‘ମୋଦି ଗ୍ୟାରେଣ୍ଟିର ବାଧକ ସାଜିଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର, ୨୪।୩(ସୁନିତ୍‌ ମିଶ୍ର): ଓଡ଼ିଶାର ଜଳ ସମ୍ପଦ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସମଗ୍ର ରାଜ୍ୟବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଏଥିପାଇଁ ଅନେକ ହଜାର କୋଟି ଟଙ୍କାର ଆର୍ଥତ୍କ ଅନୁଦାନ ଓ ସହାୟତା ପ୍ରଦାନ କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ’ ମାଧ୍ୟମରେ ଗତ ୧୦ ବର୍ଷରେ ଓଡ଼ିଶାର ୭୧.୦୨ ପ୍ରତିଶତ ଘରେ ଟ୍ୟାପ୍‌ ଯୋଗେ ଜଳ ଯୋଗାଇ […] The post ‘ମୋଦି ଗ୍ୟାରେଣ୍ଟିର ବାଧକ ସାଜିଛନ୍ତି ରାଜ୍ୟ ସରକାର’ appeared first on Dharitri Odia News.

‘ମୋଦି ଗ୍ୟାରେଣ୍ଟିର ବାଧକ ସାଜିଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର, ୨୪।୩(ସୁନିତ୍‌ ମିଶ୍ର): ଓଡ଼ିଶାର ଜଳ ସମ୍ପଦ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସମଗ୍ର ରାଜ୍ୟବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଏଥିପାଇଁ ଅନେକ ହଜାର କୋଟି ଟଙ୍କାର ଆର୍ଥତ୍କ ଅନୁଦାନ ଓ ସହାୟତା ପ୍ରଦାନ କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ’ ମାଧ୍ୟମରେ ଗତ ୧୦ ବର୍ଷରେ ଓଡ଼ିଶାର ୭୧.୦୨ ପ୍ରତିଶତ ଘରେ ଟ୍ୟାପ୍‌ ଯୋଗେ ଜଳ ଯୋଗାଇ ଦିଆଯାଇଛି। ୨୦୧୯-୨୪ ଭିତରେ ୧୦,୨୧୭ କୋଟି ଟଙ୍କା ବ୍ୟୟ କରାଯାଇ ରାଜ୍ୟର ୬୦,୭୫,୧୫୧ଟି ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ପୁରୀ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍‌ ବିଚ୍‌’ ଭାବେ ମୋଦି ସରକାରରେ ମାନ୍ୟତା ମିଳିଛି।

ମାତ୍ର ଓଡ଼ିଶା ସରକାର ରାଜ୍ୟରେ ମୋଦି ଗ୍ୟାରେଣ୍ଟିର ବାଧକ ସାଜିଛନ୍ତି ବୋଲି ଭାଜପା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମୁକେଶ କହିଛନ୍ତି, ଏକଦା ଜଳବହୁଳ ରାଜ୍ୟ ଭାବେ ପରିଗଣିତ ଓଡ଼ିଶା ରାଜ୍ୟରେ ବର୍ତ୍ତମାନ ଜଳସଙ୍କଟ ଅତ୍ୟନ୍ତ ଚିନ୍ତାଜନକ। ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହି ସୁଦ୍ଧା ଓଡ଼ିଶା ସରକାର ରାଜ୍ୟରେ ଗୋଟିଏ ହେଲେ ବନ୍ଧ କିମ୍ବା ବ୍ୟାରେଜ ନିର୍ମାଣ କରିପାରିଲେ ନାହିଁ। ରାଜ୍ୟର ‘ଏଣ୍ଟ୍ରି ପଏଣ୍ଟ’ ଭୁବନେଶ୍ୱରର ପରିବେଶ ଅସ୍ବାସ୍ଥ୍ୟକର ଓ ବିପଦ ସ୍ଥିତିରେ ପହଞ୍ଚିସାରିଛି । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେବଳ ‘ମୋଦି ଗ୍ୟାରେଣ୍ଟି’ର ଆବଶ୍ୟକତା ରହିଛି ବୋଲି ମୁକେଶ କହିଛନ୍ତି ।

The post ‘ମୋଦି ଗ୍ୟାରେଣ୍ଟିର ବାଧକ ସାଜିଛନ୍ତି ରାଜ୍ୟ ସରକାର’ appeared first on Dharitri Odia News.