ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ନ ଥିଲା: କଂଗ୍ରେସ

ମୁମ୍ବାଇ, ୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ମହା ବିକାଶ ଅଘାଡ଼ି ମେଣ୍ଟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ମେଣ୍ଟର ଦଳମାନଙ୍କ ମଧ୍ୟରେ ସହଯୋଗ ଏବଂ ସମନ୍ବୟ ପ୍ରୟାସର ଅଭାବ ଯୋଗୁ ଏହି ପରାଜୟ ଘଟିଥିବା ନେଇ ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ତଥା କର୍ନାଟକ ଗୃହମନ୍ତ୍ରୀ ଜି. ପରମେଶ୍ୱର ରବିବାର କହିଛନ୍ତି। ଅଧିକାଂଶ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀମାନଙ୍କୁ ଶିବସେନା(ୟୁବିଟି)ର ସମର୍ଥନ ମିଳିଲା ନାହିଁ। ସେହିପରି ତୃଣମୂଳ ସ୍ତରୀୟ ଏନସିପି(ଏସ୍‌ପି) ନେତାଙ୍କ […] The post ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ନ ଥିଲା: କଂଗ୍ରେସ appeared first on Dharitri Odia News.

ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ନ ଥିଲା: କଂଗ୍ରେସ

ମୁମ୍ବାଇ, ୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ମହା ବିକାଶ ଅଘାଡ଼ି ମେଣ୍ଟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ମେଣ୍ଟର ଦଳମାନଙ୍କ ମଧ୍ୟରେ ସହଯୋଗ ଏବଂ ସମନ୍ବୟ ପ୍ରୟାସର ଅଭାବ ଯୋଗୁ ଏହି ପରାଜୟ ଘଟିଥିବା ନେଇ ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ତଥା କର୍ନାଟକ ଗୃହମନ୍ତ୍ରୀ ଜି. ପରମେଶ୍ୱର ରବିବାର କହିଛନ୍ତି। ଅଧିକାଂଶ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀମାନଙ୍କୁ ଶିବସେନା(ୟୁବିଟି)ର ସମର୍ଥନ ମିଳିଲା ନାହିଁ। ସେହିପରି ତୃଣମୂଳ ସ୍ତରୀୟ ଏନସିପି(ଏସ୍‌ପି) ନେତାଙ୍କ ସହ କଂଗ୍ରେସ କର୍ମୀମାନଙ୍କ ତାଳମେଳ ରହି ନ ଥିବା ସେ ସ୍ବୀକାର କରିଛନ୍ତି। ପରମେଶ୍ୱରା କହିଛନ୍ତି, ବିଦର୍ଭ ଅଞ୍ଚଳରୁ କଂଗ୍ରେସ ପ୍ରାୟ ୫୦ ଆସନ ଜିତିବ ବୋଲି ଆଶା ରଖିଥିଲା। କିନ୍ତୁ ଦଳକୁ ମାତ୍ର ୮ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ତେବେ ମହାରାଷ୍ଟ୍ର ନିର୍ବାଚନରେ ଆସିଥିବା ଅପ୍ରତ୍ୟାଶିତ ଫଳାଫଳ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ(ଇଭିଏମ୍‌)କୁ ନେଇ ସନ୍ଦେହ ବଢ଼ାଇଛି ବୋଲି ସେ କହିଛନ୍ତି।

The post ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ନ ଥିଲା: କଂଗ୍ରେସ appeared first on Dharitri Odia News.