ଏକଲବ୍ୟ ଆବାସିକ ବିଦ୍ୟାଳୟରେ ସପ୍ତମ, ଅଷ୍ଟମ ପିଲାଙ୍କୁ ରାଗିଂ
ବଲାଙ୍ଗୀର,୩।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ଡୁମ୍ବେରବାହାଲ ଗାଁରେ ଥିବା ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୩୧ ତାରିଖରେ ଯୁକ୍ତଦୁଇ ଶ୍ରେଣୀର ୧୫ଜଣ ଛାତ୍ର ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ୯ଜଣ ଛାତ୍ରଙ୍କୁ ହଷ୍ଟେଲ ରୁମକୁ ଡାକିଥିଲେ। ହଷ୍ଟେଲ ରୁମରେ ୯ଜଣ ଛାତ୍ରଙ୍କୁ ସିନିୟର ଛାତ୍ର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପ୍ରଥମରୁ ଭୟରେ ଛାତ୍ରମାନେ କାହାକୁ କିଛି କହୁ […] The post ଏକଲବ୍ୟ ଆବାସିକ ବିଦ୍ୟାଳୟରେ ସପ୍ତମ, ଅଷ୍ଟମ ପିଲାଙ୍କୁ ରାଗିଂ appeared first on Dharitri Odia News.
ବଲାଙ୍ଗୀର,୩।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ଡୁମ୍ବେରବାହାଲ ଗାଁରେ ଥିବା ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି।
ଗତ ୩୧ ତାରିଖରେ ଯୁକ୍ତଦୁଇ ଶ୍ରେଣୀର ୧୫ଜଣ ଛାତ୍ର ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ୯ଜଣ ଛାତ୍ରଙ୍କୁ ହଷ୍ଟେଲ ରୁମକୁ ଡାକିଥିଲେ। ହଷ୍ଟେଲ ରୁମରେ ୯ଜଣ ଛାତ୍ରଙ୍କୁ ସିନିୟର ଛାତ୍ର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପ୍ରଥମରୁ ଭୟରେ ଛାତ୍ରମାନେ କାହାକୁ କିଛି କହୁ ନ ଥିଲେ। ଘଟଣା ସମ୍ପର୍କରେ ଅଭିଭାବକମାନେ ଜାଣିବା ପରେ ଜିଲା ଆଦିବାସୀ ସଂଘ ସଭାପତି ସତ୍ୟନାରାୟଣ ଭୋଇଙ୍କୁ ଭେଟିଥିଲେ। ପରେ ଛାତ୍ର ଓ ଅଭିଭାବକ ପୁଇଁତଲା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଭିତ୍ତି କରି ପୁଇଁତଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ବିଦ୍ୟାଳୟରେ ଆଣ୍ଟି ରାଗିଂ ସେଲ ଗଠନ ହୋଇନାହିଁ। ଆଣ୍ଟି ରାଗିଂ ସେଲ ଗଠନ କରାଯିବ ଓ ଅଭିଯୋଗର ତଦନ୍ତ କରାଯିବ ବୋଲି ଜିଲା ମଙ୍ଗଳ ଅଧିକାରୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
The post ଏକଲବ୍ୟ ଆବାସିକ ବିଦ୍ୟାଳୟରେ ସପ୍ତମ, ଅଷ୍ଟମ ପିଲାଙ୍କୁ ରାଗିଂ appeared first on Dharitri Odia News.