ପ୍ରଥମେ ନୋଟ୍‌ ଚିରି ଉଡାଇଲେ, ପରେ କଲେ ଜବରଦସ୍ତ ଡ୍ୟାନ୍ସ: କୋହଲିଙ୍କ ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ,୨।୧: ବିରାଟ କୋହଲି ତାଙ୍କ ଯୁଗର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କ ଫଲୋ କରୁଥିବା ପ୍ରଶଂସକ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତ। ତେବେ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବିରାଟ କୋହଲି ତାଙ୍କ ପିଲାଦିନ ସହ ଜଡିତ ଏକ ମଜାଳିଆ କାହାଣୀ କହୁଛନ୍ତି। ଏହି ଭାଇରାଲ ଭିଡିଓରେ ବିରାଟ କୋହଲି କହୁଛନ୍ତି , ଯେତେବେଳେ ବି ମୁଁ ବିବାହକୁ ଯାଉଥିଲି, ମୁଁ ନୋଟ […] The post ପ୍ରଥମେ ନୋଟ୍‌ ଚିରି ଉଡାଇଲେ, ପରେ କଲେ ଜବରଦସ୍ତ ଡ୍ୟାନ୍ସ: କୋହଲିଙ୍କ ଭିଡିଓ ହେଉଛି ଭାଇରାଲ୍‌ appeared first on Dharitri Odia News.

ପ୍ରଥମେ ନୋଟ୍‌ ଚିରି ଉଡାଇଲେ, ପରେ କଲେ ଜବରଦସ୍ତ ଡ୍ୟାନ୍ସ: କୋହଲିଙ୍କ ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ,୨।୧: ବିରାଟ କୋହଲି ତାଙ୍କ ଯୁଗର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କ ଫଲୋ କରୁଥିବା ପ୍ରଶଂସକ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତ। ତେବେ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବିରାଟ କୋହଲି ତାଙ୍କ ପିଲାଦିନ ସହ ଜଡିତ ଏକ ମଜାଳିଆ କାହାଣୀ କହୁଛନ୍ତି।
ଏହି ଭାଇରାଲ ଭିଡିଓରେ ବିରାଟ କୋହଲି କହୁଛନ୍ତି , ଯେତେବେଳେ ବି ମୁଁ ବିବାହକୁ ଯାଉଥିଲି, ମୁଁ ନୋଟ ଫୋପାଡି ଲୋକମାନେ ବହୁତ ନାଚୁଥିବାର ଦେଖୁଥିଲି। ଦିନେ ମୋ ପରିବାର ସଦସ୍ୟମାନେ କିଛି ଜିନିଷ କିଣିବା ପାଇଁ ମୋତେ ୫୦ ଟଙ୍କା ନୋଟ ଦେଲେ। ନୋଟ ଦେଖି ମୁଁ ବହୁତ ଖୁସି ହେଲି। ମୁଁ ଘରୁ ବାହାରକୁ ଆସିଲି, ପାହାଚ ତଳକୁ ଗଲି, ସେହି ନୋଟକୁ ଫାଟି ତାହାକୁ ଟିକ୍‌ ଟିକ୍‌ କରି ଉଡାଇ ବହୁତ ନାଚିଥିଲି। ତେବେ ବିରାଟ କୋହଲିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ବିରାଟ କୋହଲି ତାଙ୍କ ମାଡ ସହ ଜଡିତ କାହାଣୀକୁ ଆହୁରି ବର୍ଣ୍ଣନା କରିଛନ୍ତି। ବିରାଟ କୋହଲି କହୁଛନ୍ତି, ତାଙ୍କର ‘ତୁ’ କହିବାର ଅଭ୍ୟାସ ଥିଲା, ଏହା ପରେ ଦିଦି ତାଙ୍କୁ ଥରେ ମାଡ଼ ମାରିଥିଲେ। କୋହଲିଙ୍କ ବଡ ଭଉଣୀଙ୍କ ନାମ ଭାବନା କୋହଲି ଧିଙ୍ଗରା।

 

View this post on Instagram

 

A post shared by @Virat Kohli (@virat_kohli_era__18)

The post ପ୍ରଥମେ ନୋଟ୍‌ ଚିରି ଉଡାଇଲେ, ପରେ କଲେ ଜବରଦସ୍ତ ଡ୍ୟାନ୍ସ: କୋହଲିଙ୍କ ଭିଡିଓ ହେଉଛି ଭାଇରାଲ୍‌ appeared first on Dharitri Odia News.