ବଢୁଛି ଗୋଲ୍ଡ ଇଟିଏଫ୍ରେ ନିବେଶ, ନଭେମ୍ବରରେ ଭାରତୀୟ ଖଟାଇଛନ୍ତି ୧୪୮୨ କୋଟି
ନୂଆଦିଲ୍ଲୀ: ଭାରତରେ ଗୋଲ୍ଡ ବା ସୁନା ଏକ୍ସଚେଞ୍ଜ ଟ୍ରଡେଡ୍ ଫଣ୍ଡ୍ (ଇଟିଏଫ୍)ରେ ନିବେଶ ବଢ଼ୁଛି। ଗତ ମାସ ଅର୍ଥାତ୍ ନଭେମ୍ବରରେ ଭାରତୀୟମାନେ ସୁନା ଇଟିଏଫ୍ ରେ ପ୍ରାୟ ୧୪୮୨ କୋଟି ଟଙ୍କା ବିନିଯୋଗ କରିଥିଲେ। ଇକ୍ୱିଟି ବଜାରରେ ଅସ୍ଥିରତା ହେତୁ ଏହା ଘଟିଛି। ଏହାପୂର୍ବରୁ ଅକ୍ଟୋବରରେ ସୁନା ଇଟିଏଫରେ ୧୯୬୧ କୋଟି ଟଙ୍କା ଏବଂ ସେପ୍ଟେମ୍ବରରେ ୧୨୩୩ କୋଟି ଟଙ୍କା ବିନିଯୋଗ ହୋଇଛି। ସୁନା ଇଟିଏଫ୍ରେ ଭାରତୀୟ ନିବେଶକଙ୍କ ଆତ୍ମବିଶ୍ୱାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସୁନାର ମୂଲ୍ୟ […]

ନୂଆଦିଲ୍ଲୀ: ଭାରତରେ ଗୋଲ୍ଡ ବା ସୁନା ଏକ୍ସଚେଞ୍ଜ ଟ୍ରଡେଡ୍ ଫଣ୍ଡ୍ (ଇଟିଏଫ୍)ରେ ନିବେଶ ବଢ଼ୁଛି। ଗତ ମାସ ଅର୍ଥାତ୍ ନଭେମ୍ବରରେ ଭାରତୀୟମାନେ ସୁନା ଇଟିଏଫ୍ ରେ ପ୍ରାୟ ୧୪୮୨ କୋଟି ଟଙ୍କା ବିନିଯୋଗ କରିଥିଲେ। ଇକ୍ୱିଟି ବଜାରରେ ଅସ୍ଥିରତା ହେତୁ ଏହା ଘଟିଛି। ଏହାପୂର୍ବରୁ ଅକ୍ଟୋବରରେ ସୁନା ଇଟିଏଫରେ ୧୯୬୧ କୋଟି ଟଙ୍କା ଏବଂ ସେପ୍ଟେମ୍ବରରେ ୧୨୩୩ କୋଟି ଟଙ୍କା ବିନିଯୋଗ ହୋଇଛି।
ସୁନା ଇଟିଏଫ୍ରେ ଭାରତୀୟ ନିବେଶକଙ୍କ ଆତ୍ମବିଶ୍ୱାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସୁନାର ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ଉପରେ ଇଟିଏଫ୍ ଗୁଡିକ ଆଧାରିତ। ସେୟାର ପରି ସୁନା କିଣିବାର ସୁବିଧାକୁ ସୁନା ଇଟିଏଫ୍ କୁହାଯାଏ। ଏକ୍ସଚେଞ୍ଜ ଟ୍ରଡେଡ୍ ଫଣ୍ଡ୍ ସୁନାର ବୃଦ୍ଧି ଏବଂ ହ୍ରାସ ମୂଲ୍ୟ ଉପରେ ଆଧାରିତ। ଏହା ଏକ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍। ଏଥିରେ ୟୁନିଟରେ ସୁନା କିଣାଯାଏ। ଏହାକୁ ବିକ୍ରି କଲେ ସୁନା ମିଳିବ ନାହିଁ, କିନ୍ତୁ ସେହି ସମୟରେ ବଜାର ମୂଲ୍ୟ ସହିତ ସମାନ ପରିମାଣ ଅର୍ଥ ମିଳିବ। ସୁନାରେ ବିନିଯୋଗ କରିବାର ଏହା ସବୁଠାରୁ ଶସ୍ତା ଉପାୟ।ଏହା ୟୁନିଟ୍ ଗୁଡିକରେ କିଣାଯାଏ। ଇଟିଏଫ୍ ପଇଁ ଡିମାଟ୍ ଆକାଉଣ୍ଟ ଆବଶ୍ୟକ। ସୁନା ଇଟିଏଫ୍ଗୁଡିକ ସେୟାର ପରି ବିଏସ୍ଇ ଏବଂ ଏନ୍ଏସ୍ଇରେ କିଣାଯାଇ ବିକ୍ରି ହୋଇପାରିବ।
ଇଟିଏଫ୍ ମାଧ୍ୟମରେ ସୁନା ୟୁନିଟ୍ରେ କିଣାଯାଏ, ଯେଉଁଠାରେ ଗୋଟିଏ ୟୁନିଟ୍ ଗୋଟିଏ ଗ୍ରାମ। ଏହା ଅଳ୍ପ ପରିମାଣରେ କିମ୍ବା ଏଓ୍ଆଇପି (ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନ୍) ମାଧ୍ୟମରେ ସୁନା କିଣିବା ସହଜ କରିଥାଏ। ଯେଉଁଠାରେ ଫିଜିକାଲ୍ ଭାବେ ସୁନା ସାଧାରତଃ ୧୦ ଗ୍ରାମ ମୂଲ୍ୟରେ ବିକ୍ରି ହୁଏ। ଅନେକ ଥର ଅଳଙ୍କାର କିଣିବା ସମୟରେ ଅଳ୍ପ ପରିମାଣରେ ସୁନା କିଣିବା ସମ୍ଭବ ନୁହେଁ।