ନୀଳଗିରି ଆସନରେ ହେବେ କି ପ୍ରାର୍ଥୀ! ନବୀନ ନିବାସରେ ପ୍ରମୁଖ ଆଶାୟୀ ସନ୍ତୋଷ ଖଟୁଆ
ଭୁବନେଶ୍ୱର,୧୦।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଦିନ କେଇଟା ଥିବା ବେଳେ ଏଯାବତ ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରୁନାହିଁ। ଶାସକ ବିଜେଡି ୧୦୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ହେଁ ନୀଳଗିରି ବିଧାନସଭା ଆସନ ନେଇ ଦଳର ଅଙ୍କ ଛିଣ୍ଡୁନି । ଏହି ଆସନ ପାଇଁ ଏକାଧିକ ଆଶାୟୀ ଥିବାରୁ କାହାକୁ ଟିକେଟ ଦିଆଯିବ ତାହା ସ୍ଥିର କରାଯାଇପାରୁନାହିଁ। ତେବେ ଏହି ଆସନ ପାଇଁ ପ୍ରମୁଖ […] The post ନୀଳଗିରି ଆସନରେ ହେବେ କି ପ୍ରାର୍ଥୀ! ନବୀନ ନିବାସରେ ପ୍ରମୁଖ ଆଶାୟୀ ସନ୍ତୋଷ ଖଟୁଆ appeared first on Dharitri Odia News.
ଭୁବନେଶ୍ୱର,୧୦।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଦିନ କେଇଟା ଥିବା ବେଳେ ଏଯାବତ ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରୁନାହିଁ। ଶାସକ ବିଜେଡି ୧୦୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ହେଁ ନୀଳଗିରି ବିଧାନସଭା ଆସନ ନେଇ ଦଳର ଅଙ୍କ ଛିଣ୍ଡୁନି । ଏହି ଆସନ ପାଇଁ ଏକାଧିକ ଆଶାୟୀ ଥିବାରୁ କାହାକୁ ଟିକେଟ ଦିଆଯିବ ତାହା ସ୍ଥିର କରାଯାଇପାରୁନାହିଁ।
ତେବେ ଏହି ଆସନ ପାଇଁ ପ୍ରମୁଖ ଆଶାୟୀ କୁହାଯାଉଥିବା ସନ୍ତୋଷ ଖଟୁଆ ବୁଧବାର ପୁଣି ଥରେ ଡାକରା ପାଇ ନବୀନ ନିବାସରେ ପହଞ୍ଚିଛନ୍ତି । ପୂର୍ବରୁ ସକାଳେ ସନ୍ତୋଷ ନବୀନ ନିବାସ ଯାଇଥିଲେ । ତେବେ ସୁକାନ୍ତ ନାୟକ ବିଜେଡିରେ ମିଶିବା ପରେ ସନ୍ତୋଷଙ୍କ ଅଡ଼ୁଆ ବଢିଯାଇଥିବା ଚର୍ଚ୍ଚା ହେଉଛି। ଏହାଛଡ଼ା ନିକଟରେ ଭାଜପା ଛାଡ଼ି ବିଜେଡିରେ ମିଶିଥିବା ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ନୀଳଗିରି ଆସନ ପାଇଁ ଆଶାୟୀ ଥିବା କୁହାଯାଉଛି ।
ନୀଳଗିରି ବିଧାୟକ ସୁକାନ୍ତ ଭାଜପା ଛାଡି ବିଜେଡିରେ ମିଶିବା ପରେ ନୀଳଗିରି ବିଧାନସଭା ଆସନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ସୁକାନ୍ତ ନାୟକଙ୍କୁ ନୀଳଗିରି ବିଧାନସଭା ପାଇଁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଏସବୁ ମଧ୍ୟରେ ସନ୍ତୋଷ ନବୀନ ନିବାସରେ ପହଞ୍ଚିଛନ୍ତି। ଏହାକୁ ନେଇ ସେ କହିଛନ୍ତି, ତାଙ୍କର ନିର୍ବାଚନ ଲଢିବାକୁ ଆଶା ଅଛି । ଯଦି ମୁଖ୍ୟମନ୍ତ୍ରୀ ସୁକାନ୍ତ ନାୟକଙ୍କୁ ସମର୍ଥନ ଦେବାକୁ କହିବେ ତେବେ ସେ ସମର୍ଥନ ଦେବେ । ଯଦି ତାଙ୍କୁ ଲଢିବାକୁ କହନ୍ତି, ତେବେ ସେ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।
The post ନୀଳଗିରି ଆସନରେ ହେବେ କି ପ୍ରାର୍ଥୀ! ନବୀନ ନିବାସରେ ପ୍ରମୁଖ ଆଶାୟୀ ସନ୍ତୋଷ ଖଟୁଆ appeared first on Dharitri Odia News.