ପାକିସ୍ତାନକୁ ହରାଇଲା ଭାରତ
ଦୁବାଇ, ୨୪।୨ ଦୁବାଇରେ ଚାଲିଥିବା ଫ୍ରେଣ୍ଡଶିପ୍ ଦୃଷ୍ଟିବାଧିତ ଟି୨୦ କ୍ରିକେଟ ସିରିଜର ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଭାରତ ୪୬ ରନରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରିଥିବା ଭାରତ ସୁନୀଲ ରମେଶଙ୍କ ୬୧ ବଲ୍ରୁ ଦ୍ରୁତ ୮୭ ରନ ବଳରେ ୨୦ ଓଭରରେ ୩ ଉଇକେଟ ହରାଇ ୨୨୪ ରନ କରିଥିଲା। ଡି. ଭେଙ୍କଟେଶ୍ୱର ରାଓ ୫୬ ଓ ଅଜୟ ରେଡ୍ଡୀ ୪୨ ରନ ସ୍କୋର କରିଥିଲେ। ଜବାବରେ ପାକିସ୍ତାନ ୨୦ ଓଭରରେ ୬ […] The post ପାକିସ୍ତାନକୁ ହରାଇଲା ଭାରତ appeared first on Dharitri Odia News.
ଦୁବାଇ, ୨୪।୨ ଦୁବାଇରେ ଚାଲିଥିବା ଫ୍ରେଣ୍ଡଶିପ୍ ଦୃଷ୍ଟିବାଧିତ ଟି୨୦ କ୍ରିକେଟ ସିରିଜର ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଭାରତ ୪୬ ରନରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରିଥିବା ଭାରତ ସୁନୀଲ ରମେଶଙ୍କ ୬୧ ବଲ୍ରୁ ଦ୍ରୁତ ୮୭ ରନ ବଳରେ ୨୦ ଓଭରରେ ୩ ଉଇକେଟ ହରାଇ ୨୨୪ ରନ କରିଥିଲା। ଡି. ଭେଙ୍କଟେଶ୍ୱର ରାଓ ୫୬ ଓ ଅଜୟ ରେଡ୍ଡୀ ୪୨ ରନ ସ୍କୋର କରିଥିଲେ। ଜବାବରେ ପାକିସ୍ତାନ ୨୦ ଓଭରରେ ୬ ଉଇକେଟ ହରାଇ ୧୭୮ ରନରେ ସୀମିତ ରହିଥିଲା। ଏହି ବିଜୟ ଫଳରେ ଭାରତ ସିରିଜକୁ ୧-୧ ସ୍ଥିତିକୁ ଆଣିଛି। ଦୁବାଇରେ ଅବସ୍ଥାପିତ ପାକିସ୍ତାନର କନସୁଲ ଜେନେରାଲ ହୁସେନ ମହମ୍ମଦ ଅତିଥିଭାବେ ଯୋଗଦେଇ ଭାରତର ସୁନୀଲ ରମେଶଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଦୁଇ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ରବିବାର ଅନୁଷ୍ଠିତ ହେବ।
The post ପାକିସ୍ତାନକୁ ହରାଇଲା ଭାରତ appeared first on Dharitri Odia News.