ତିନି ଦୁର୍ବୁତ୍ତ ବାଇକରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ମୋବାଇଲ
ବାଲିଗୁଡ଼ା:୧୧।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ, ଡକାୟତି, ଚୋରି ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ପୁଣି ଏକ ଲୁଟ ଘଟଣା ସାମ୍ନାକୁ ଆସିଛି । ଫୁଟବଲ ଖେଳି ସଂଧ୍ୟାରେ ଘରକୁ ଫେରୁଥିବାବେଳେ ତିନିଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଯୁବକଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଲୁଟି ନେଇଥିବା ନେଇ ବାଲିଗୁଡା ଥାନାରେ ବୁଧବାର ଅଭିଯୋଗ […] The post ତିନି ଦୁର୍ବୁତ୍ତ ବାଇକରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ମୋବାଇଲ appeared first on Dharitri Odia News.
ବାଲିଗୁଡ଼ା:୧୧।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ, ଡକାୟତି, ଚୋରି ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ପୁଣି ଏକ ଲୁଟ ଘଟଣା ସାମ୍ନାକୁ ଆସିଛି । ଫୁଟବଲ ଖେଳି ସଂଧ୍ୟାରେ ଘରକୁ ଫେରୁଥିବାବେଳେ ତିନିଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଯୁବକଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଲୁଟି ନେଇଥିବା ନେଇ ବାଲିଗୁଡା ଥାନାରେ ବୁଧବାର ଅଭିଯୋଗ ହୋଇଛି ।
ପ୍ରକାଶ ଯେ, ବାଲିଗୁଡ଼ା ଥାନା ଅର୍ନ୍ତଗତ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟି ଗ୍ରାମର ଲମ୍ବୋଦର ମାଳିକ ଚଳିତ ମାସ ୫ତାରିଖ ସଂଧ୍ୟାରେ ସଲଗପଦରରୁ ଫୁଟବଲ ଖେଳି ନିଜ ଗାଁ ମାଣିକୁଟି କୁ ଯିବାବେଳେ ହଠାତ ତିନିଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଲମ୍ବୋଦରଙ୍କୁ ଧମକାଇବା ସହ ତାଙ୍କଠାରୁ ଦୁଇଟି ମୋବାଇଲ ଛଡ଼ାଇ ନେଇଥିଲେ । କିନ୍ତୁ ଭୟଭୀତ ହୋଇ ରହିବା ପରେ ପରିବାର ଲୋକଙ୍କ ପରାମର୍ଶ କ୍ରମେ ଏନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା କେସ ନଂ -୨୧୧/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
The post ତିନି ଦୁର୍ବୁତ୍ତ ବାଇକରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ମୋବାଇଲ appeared first on Dharitri Odia News.