ନିଶାଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧରେ ସଚେତନ କଲା ପ୍ରଶାସନ
କେସିଙ୍ଗା,୧୭।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା ଅବକାରୀ ଓ କେସିଙ୍ଗା ପଞ୍ଚାୟତ ସମିତି ମିଳିତ ଉଦ୍ୟମରେ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ଏକ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧରେ ମଙ୍ଗଳବାର ଏକ ବ୍ଲକସ୍ତରୀୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କେସିଙ୍ଗା ଏସ୍ଡିପିଓ ସନ୍ଦିପ କୁମାର ମାଝୀ ନିଶାଦ୍ରବ୍ୟ, ଅପମିଶ୍ରିତ ଓ ବିଷାକ୍ତ ବିଷୟରେ ଆଲୋକପାତ କରିଥିଲେ। କେସିଙ୍ଗା ସହରର ୱାର୍ଡ ନଂ ୮ରେ ଥିବା ୮ଟି କୁଚିଆ […] The post ନିଶାଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧରେ ସଚେତନ କଲା ପ୍ରଶାସନ appeared first on Dharitri Odia News.
କେସିଙ୍ଗା,୧୭।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା ଅବକାରୀ ଓ କେସିଙ୍ଗା ପଞ୍ଚାୟତ ସମିତି ମିଳିତ ଉଦ୍ୟମରେ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ଏକ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧରେ ମଙ୍ଗଳବାର ଏକ ବ୍ଲକସ୍ତରୀୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କେସିଙ୍ଗା ଏସ୍ଡିପିଓ ସନ୍ଦିପ କୁମାର ମାଝୀ ନିଶାଦ୍ରବ୍ୟ, ଅପମିଶ୍ରିତ ଓ ବିଷାକ୍ତ ବିଷୟରେ ଆଲୋକପାତ କରିଥିଲେ। କେସିଙ୍ଗା ସହରର ୱାର୍ଡ ନଂ ୮ରେ ଥିବା ୮ଟି କୁଚିଆ ମଦ ଦୋକାନକୁ ୱାର୍ଡ ବାସୀ ମିଳିତ ଉଦ୍ୟମ ରେ ବନ୍ଧ କରିଥିବା ଉଦାହରଣ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ।
ଗରିବ ଲୋକମାନେ ଦି ପଇସା ରୋଜଗାର କରି ପରିବାର ପୋଷିବା ପରିବର୍ତ୍ତେ ମଦ ନିଶାରେ ଆକୃଷ୍ଟ ହୋଇ ପରିବାର ପ୍ରତି ପୋଷଣରେ ବ୍ୟଘାତ ସୃଷ୍ଟି କରିଥାନ୍ତି। ଯାହାଫଳରେ ପରିବାର ପ୍ରତି ପୋଷଣରେ ସମସ୍ୟା ଦେଖାଯାଉଛି। ସେଥିପାଇଁ ଜିଲା ଅବକାରୀ ଓ ବ୍ଲକ ପ୍ରଶାସନ ପକ୍ଷରୁ ୧୭ ତାରିଖ ଠାରୁ ୨୫ତାରିଖ ଯାଏ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏହି ସଚେତନତା ଅଭିଯାନ ପ୍ରକ୍ରିୟା ଚାଲୁ କରିବା ପାଇଁ ପ୍ରଶାସନ ପକ୍ଷରୁ ଶପଥ ନେଇଛି। ଏହି ନିଶା ଦ୍ରବ୍ୟ ତଥା ଅପମିଶ୍ରିତ, ବିଷାକ୍ତ ଦ୍ରବ୍ୟ ବିରୋଧରେ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟରୁ ମଙ୍ଗଳବାରଠାରୁ ଏହି ସଚେତନତା ଅଭିଯାନକୁ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏସଡିପିଓ ସନ୍ଦିପ କୁମାର ମାଝି, ବିଡ଼ିଓ ଜନ୍ମେଜୟ ସ୍ବାଇଁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ବର ମେହେର, କେସିଙ୍ଗା ଅବକାରୀ ବିଭାଗର ଶବ ଇନିସପେକ୍ଟର ବିଶ୍ୱଜିତ ଆରୁକ , ଏ ପିଓ ଙ୍କ ସମେତ ବ୍ଲକ ର ତୁଣ୍ଡଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସରୋଜ ସେଠି, ଗୋକୁଳେଶ୍ୱର ଗ୍ରାମ ପଞ୍ଚାୟତ ର ସରପଞ୍ଚ କେଶୁଲାଲ ତାଣ୍ଡି,ଚାଞ୍ଚେର ଗ୍ରାମ ପଞ୍ଚାୟତ ସରପଞ୍ଚ ଅଞ୍ଜୁ କୁମାର,ତହସିର ଗ୍ରାମ ପଞ୍ଚାୟତ ର ସରପଞ୍ଚ ମମତାରାଣୀ ନାଗ, ବ୍ଲକ ର ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟା, ଏମ୍ବିକେ, ବ୍ୟାଙ୍କ ମିତ୍ର ପ୍ରମୁଖ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଥିଲେ।ଏହି ଅଭିଯାନ କୁ କିପରି ସଫଳ ରୂପାୟନ କରିବେ ସେ ବିଷୟରେ ଅତିଥିମାନେ ଉଦବୋଧନ ଦେଇଥିଲେ।
The post ନିଶାଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧରେ ସଚେତନ କଲା ପ୍ରଶାସନ appeared first on Dharitri Odia News.