ଆର୍‌ଡି ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲିକୁ ବିରୋଧ: ଟୋଲଗେଟ୍‌ ଭାଙ୍ଗିଲେ କୋଶଲ ସଂଗ୍ରାମୀ, ଚର୍ଚ୍ଚାରେ…

ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାଠାରେ ରହିଥିବା ଟୋଲପ୍ଲାଜା ନିକଟରେ ଜାତୀୟ ରାଜପଥରୁ ବରାହଗୋଡ଼ା-ତୋରା ପଟକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡି) ବିଭାଗର ଏକ ବାଇପାସ୍‌ ରାସ୍ତାରୁ ଟୋଲଟ୍ୟାକ୍ସ ଅସୁଲି କରିବାକୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ବାରମ୍ବାର ଉଦ୍ୟମ କରୁଛନ୍ତି। ଆରଡ଼ି ବିଭାଗ ଅଧିନରେ ରହିଥିବା ବାଇପାସ୍‌ ରାସ୍ତାରୁ ଟୋଲଟ୍ୟାକ୍ସ ଅସୁଲି ବେଆଇନ ବୋଲି ଅଭିଯୋଗ କରି ଟୋଲପ୍ଲାଜା କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକେ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଏହାକୁ ନେଇ ବାରମ୍ବାର ଉତ୍ତେଜନା ପ୍ରକାଶ ପାଇବା […] The post ଆର୍‌ଡି ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲିକୁ ବିରୋଧ: ଟୋଲଗେଟ୍‌ ଭାଙ୍ଗିଲେ କୋଶଲ ସଂଗ୍ରାମୀ, ଚର୍ଚ୍ଚାରେ… appeared first on Dharitri Odia News.

ଆର୍‌ଡି ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲିକୁ ବିରୋଧ: ଟୋଲଗେଟ୍‌ ଭାଙ୍ଗିଲେ କୋଶଲ ସଂଗ୍ରାମୀ, ଚର୍ଚ୍ଚାରେ…

ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାଠାରେ ରହିଥିବା ଟୋଲପ୍ଲାଜା ନିକଟରେ ଜାତୀୟ ରାଜପଥରୁ ବରାହଗୋଡ଼ା-ତୋରା ପଟକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡି) ବିଭାଗର ଏକ ବାଇପାସ୍‌ ରାସ୍ତାରୁ ଟୋଲଟ୍ୟାକ୍ସ ଅସୁଲି କରିବାକୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ବାରମ୍ବାର ଉଦ୍ୟମ କରୁଛନ୍ତି। ଆରଡ଼ି ବିଭାଗ ଅଧିନରେ ରହିଥିବା ବାଇପାସ୍‌ ରାସ୍ତାରୁ ଟୋଲଟ୍ୟାକ୍ସ ଅସୁଲି ବେଆଇନ ବୋଲି ଅଭିଯୋଗ କରି ଟୋଲପ୍ଲାଜା କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକେ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଏହାକୁ ନେଇ ବାରମ୍ବାର ଉତ୍ତେଜନା ପ୍ରକାଶ ପାଇବା ସହିତ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜିଥିବା ନଜୀର ରହିଛି। ତେବେ ପ୍ରଶାସନର ହସ୍ତକ୍ଷେପ ପରେ ସେହି ବାଇପାସ୍‌ ରାସ୍ତାରୁ ଟୋଲଟ୍ୟାକ୍ସ ଅସୁଲିକୁ ସାମୟିକ ବନ୍ଦ କରିଦେଇ କିଛିଦିନ ପରେ ପୁଣି ଟୋଲଟ୍ୟାକ୍ସ ଅସୁଲି କରାଯାଉଥିବା ଯୋଗୁ ଉତ୍ତେଜନା ଦ୍ୱିଗୁଣିତ ହେବାରେ ଲାଗିଛି।

ମଙ୍ଗଳବାର ଏହି ବାଇପାସ୍‌ ରାସ୍ତାରେ ଟୋଲପ୍ଲାଜା କର୍ତ୍ତୃପକ୍ଷ ଟୋଲଟ୍ୟାକ୍ସ ଅସୁଲି ଉଦ୍ଦେଶ୍ୟ ନେଇ ଗେଟ୍‌(ଫାଟକ) ନିର୍ମାଣ କରିବା ପରେ ଚାପା ଉତ୍ତେଜନା ଲାଗି ରହିଥିଲା। ସେଠାରୁ ସେହି ଗେଟ୍‌ ହଟାଇବା ପାଇଁ ମଙ୍ଗଳବାର କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଟୋଲପ୍ଲାଜା କର୍ତ୍ତୃପକ୍ଷଙ୍କୁ ଭେଟି ଅନୁରୋଧ କରିଥିଲେ। ଯଦି 24 ଘଣ୍ଟା ପରେ ବାଇପାସ୍‌ ରାସ୍ତାରେ ନିର୍ମିତ ସେହି ଗେଟ୍‌କୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ନ ହଟାଇବେ, ସେ ନିଜେ ସେଠାକୁ ପହଞ୍ଚି ତାକୁ ସେଠାରୁ ହଟାଇ ଦେବେ ବୋଲି ଚେତାବନୀ ଦେଇଥିଲେ। ଏହି କ୍ରମରେ ବୁଧବାର ଅପରାହ୍ନରେ କୋଶଲ ସଂଗ୍ରାମୀ ଦନ୍ତା ସେଠାକୁ ପହଞ୍ଚିଥିଲେ ଏବଂ ବାଇପାସ୍‌ ରାସ୍ତାରେ ଟୋଲଗେଟ୍‌ ସ୍ଥାପନ ବେଆଇନ ଦର୍ଶାଇ ସେଠାରେ ରହିଥିବା ଫାଟକକୁ ହଟାଇବା ସହିତ ତାକୁ ଫୋପାଡ଼ି ମଧ୍ୟ ଦେଇଥିଲେ। କୋଶଲ ସଂଗ୍ରାମୀ ଦନ୍ତାଙ୍କ ଏଭଳି ପଦକ୍ଷେପକୁ ସୋସିଆଲ ମିଡ଼ିଆରେ ଅନେକ ପ୍ରଶଂସା କରୁଥିବାବେଳେ ପ୍ରଶାସନର ବାରମ୍ବାର ହସ୍ତକ୍ଷେପ ପରେ ମଧ୍ୟ କେଉଁ ସାହାସରେ ଟୋଲପ୍ଲାଜା କର୍ତ୍ତୃପକ୍ଷ ବାଇପାସ୍‌ ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲି କରିବା ପାଇଁ ସେଭଳି ଟୋଲଗେଟ୍‌ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। କେବଳ ସେତିକି ନୁହେଁ, ଟୋଲପ୍ଲାଜା କର୍ତ୍ତୃପକ୍ଷଙ୍କ ସେଭଳି ମନମାନି ବିରୋଧରେ ଜଣେ କୋଶଲ ସଂଗ୍ରାମୀ ଆଗେଇ ଆସୁଥିବାବେଳେ ସେଥିପ୍ରତି ସ୍ଥାନୀୟ ଜନ ପ୍ରତିନିଧି, ତଥାକଥିତ ବଡ଼ବଡ଼ିଆ ନେତାଙ୍କ ନୀରବତା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି।

The post ଆର୍‌ଡି ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲିକୁ ବିରୋଧ: ଟୋଲଗେଟ୍‌ ଭାଙ୍ଗିଲେ କୋଶଲ ସଂଗ୍ରାମୀ, ଚର୍ଚ୍ଚାରେ… appeared first on Dharitri Odia News.