ଜଳବାୟୁ ପରିବର୍ତ୍ତନ: ଗ୍ରୀସ୍‌ ଉପକୂଳରେ ୧୦୦ ଟନ୍‌ ମଲା ମାଛ

ଭୋଲୋସ୍‌,୨୯ା୮: ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ମଣିଷଙ୍କ ଜୀବନକୁ ଦୁର୍ବିସହ କରିନାହିଁ, ବନ୍ୟଜନ୍ତୁ ଓ ସାମୁଦ୍ରିକ ଜୀବ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଗ୍ରୀସ୍‌ର ଭୋଲୋସ୍‌ ବନ୍ଦର ଆଖପାଖ ଅଞ୍ଚଳରେ ୧୦୦ ଟନ୍‌ରୁ ଊର୍ଦ୍ଧ୍ୱ ମଲା ମାଛ ପଡ଼ିଥିବା ଦେଖିବାକୁ ମିଳିଛି। ଏଥେନ୍ସ ଉତ୍ତର ଉପକୂଳବର୍ତ୍ତୀ ୩୨୦ କିଲୋମିଟର ବ୍ୟାପୀ ଅଞ୍ଚଳରେ ଏହି ମାଛଗୁଡ଼ିକ ପଡ଼ି ରହିଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ୩ ଦିନ ଧରି ମାଛ ବ୍ୟବସାୟ ୮୦ ପ୍ରତିଶତ ହ୍ରାସ ପାଇଥିବା ଭୋଲୋସ୍‌ ଚାମ୍ବର ଅଫ୍‌ […] The post ଜଳବାୟୁ ପରିବର୍ତ୍ତନ: ଗ୍ରୀସ୍‌ ଉପକୂଳରେ ୧୦୦ ଟନ୍‌ ମଲା ମାଛ appeared first on Dharitri Odia News.

ଜଳବାୟୁ ପରିବର୍ତ୍ତନ: ଗ୍ରୀସ୍‌ ଉପକୂଳରେ ୧୦୦ ଟନ୍‌ ମଲା ମାଛ

ଭୋଲୋସ୍‌,୨୯ା୮: ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ମଣିଷଙ୍କ ଜୀବନକୁ ଦୁର୍ବିସହ କରିନାହିଁ, ବନ୍ୟଜନ୍ତୁ ଓ ସାମୁଦ୍ରିକ ଜୀବ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଗ୍ରୀସ୍‌ର ଭୋଲୋସ୍‌ ବନ୍ଦର ଆଖପାଖ ଅଞ୍ଚଳରେ ୧୦୦ ଟନ୍‌ରୁ ଊର୍ଦ୍ଧ୍ୱ ମଲା ମାଛ ପଡ଼ିଥିବା ଦେଖିବାକୁ ମିଳିଛି। ଏଥେନ୍ସ ଉତ୍ତର ଉପକୂଳବର୍ତ୍ତୀ ୩୨୦ କିଲୋମିଟର ବ୍ୟାପୀ ଅଞ୍ଚଳରେ ଏହି ମାଛଗୁଡ଼ିକ ପଡ଼ି ରହିଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ୩ ଦିନ ଧରି ମାଛ ବ୍ୟବସାୟ ୮୦ ପ୍ରତିଶତ ହ୍ରାସ ପାଇଥିବା ଭୋଲୋସ୍‌ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ କୁହାଯାଇଛି।

The post ଜଳବାୟୁ ପରିବର୍ତ୍ତନ: ଗ୍ରୀସ୍‌ ଉପକୂଳରେ ୧୦୦ ଟନ୍‌ ମଲା ମାଛ appeared first on Dharitri Odia News.