୩ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ : କର୍ତବ୍ୟର ଅବହେଳା ପାଇଁ ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ I ନୟାଗଡ଼ ଏସପି ରାହୁଲ ଜୈନ ଏହି ୩ ଜଣଙ୍କୁ ବୁଧବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି I ନିଲମ୍ବିତ କର୍ମଚାରୀ ମାନେ ହେଲେ ଏସ୍‌ଆଇ ହସିନା ପ୍ରଧାନ, ଏଏସ୍‌ଆଇ ରାଜେଶ୍ବରୀ ନାୟକ ଏବଂ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର I ସୂଚନା ଅନୁଯାୟୀ ଗତ ସୋମବାର ବିଳମ୍ବିତ ରାତିରେ ସଦର ଥାନା ଗୋଳଗୋଳା ଗାଁରେ ବଡ଼ ଧରଣର ସିରିଜ ଚୋରି ହୋଇଥିଲା I ପ୍ରାୟ […]

୩ ପୋଲିସ କର୍ମଚାରୀ ନିଲମ୍ବିତ
୩ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ : କର୍ତବ୍ୟର ଅବହେଳା ପାଇଁ ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ I ନୟାଗଡ଼ ଏସପି ରାହୁଲ ଜୈନ ଏହି ୩ ଜଣଙ୍କୁ ବୁଧବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି I ନିଲମ୍ବିତ କର୍ମଚାରୀ ମାନେ ହେଲେ ଏସ୍‌ଆଇ ହସିନା ପ୍ରଧାନ, ଏଏସ୍‌ଆଇ ରାଜେଶ୍ବରୀ ନାୟକ ଏବଂ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର I

ସୂଚନା ଅନୁଯାୟୀ ଗତ ସୋମବାର ବିଳମ୍ବିତ ରାତିରେ ସଦର ଥାନା ଗୋଳଗୋଳା ଗାଁରେ ବଡ଼ ଧରଣର ସିରିଜ ଚୋରି ହୋଇଥିଲା I ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗ ନେଇ ରାତିରେ ଥାନାକୁ ଏତଲା ଦେବାକୁ ଆସିଥିଲେ ଅଭିଯୋଗକାରୀ I ତେବେ ଡିଉଟିରେ ଥିବା ଏହି ୩ କର୍ମଚାରୀ ତାଙ୍କ ଏତଲା ଗ୍ରହଣ ନକରି ସକାଳେ ଆସିବାକୁ କହିଥିଲେ I ଏହି ଘଟଣା ଏସପି ରାହୁଲ ଜୈନ ନଜରକୁ ଆସିବା ପରେ ତଦନ୍ତ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l