ମହାକାଳପଡାରେ ତେଜୁଛି ବିଜେପି ଗୋଷ୍ଠୀ କନ୍ଦଳ
ନନ୍ଦିଘୋଷ ବ୍ୟୁରୋ: ମହାକାଳପଡାରେ ତେଜୁଛି ବିଜେପି ଗୋଷ୍ଠୀ କନ୍ଦଳ । ରାମନଗର ଠାରେ ଚାଲିଥିବା ଜମ୍ବୁଦ୍ବୀପ ମହୋତ୍ସବ ଓ ପଲ୍ଲୀଶ୍ରୀ... The post ମହାକାଳପଡାରେ ତେଜୁଛି ବିଜେପି ଗୋଷ୍ଠୀ କନ୍ଦଳ appeared first on .
ନନ୍ଦିଘୋଷ ବ୍ୟୁରୋ: ମହାକାଳପଡାରେ ତେଜୁଛି ବିଜେପି ଗୋଷ୍ଠୀ କନ୍ଦଳ । ରାମନଗର ଠାରେ ଚାଲିଥିବା ଜମ୍ବୁଦ୍ବୀପ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାକୁ ନେଇ ପଦାକୁ ଆସିଲା ଅନ୍ତଃକନ୍ଦଳ। ମହୋତ୍ସବ ପାଇଁ ଚାରିଆଡେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଏବଂ ହୋଡିଙ୍ଗ ଲଗାଯାଇଥିବା ବେଳେ କାହିଁକି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂଦେଓ ଏବଂ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପୋଷ୍ଟର ଲଗାଗଲାନାହିଁ ବୋଲି କିଛି ନେତା ପ୍ରଶ୍ନ କରିଛନ୍ତି । ଏହାସହ ମହୋତ୍ସବ ପ୍ରସ୍ତୁତି ବୈଠକକୁ କିଛି ପୁରୁଖା ନେତାଙ୍କୁ ଡକାଯାଇନଥିବା ଅଭିଯୋଗ ବାଢିଛନ୍ତି ବିଜେପି ନେତା ପବିତ୍ର ପରିଡା । ଏନେଇ ସେ କିଛି ଫଟୋ ଓ ଲେଖା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହାକାଳପଡା ବିଧାୟକଙ୍କ ଦୁଇ ଜଣ ସମର୍ଥକ ପ୍ରବିତ୍ରଙ୍କୁ ଭେଟି ସେହି ପୋଷ୍ଟକୁ ହଟାଇବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପବିତ୍ର ।
ଗତ ୧୯ ତାରିଖ ରାତି ନଅଟା ସମୟରେ ପବିତ୍ର ପରିଡା ନିଜ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ରାମଚଣ୍ଡୀ ପୋଲ ପୂର୍ବରୁ ତାଙ୍କୁ ଛଅ ଗୋଟି ମଟର ସାଇକେଲରେ ୧୦ରୁ ୧୨ ଜଣ ବ୍ୟକ୍ତି ଅଟକାଇ ବିଧାୟକଙ୍କ ନାମରେ ଫେସବୁକ ପୋଷ୍ଟ ହଟାଇବାକୁ ଧମକ ଦେଇଥିଲେ । ଜଣେ ପବିତ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିବା ବି ଅଭିଯୋଗ ହୋଇଛି । ଏନେଇ ଗତକାଲି ବିଜେପି ନେତା ପବିତ୍ର ପରିଡା ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବିଜେପି ଦଳର ଭିତିରି କନ୍ଦଳ ପଦାକୁ ଆସିଛି । ନିଜ ଜୀବନ ପ୍ରତି ବିପଦ ଥିବା ସେ ଏଫଆଇଆରରେ ଅଭିଯୋଗ କରିଛନ୍ତି । ତେବେ ଏନେଇ ମହାକାଳପଡା ବିଧାୟକ କିମ୍ବା ତାଙ୍କ ସମର୍ଥକଙ୍କ ପ୍ରତିକ୍ରିୟା ମିଳିପାରିନି।
The post ମହାକାଳପଡାରେ ତେଜୁଛି ବିଜେପି ଗୋଷ୍ଠୀ କନ୍ଦଳ appeared first on .