ବଡ଼ ଖବର: ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ- ମଜବୁତ ହେବ ଏନ୍‌ଡିଏ

ଚେନ୍ନାଇ,୧୧।୪: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟ ସଭାପତି କେ. ଅନ୍ନାମଲାଇଙ୍କୁ ପଦରୁ ହଟାଯିବା ପରେ, ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ଏଆଇଏଡିଏମ୍‌କେ(AIADMK) ମଧ୍ୟ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)କୁ ଫେରିବା ଘୋଷଣା କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆଗାମୀ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ରାଜ୍ୟରେ ଇ. ପଲାନିସ୍ବାମୀଙ୍କ ନେତୃତ୍ୱରେ ଲଢ଼ାଯିବ। ତେବେ ଜାତୀୟ ସ୍ତରରେ ମେଣ୍ଟର ଚେହେରା […] The post ବଡ଼ ଖବର: ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ- ମଜବୁତ ହେବ ଏନ୍‌ଡିଏ appeared first on Dharitri Odia News.

ବଡ଼ ଖବର: ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ- ମଜବୁତ ହେବ ଏନ୍‌ଡିଏ

ଚେନ୍ନାଇ,୧୧।୪: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟ ସଭାପତି କେ. ଅନ୍ନାମଲାଇଙ୍କୁ ପଦରୁ ହଟାଯିବା ପରେ, ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ଏଆଇଏଡିଏମ୍‌କେ(AIADMK) ମଧ୍ୟ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)କୁ ଫେରିବା ଘୋଷଣା କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆଗାମୀ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ରାଜ୍ୟରେ ଇ. ପଲାନିସ୍ବାମୀଙ୍କ ନେତୃତ୍ୱରେ ଲଢ଼ାଯିବ। ତେବେ ଜାତୀୟ ସ୍ତରରେ ମେଣ୍ଟର ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବେ।

ଅମିତ ଶାହ କହିଛନ୍ତି ଯେ ୧୯୯୮ ମସିହାରୁ, ଜୟଲଳିତା ଏବଂ ଅଟଳଜୀଙ୍କ ସମୟରେ, ଆମେ ଏକାଠି ନିର୍ବାଚନ ଲଢ଼ି ଆସୁଛୁ। ଗୋଟିଏ ସମୟ ଥିଲା ଯେତେବେଳେ ଆମେ ଏକାଠି ୩୯ଟି ଲୋକ ସଭା ଆସନରୁ ୩୦ଟି ଜିତିଥିଲୁ। ଏଣୁ ଭାଜପା ଏବଂ ଏଆଇଏଡିଏମ୍‌କେ ମଧ୍ୟରେ ମେଣ୍ଟ କେବଳ ରାଜନୈତିକ ନୁହେଁ ବରଂ ବିଶ୍ୱାସ ଏବଂ ବିଚାରଧାରା ଉପରେ ଆଧାରିତ। ଶାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ମନେ ପକାଇ କହିଛନ୍ତି ଯେ ଦୁଇ ନେତା ସର୍ବଦା ତାମିଲନାଡୁର ବିକାଶ ପାଇଁ ଏକାଠି କାମ କରିଛନ୍ତି।

ତେବେ ଶାହା ସ୍ପଷ୍ଟ କରିଛନ୍ତି ଯେ ଭାଜପା ସରକାରରେ ଯୋଗଦେବ କି ନାହିଁ ତାହା ନିର୍ବାଚନ ପରେ ନିଷ୍ପତ୍ତି ନେବ। ଏଆଇଏଡିଏମ୍‌କେ କୌଣସି ଦାବି କରିନାହିଁ ଏବଂ ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ଭାଜପା କୌଣସି ହସ୍ତକ୍ଷେପ କରିନାହିଁ। ଏହି ମେଣ୍ଟ ଉଭୟ ଦଳ ପାଇଁ ଉପଯୋଗୀ ଏବଂ ଆମେ ଏକାଠି ନିର୍ବାଚନ ଲଢ଼ିବୁ। ମନ୍ତ୍ରୀଙ୍କ ସଂଖ୍ୟା ଏବଂ ଆସନ ବଣ୍ଟନ ସମ୍ପର୍କରେ ନିଷ୍ପତ୍ତି ଉପଯୁକ୍ତ ସମୟରେ ନିଆଯିବ। ବର୍ତ୍ତମାନ ରାଜ୍ୟରେ ଦୁର୍ନୀତିଗ୍ରସ୍ତ DMK ସରକାରଙ୍କୁ ହଟାଇବା NDAର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଶାହା ଡିଏମକେକୁ କଟାକ୍ଷ କରି କହିଛନ୍ତି ଯେ ଡିଏମ୍‌କେ ଜାଣିଶୁଣି ସନାତନ ଧର୍ମ ଏବଂ ଭାଷା ଭଳି ପ୍ରସଙ୍ଗ ଉଠାଇଛି ଯାହା ଦ୍ୱାରା ଏହା ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇପାରିବ। ତାମିଲନାଡୁ ନିର୍ବାଚନରେ ସବୁଠାରୁ ବଡ଼ ପ୍ରସଙ୍ଗ ହେବ ଦୁର୍ନୀତି। ଲୋକମାନେ ଏଥର ବିକାଶ ଏବଂ ସ୍ବଚ୍ଛତାକୁ ବାଛିବେ। ଅଟଳ ବିହାରୀ ବାଜପେୟୀ ଏବଂ ଜୟଲଳିତାଙ୍କ ସମୟରେ ଥିବା ମେଣ୍ଟକୁ ମନେ ପକାଇ ସେ କହିଛନ୍ତି ଯେ ଭାଜପା ଏବଂ ଏଆଇଏଡିଏମ୍‌କେ ମିଳିତ ଭାବରେ ଅତୀତରେ ମଧ୍ୟ ବଡ଼ ସଫଳତା ହାସଲ କରିଛନ୍ତି। ଏଥର ମଧ୍ୟ ଲୋକମାନେ ଏନଡିଏକୁ ବହୁମତ ଦେବେ ବୋଲି ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ସରକାର ଏପର୍ଯ୍ୟନ୍ତ ପ୍ରାୟ ୩୯,୦୦୦ କୋଟି ଟଙ୍କାର ଘୋଟାଲା କରିଛି, ଯେଉଁଥିରୁ ମଦ ଘୋଟାଲା ଏବଂ ମନରେଗା ଘୋଟାଲା ପ୍ରମୁଖ। ଆମେ ଡିଏମ୍‌କେ ସରକାରଙ୍କ ଘୋଟାଲାର ପର୍ଦ୍ଦାଫାସ କରିବୁ। ଏହି ଦୁର୍ନୀତି ପାଇଁ ତାମିଲନାଡୁର ଲୋକମାନେ ଷ୍ଟାଲିନ ଏବଂ ଉଦୟନିଧିଙ୍କୁ କେବେ କ୍ଷମା କରିବେ ନାହିଁ ବୋଲି ଶାହା କହିଛନ୍ତି।

The post ବଡ଼ ଖବର: ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ- ମଜବୁତ ହେବ ଏନ୍‌ଡିଏ appeared first on Dharitri Odia News.