ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଦୋକାନୀକୁ ଗିରଫ କରିଛି l ସେ ହେଲେ ପୁଇଁତୋଳା ଗ୍ରାମର ନବଘନ ବିଶ୍ୱାଳ (୩୪)। ଏଥିସହ ଉକ୍ତ ଦୋକାନରୁ ଜଣେ ଅଣ ଓଡ଼ିଆ ମହିଳାଙ୍କ ସମେତ ୨ଜଣ ଅଣ ଓଡ଼ିଆ ଯୁବକଙ୍କୁ ଥାନାକୁ ଅଣାଯାଇ ପୋଲିସ ପଚାର ଉଚରା କରୁଥିବା ଜଣାପଡିଛି l ଦୀର୍ଘ ଦିନ ହେବ ଗିରଫ […] The post ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ appeared first on Dharitri Odia News.

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଦୋକାନୀକୁ ଗିରଫ କରିଛି l ସେ ହେଲେ ପୁଇଁତୋଳା ଗ୍ରାମର ନବଘନ ବିଶ୍ୱାଳ (୩୪)। ଏଥିସହ ଉକ୍ତ ଦୋକାନରୁ ଜଣେ ଅଣ ଓଡ଼ିଆ ମହିଳାଙ୍କ ସମେତ ୨ଜଣ ଅଣ ଓଡ଼ିଆ ଯୁବକଙ୍କୁ ଥାନାକୁ ଅଣାଯାଇ ପୋଲିସ ପଚାର ଉଚରା କରୁଥିବା ଜଣାପଡିଛି l ଦୀର୍ଘ ଦିନ ହେବ ଗିରଫ ବ୍ୟକ୍ତି ଜଣକ ଚାହା ଦୋକାନରେ ବିଭିନ୍ନ ମାଦ୍ରକ ଜିନିଷ ବିକ୍ରି କରିବା ସହ ଜଣେ ଅଣ ଓଡ଼ିଆ ମହିଳାଙ୍କୁ ଦୋକାନରେ ନିୟୋଜିତ କରିଥିଲେ। ଯାହା ଫଳରେ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ସିଗାରେଟ ମଧ୍ୟରେ ଗଞ୍ଜେଇ ଭର୍ତିଥିବା ସିଗାରେଟ ଟାଣି ଦିଗହରା ହେଉଛନ୍ତି l ଏନେଇ ଗ୍ରାମ୍ୟ କମିଟି ସଦସ୍ୟ ମାନେ ଗଞ୍ଜାମ ଥାନାରେ ସୋମବାର ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପ୍ରୋବେସନାରୀ ଆଇପିଏସ ମନୀଷ ସଗୁନଙ୍କ ନେତୃତ୍ୱରେ ପୋଲିସ ଟିମ ଦୋକାନ ଉପରେ ଚଢ଼ାଉ କରିଥିଲେ l

The post ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ appeared first on Dharitri Odia News.