ନୂଆ ରେକର୍ଡ କଲା UPI: ମେ ମାସରେ ୨୫.୧୪ ଲକ୍ଷ କୋଟି ଟଙ୍କାର କାରବାର
ନୂଆଦିଲ୍ଲୀ,୨ା୬: ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ, ମେ ମାସରେ ୟୁ ନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ମାଧ୍ୟମରେ ରେକର୍ଡ ୧,୮୬୮ କୋଟି କାରବାର ହୋଇଛି। ଏନପିସିଆଇ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ପରିଚାଳନା କରେ, ଯାହା ସାଙ୍ଗମାନଙ୍କ ମଧ୍ୟରେ ବା ବ୍ୟବସାୟୀଙ୍କ ନିକଟରେ କ୍ରୟ କରିବା ସମୟରେ ରିଅଲ-ଟାଇମ ପେମେଣ୍ଟ ପାଇଁ ବ୍ୟବହୃତ ହୁଏ। ଏପ୍ରିଲ ମାସରେ UPI କାରବାର ସଂଖ୍ୟା ୧,୭୮୯ କୋଟି ଥିଲା। ମେ ମାସରେ UPI […] The post ନୂଆ ରେକର୍ଡ କଲା UPI: ମେ ମାସରେ ୨୫.୧୪ ଲକ୍ଷ କୋଟି ଟଙ୍କାର କାରବାର appeared first on Dharitri Odia News.
ନୂଆଦିଲ୍ଲୀ,୨ା୬: ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ, ମେ ମାସରେ ୟୁ ନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ମାଧ୍ୟମରେ ରେକର୍ଡ ୧,୮୬୮ କୋଟି କାରବାର ହୋଇଛି।
ଏନପିସିଆଇ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ପରିଚାଳନା କରେ, ଯାହା ସାଙ୍ଗମାନଙ୍କ ମଧ୍ୟରେ ବା ବ୍ୟବସାୟୀଙ୍କ ନିକଟରେ କ୍ରୟ କରିବା ସମୟରେ ରିଅଲ-ଟାଇମ ପେମେଣ୍ଟ ପାଇଁ ବ୍ୟବହୃତ ହୁଏ।
ଏପ୍ରିଲ ମାସରେ UPI କାରବାର ସଂଖ୍ୟା ୧,୭୮୯ କୋଟି ଥିଲା।
ମେ ମାସରେ UPI ମାଧ୍ୟମରେ ୨୫.୧୪ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି, ଯାହା ଗତ ବର୍ଷ ତୁଳନାରେ ୨୩% ବୃଦ୍ଧି ଦର୍ଶାଇଛି। ଏହା ଏପ୍ରିଲ ମାସରେ ହୋଇଥିବା ୨୩.୯୫ ଲକ୍ଷ କୋଟି ଟଙ୍କାର କାରବାର ସହିତ ତୁଳନାତ୍ମକ। ମେ ମାସରେ ଦୈନିକ ହାରାହାରି କାରବାର ସଂଖ୍ୟା ୬୦.୨ କୋଟି ଥିଲା।
ସୂଚନା ଅନୁସାରେ, ମେ ମାସରେ ଦୈନିକ ହାରାହାରି କାରବାର ୮୧,୧୦୬ କୋଟି ଟଙ୍କା ଥିଲା। ଯେତେବେଳେ ଏପ୍ରିଲ ମାସରେ ହୋଇଥିବା ୭୯,୮୩୧ କୋଟି ଟଙ୍କା ଥିଲା।
The post ନୂଆ ରେକର୍ଡ କଲା UPI: ମେ ମାସରେ ୨୫.୧୪ ଲକ୍ଷ କୋଟି ଟଙ୍କାର କାରବାର appeared first on Dharitri Odia News.