ଶ୍ରମିକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଆନ୍ଦୋଳନ ପାଇଁ ଆହ୍ବାନ

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ପକ୍ଷରୁ ମିଳିତ ଭାବେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବଜାର ଗାନ୍ଧୀଛକଠାରେ ଆୟୋଜିତ ସଭାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ସଭାପତିତ୍ୱ କରିଥିଲେ। ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର କାର୍ଯ୍ୟକର୍ତ୍ତା ଉପେନ୍ଦ୍ର ବେହେରା ଲାଲ ପତାକା ଉତ୍ତୋଳନ କରିଥିଲେ। ସଭାରେ ସିପିଆଇ(ଏମ୍‌) ର ପୂର୍ବତନ ଗଞ୍ଜାମ ଜିଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ […] The post ଶ୍ରମିକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଆନ୍ଦୋଳନ ପାଇଁ ଆହ୍ବାନ appeared first on Dharitri Odia News.

ଶ୍ରମିକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଆନ୍ଦୋଳନ ପାଇଁ ଆହ୍ବାନ

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ପକ୍ଷରୁ ମିଳିତ ଭାବେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବଜାର ଗାନ୍ଧୀଛକଠାରେ ଆୟୋଜିତ ସଭାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ସଭାପତିତ୍ୱ କରିଥିଲେ। ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର କାର୍ଯ୍ୟକର୍ତ୍ତା ଉପେନ୍ଦ୍ର ବେହେରା ଲାଲ ପତାକା ଉତ୍ତୋଳନ କରିଥିଲେ। ସଭାରେ ସିପିଆଇ(ଏମ୍‌) ର ପୂର୍ବତନ ଗଞ୍ଜାମ ଜିଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିର ତୀବ୍ର ସମାଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ଶ୍ରମ କୋର୍ଡ ସଂଶୋଧନ ପ୍ରସ୍ତାବକୁ ତୀବ୍ର ବିରୋଧ କରିଥିଲେ। ଶ୍ରମିକମାନଙ୍କ ବିବିଧ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଉପସ୍ଥିତ ଶ୍ରମଜୀବୀମାନଙ୍କୁ ଆହ୍ବାନ ଦେଇଥିଲେ। ସଭାରେ ସିପିଆଇ ବଡ଼ ଖେମୁଣ୍ଡି ଜୋନାଲ ସମ୍ପାଦକ କିଶୋର କୁମାର ଶତପଥି,ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର, ଆଇନଜୀବୀ ପି.ଶିବଶଙ୍କର, ଭଗବାନ ପଟ୍ଟନାୟକ, ଦଣ୍ଡପାଣି ସାହୁ, ରମେଶ ଭୁଁୟା,ଲୋକନାଥ ବିଷୋୟୀ, ଗଣେଶ ପାତ୍ର, ପ୍ରଦୀପ ପରିଡ଼ା,ପର୍ଶୁରାମ ବିଷୋୟୀ,କରୁଣାକର ବିଷୋୟୀ,ଭି.ସୁଦର୍ଶନ ରାଜୁ, କୈଳାସ ମହାରଣା,ପ୍ରଫୁଲ୍ଲ ମହାରଣା, ସୁଦର୍ଶନ ସେଠୀ, ଅରୁଣ ମହାରଣା,ସୁଦାମ ସେଠୀ, ଏ.ଘନ, ଏ.କୃଷ୍ଣମୂର୍ତ୍ତି, ଏ. କୁରେଶୁ, ଏ.ସୂର୍ଯ୍ୟନାରାୟଣ, ଏ.ହରି, ଏ.ପୁରୁଷୋତ୍ତମ, ବି.ଇରେଶୁ,ଜି.ଲକ୍ଷ୍ମୀ, ଏ. ମୁତ୍ୟାଲୁ, ରମା ବେହେରା ପ୍ରମୁଖ ବହୁ ସଂଖ୍ୟକ ଶ୍ରମିକ, କ୍ଷେତ ମଜଦୂର, ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ।

The post ଶ୍ରମିକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଆନ୍ଦୋଳନ ପାଇଁ ଆହ୍ବାନ appeared first on Dharitri Odia News.