ମାନବିକତା ଦେଖାଇଲେ ଆଶାକର୍ମୀ: ବାତ୍ୟା ଆଶ୍ରୟସ୍ଥଳୀକୁ ବୃଦ୍ଧାଙ୍କୁ ବୋହି ଆଣିଲେ

ରାଜନଗର,,୨୫ା୧୦: ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ାକୁ ଅଧିକ କ୍ଷତି ପହଞ୍ଚିଥିଲା ବେଳେ ସରକାର ପୂର୍ବ ପ୍ରସ୍ତୁତି ସ୍ୱରୂପ ଲକ୍ଷାଧିକ ଲୋକଙ୍କୁ ସ୍ଥାନସ୍ତରଣ କରିଥିଲେ। ଏହି ସମୟରେ କେନ୍ଦ୍ରାପଡ଼ା ଜିଲା ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ବାଘମାରି ପଞ୍ଚାୟତର ଖାସମୁଣ୍ଡା ଗ୍ରାମର ଆଶାକର୍ମୀ ଶିବାନୀ ମଣ୍ଡଳ ମାନବିକତା ଏବଂ ମହିଳା ଶକ୍ତିର ଜ୍ୱଳନ୍ତ ଉଦାହରଣ ପ୍ରଦର୍ଶନ କରିଛନ୍ତି। ସେହିଗ୍ରାମର ଭିନ୍ନକ୍ଷମ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟାଶ୍ରୟସ୍ଥଳ ଆଣିଥିଲେ। ଶିବାନୀ ଦେବଦୁତ ସାଜି ଏହି ମହତ […] The post ମାନବିକତା ଦେଖାଇଲେ ଆଶାକର୍ମୀ: ବାତ୍ୟା ଆଶ୍ରୟସ୍ଥଳୀକୁ ବୃଦ୍ଧାଙ୍କୁ ବୋହି ଆଣିଲେ appeared first on Dharitri Odia News.

ମାନବିକତା ଦେଖାଇଲେ ଆଶାକର୍ମୀ: ବାତ୍ୟା ଆଶ୍ରୟସ୍ଥଳୀକୁ ବୃଦ୍ଧାଙ୍କୁ ବୋହି ଆଣିଲେ

ରାଜନଗର,,୨୫ା୧୦: ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ାକୁ ଅଧିକ କ୍ଷତି ପହଞ୍ଚିଥିଲା ବେଳେ ସରକାର ପୂର୍ବ ପ୍ରସ୍ତୁତି ସ୍ୱରୂପ ଲକ୍ଷାଧିକ ଲୋକଙ୍କୁ ସ୍ଥାନସ୍ତରଣ କରିଥିଲେ। ଏହି ସମୟରେ କେନ୍ଦ୍ରାପଡ଼ା ଜିଲା ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ବାଘମାରି ପଞ୍ଚାୟତର ଖାସମୁଣ୍ଡା ଗ୍ରାମର ଆଶାକର୍ମୀ ଶିବାନୀ ମଣ୍ଡଳ ମାନବିକତା ଏବଂ ମହିଳା ଶକ୍ତିର ଜ୍ୱଳନ୍ତ ଉଦାହରଣ ପ୍ରଦର୍ଶନ କରିଛନ୍ତି। ସେହିଗ୍ରାମର ଭିନ୍ନକ୍ଷମ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟାଶ୍ରୟସ୍ଥଳ ଆଣିଥିଲେ।

ଶିବାନୀ ଦେବଦୁତ ସାଜି ଏହି ମହତ କାର୍ଯ୍ୟ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରଶଂସାର ସୁଅ ଛୁଟିଛି। ଯେଉଁଠି ସ୍ୱାସ୍ଥ୍ୟ ବିଭାଗ ପହଞ୍ଚିବା ଲାଗି ସମୟ ଲାଗେ, ସେହି ଦୁର୍ଗମ ଅଞ୍ଚଳରେ ଶିବାନୀ କେବଳ ଜଣେ ମହିଳା ନୁହେଁ ଅନେକ ବୃଦ୍ଧ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇ ଦେବଦୁତ ସାଜିଛନ୍ତି। ଏହି ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜିଲା ପ୍ରଶାସନ ଶିବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଏକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ”ରାଜ୍ୟର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା”।

ସେହିଭଳି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଲେଖିଛନ୍ତି, ”ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକଟି ଜୀବନର ସୁରକ୍ଷା କରିବା ହେଉଛି ଲୋକଙ୍କ ସରକାରର ଦାୟିତ୍ଵ ଓ କର୍ତ୍ତବ୍ୟ। ଏକ ଅମୂଲ୍ୟ ଜୀବନର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଭଉଣୀଙ୍କ ଏହି ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା।

କେନ୍ଦ୍ରାପଡ଼ା ଜିଲ୍ଲା, ରାଜନଗର ବ୍ଲକ ଅନ୍ତର୍ଗତ ଖାସମୁଣ୍ଡା ଗାଁର ଆଶା ଭଉଣୀ ଶିବାନୀ ମଣ୍ଡଳଙ୍କ ଏଭଳି ନିଷ୍ଠାପର ଉଦ୍ୟମ ପାଇଁ ମୁଁ ତାଙ୍କୁ ସାଧୁବାଦ ଜଣାଉଛି।”

The post ମାନବିକତା ଦେଖାଇଲେ ଆଶାକର୍ମୀ: ବାତ୍ୟା ଆଶ୍ରୟସ୍ଥଳୀକୁ ବୃଦ୍ଧାଙ୍କୁ ବୋହି ଆଣିଲେ appeared first on Dharitri Odia News.