଦେଖିଲେ, ହ୍ୱାଇଟ ବି ଦେଖିଲେ, ଏବେ ଅରେଞ୍ଜ ଦେଖିବା ସମୟ ଆସିଛି। ଗଣତନ୍ତ୍ରରେ ଲୋକମତ ହିଁ ସବୁଠାରୁ କ୍ଷମତାଶାଳୀ, ଲୋକ ନିଷ୍ପତ୍ତି ନେଲେ ପ୍ରଶାସନର ଭୟ କି ପଇସା କିଛି କାମ ଦେବନାହିଁ। ତେବେ ୨୦୧୫ରୁ କେନ୍ଦ୍ର ପାଖରେ ବିଜେଡି ପୂରା ସମର୍ପିତ ହୋଇଯାଇଛି। ଯେଉଁ କାରଣରୁ ଏମାନେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବାଧ୍ୟ” ବୋଲି ପ୍ରଦୀପ କହିଛନ୍ତି।

The post ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଲେ ଭାଜପା ସଭାପତି ମନମୋହନ ସାମଲ, ଦେଲେ ବଡ଼ ସଙ୍କେତ appeared first on Dharitri Odia News.