ଅଭିନେତ୍ରୀ ଲୈଲା ଖାନଙ୍କ ପିତାଙ୍କୁ ଫାଶି ଦଣ୍ଡ, ୧୩ ବର୍ଷ ପରେ ଆସିଲା ହତ୍ୟା ମାମଲାର ରାୟ

ମୁମ୍ବାଇ,୨୪।୫: ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ସୂଚନାଯୋଗ୍ୟ, ୧୩ବର୍ଷ ପରେ କୋର୍ଟ ଏହି ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। ପରଭେଜ ଟକ ମୃତ ଲୈଲା ଖାନଙ୍କ ସାବତ ପିତା। ଫେବୃଆରୀ ୨୦୧୧ରେ, ପରଭେଜ ଟାକ ମହାରାଷ୍ଟ୍ରର ଇଗାଟପୁରୀର ଏକ ଫାର୍ମ ହାଉସରେ ଲୈଲା ଖାନ ଏବଂ ତାଙ୍କ ପରିବାରର ଅନ୍ୟ ପାଞ୍ଚଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଏବଂ […] The post ଅଭିନେତ୍ରୀ ଲୈଲା ଖାନଙ୍କ ପିତାଙ୍କୁ ଫାଶି ଦଣ୍ଡ, ୧୩ ବର୍ଷ ପରେ ଆସିଲା ହତ୍ୟା ମାମଲାର ରାୟ appeared first on Dharitri Odia News.

ଅଭିନେତ୍ରୀ ଲୈଲା ଖାନଙ୍କ ପିତାଙ୍କୁ ଫାଶି ଦଣ୍ଡ, ୧୩ ବର୍ଷ ପରେ ଆସିଲା ହତ୍ୟା ମାମଲାର ରାୟ

ମୁମ୍ବାଇ,୨୪।୫: ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ସୂଚନାଯୋଗ୍ୟ, ୧୩ବର୍ଷ ପରେ କୋର୍ଟ ଏହି ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। ପରଭେଜ ଟକ ମୃତ ଲୈଲା ଖାନଙ୍କ ସାବତ ପିତା। ଫେବୃଆରୀ ୨୦୧୧ରେ, ପରଭେଜ ଟାକ ମହାରାଷ୍ଟ୍ରର ଇଗାଟପୁରୀର ଏକ ଫାର୍ମ ହାଉସରେ ଲୈଲା ଖାନ ଏବଂ ତାଙ୍କ ପରିବାରର ଅନ୍ୟ ପାଞ୍ଚଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଏବଂ ମୃତଦେହକୁ ମାଟି ତଳେ ପୋତି ଦେଇଥିଲେ।

ମେ ୯ରେ, ସେସନ୍ସ କୋର୍ଟ ପରଭେଜ ଟାକଙ୍କୁ ଲୈଲା ଖାନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଦଣ୍ଡ ଘୋଷଣା ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ପ୍ରକୃତରେ ସମ୍ପତ୍ତି ଉପରେ ବିବାଦ ପରେ ପରଭେଜ ଟାକ ତାଙ୍କ ସାବତ କନ୍ୟା ଲୈଲା ଖାନଙ୍କୁ ହତ୍ୟା କରିଥିଲେ। କେବଳ ଏତିକି ନୁହେଁ, ହତ୍ୟାକାରୀ ପରଭେଜ ଲୈଲାଙ୍କ ମା’ଙ୍କ ସମେତ ୬ ଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ଫେବୃଆରୀ ୨୧୧ର।

The post ଅଭିନେତ୍ରୀ ଲୈଲା ଖାନଙ୍କ ପିତାଙ୍କୁ ଫାଶି ଦଣ୍ଡ, ୧୩ ବର୍ଷ ପରେ ଆସିଲା ହତ୍ୟା ମାମଲାର ରାୟ appeared first on Dharitri Odia News.