ମେଷ

ଆଜି ବୁଧ କ୍ଷେତ୍ରରେ ଚନ୍ଦ୍ର ଯୁକ୍ତ କେତୁ ରହିଥିବାରୁ ମାନସିକ ଅସୁସ୍ଥତା ସାଙ୍ଗକୁ ବନ୍ଧୁଙ୍କ ସହ ମତାନ୍ତର ପରିଲକ୍ଷିତ ହେବ। ପାଇବାକୁ ଥିବା ଜିନିଷ, ଟଙ୍କା, ଗୁରୁତ୍ୱପୂର୍ଣ୍ଣ କାଗଜ କିମ୍ବା ଫାଇଲ ପ୍ରଭୃତି ସହଜରେ ପାଇପାରିବେ ନାହିଁ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ମନ୍ଦ ହେବନି କିନ୍ତୁ ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ହୋଇପାରେ।
ବୃଷ

ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସନ୍ତୋଷଜନକ ହେବନାହିଁ। ପ୍ରକାଶନ, ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନଙ୍କୁ ମନେଇ ନିଜ କାମରେ ଲଗାଇପାରନ୍ତି ।
ମିଥୁନ

ଆଜିର ସମୟଟି ଭଲରେ ଅତିବାହିତ ହେବା ସୂଚନା ରହିଛି। ଧନାଧିପ କେତୁଯୁକ୍ତ କାରଣରୁ ଟଙ୍କା ପଇସା ସମ୍ପର୍କିତ ସମସ୍ତ କାମ ସାବଧାନତା ସହକାରେ କରିବା ବିଧେୟ। ଅନ୍ୟଥା ଭୁଲ୍ ହିସାବରୁ, ଅଲଗା ସ୍ଥାନରେ ରଖିଦେଇଥିବା କାରଣରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟ, ଜମିଜମାରେ ଉନ୍ନତ ଫଳ ପାଇବେ।
କର୍କଟ

ବିଳାସକାରକ ଶୁକ୍ର ଦ୍ୱାଦଶସ୍ଥ ଯୋଗୁ ହସ, ଖୁସି, ମଜାମଉଜରେ ସମୟ କଟାଇପାରନ୍ତି। କିନ୍ତୁ ମନ ଚାହୁଁ ନଥିଲେ ମଧ୍ୟ ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରତ୍ୟେକ ଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବାର ସୂଚନା ରହିଛି।
ସି˚ହ

ଆଜି ବନ୍ଧୁମିଳନ ସାଙ୍ଗକୁ ଯାତ୍ରା, ବ୍ୟବସାୟ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହେବ। ବ୍ୟବସାୟ, ଜମିଜମା କାରବାର ପ୍ରଭୃତିରେ ଲକ୍ଷ୍ୟ ହାସଲ ହୋଇପାରିବ। ସାମାଜିକ ସ୍ତରରେ ଗଠନମୂଳକ କାଯର୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ସଙ୍ଗୀତ, ସାହିତ୍ୟ, କ୍ରୀଡ଼ା, ଶିଳ୍ପକଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କନ୍ୟା

ଆପଣଙ୍କ ପାଇଁ ଅଷ୍ଟମସ୍ଥ ମଙ୍ଗଳ ଜମିଜମା ସମ୍ପର୍କୀୟ କିମ୍ବା ଗୃହସୀମାକୁ ନେଇ ସମସ୍ୟା ସୃଷ୍ଟି କରିବ। ସାହିତ୍ୟ କୃତି, ସଙ୍ଗୀତ ଚର୍ଚ୍ଚା ସକାଶେ ମାନସିକ ଅଶାନ୍ତି ସାମାନ୍ୟ ବାଧକ ସାଜିପାରେ। ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ, ଯାତ୍ରା ଓ କଚେରି ମାମଲା ସମ୍ପର୍କରେ ଦୁଶ୍ଚିନ୍ତା ବଢ଼ିପାରେ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ତୁଳା

ଗୁରୁ ସହ ଶୁକ୍ରଙ୍କ ସମ୍ବନ୍ଧରୁ ଦୀର୍ଘ ଦିନରୁ ରହିଥିବା ବିଭିନ୍ନ ସ୍ତରରେ ଭଲ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଆଳସ୍ୟ ଓ ଅବହେଳା ହେତୁ କୌଣସି କାମ ଠିକ୍ ହେବ ନାହିଁ। ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଅସାବଧାନତା କାରଣରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ।
ବିଛା

ରାହୁଙ୍କ ସ୍ଥିତିରୁ ପ୍ରତ୍ୟେକ କ୍ଷେତ୍ରରେ ହାତେ ମାପି ଚାଖଣ୍ଡେ ନ ଚାଲିଲେ ଅସୁବିଧା ଭୋଗିବେ। ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ, ଏଣୁ ସତର୍କ ରହିବା ଭଲ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରି ସଫଳତା ହାସଲ କରିପାରିବେ। କଳା, ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ।
ଧନୁ

ଆଗକୁ ପ୍ରତିକୂଳତାର ସାମ୍ନା କରିବାକୁ ପଡ଼ିପାରେ ଏଣୁ ଭାବିଚିନ୍ତି କାମ କରିବା ଭଲ। ପିଲାଙ୍କ ବିବାହ ସ୍ଥିରୀକୃତ ହେବା ସୂଚନା ରହିଛି। ଶାରୀରିକ ସୁସ୍ଥତା ଫେରିପାଇବେ ଓ ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ। ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।
ମକର

ଆପଣଙ୍କ ଯୁକ୍ତିଯୁକ୍ତ ବିଚାରଧାରା କାମ ହାସଲରେ ସହାୟକ ହେବ। ଚନ୍ଦ୍ରଙ୍କ ପ୍ରତି ରାହୁଙ୍କ ଦୃଷ୍ଟିଥିବାରୁ ଭୁଲ୍ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ଦେଖାଦେବ। ଶିଳ୍ପ, ପରିବହନ, ନିର୍ମାଣ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅସୁବିଧା ହେବ ନାହିଁ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ

କେତୁ ଯୁକ୍ତ ଚନ୍ଦ୍ରଜନିତ ବନ୍ଧୁଙ୍କ ନିକଟରୁ ଅପମାନ ସୂଚକ କଥା ଶୁଣି ମନ ଖରାପ ହୋଇଯାଇପାରେ। ନିଜ ଲୋକଙ୍କ କାର୍ଯ୍ୟକଳାପ ନେଇ ବିବ୍ରତ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ହେତୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଆଗାମୀ ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ।
ମୀନ
ଚତୁର୍ଥସ୍ଥ ଗ୍ରହ ସମ୍ବନ୍ଧରୁ ପରିବାରରେ ହେଉ କିମ୍ବା ବନ୍ଧୁଙ୍କ ସହ ସାଧାରଣ କଥାରେ ମନାନ୍ତର ଘଟିପାରେ। ଅବଶ୍ୟ ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସଭାସମିତିରେ ସମ୍ମାନ ମିଳିବ ଓ ସତ୍ସଙ୍ଗ, ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ଆର୍ଥିକ ସ୍ବଚ୍ଛଳତା ଆସିବ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।
The post ରାଶିଫଳ: ଶନିବାର , ଜୁନ୍ ୧୫ ତାରିଖ – Daily Horoscope appeared first on Dharitri Odia News.