କାର୍ଯ୍ୟସ୍ଥଳରେ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଯୌନ ନିର୍ଯାତନା: ହାଇକୋର୍ଟ
ଚେନ୍ନାଇ,୨୫।୧: କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଏବଂ ଯେକୌଣସି ଅପ୍ରିୟ ବ୍ୟବହାର ଯୌନ ନିର୍ଯାତନା ବୋଲି ମାଡ୍ରାସ୍ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଟିପ୍ପଣୀ ଦେଇଛନ୍ତି। ପୋସ୍ ଆଇନ ଅନୁଯାୟୀ, ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କ ଅନୁଭୂତିକୁ ପୁରୁଷଙ୍କ ଉଦ୍ଦେଶ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଜଷ୍ଟିସ୍ ଆର୍.ଏନ୍. ମଞ୍ଜୁଲା କହିଛନ୍ତି। ଉତ୍ପୀଡ଼ନକାରୀଙ୍କ ଉଦ୍ଦେଶ୍ୟ ଯାହା ହୋଇଥାଉ ନା କାହିଁକି କାର୍ଯ୍ୟସ୍ଥଳରେ ଅପ୍ରିୟ ବ୍ୟବହାର ଯୌନ ନିର୍ଯାତନା ବୋଲି ଆମେରିକା […] The post କାର୍ଯ୍ୟସ୍ଥଳରେ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଯୌନ ନିର୍ଯାତନା: ହାଇକୋର୍ଟ appeared first on Dharitri Odia News.
ଚେନ୍ନାଇ,୨୫।୧: କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଏବଂ ଯେକୌଣସି ଅପ୍ରିୟ ବ୍ୟବହାର ଯୌନ ନିର୍ଯାତନା ବୋଲି ମାଡ୍ରାସ୍ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଟିପ୍ପଣୀ ଦେଇଛନ୍ତି। ପୋସ୍ ଆଇନ ଅନୁଯାୟୀ, ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କ ଅନୁଭୂତିକୁ ପୁରୁଷଙ୍କ ଉଦ୍ଦେଶ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଜଷ୍ଟିସ୍ ଆର୍.ଏନ୍. ମଞ୍ଜୁଲା କହିଛନ୍ତି। ଉତ୍ପୀଡ଼ନକାରୀଙ୍କ ଉଦ୍ଦେଶ୍ୟ ଯାହା
ହୋଇଥାଉ ନା କାହିଁକି କାର୍ଯ୍ୟସ୍ଥଳରେ ଅପ୍ରିୟ ବ୍ୟବହାର ଯୌନ ନିର୍ଯାତନା ବୋଲି ଆମେରିକା କୋର୍ଟର ଏକ ରାୟର ଉଦାହରଣ ଦେଇ ବିଚାରପତି କହିଥିଲେ। ଯଦି ମହିଳା ଜଣକ କୌଣସି ଆଚରଣକୁ ଭଲ ଭାବରେ ଗ୍ରହଣ କରୁନାହାନ୍ତି ବା ଅନୁପଯୁକ୍ତ ଭାବୁଥାନ୍ତି ଏବଂ ଏଭଳି ଅପ୍ରିୟ ବ୍ୟବହାର ଯଦି ତାଙ୍କୁ ପ୍ରଭାବିତ କରୁଥାଏ, ତେବେ ଏହା ଯୌନ ନିର୍ଯାତନାର ସଂଜ୍ଞା ମଧ୍ୟରେ ଯିବା ନିଃସନ୍ଦେହ। ଯୁକ୍ତିଯୁକ୍ତତା ହେଉଛି ଏକ ମାପଦଣ୍ଡ, ଯାହା ମହିଳାମାନେ କିପରି ଅନୁଭବ କରୁଛନ୍ତି, ତାହା ନିରୂପଣ କରିଥାଏ ବୋଲି ବିଚାରପତି କହିଛନ୍ତି। ଶ୍ରମ ଅଦାଲତଙ୍କ ଏକ ରାୟକୁ ଖାରଜ କରିବା ଅବସରରେ ବିଚାରପତି ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ରୋକିବା ପାଇଁ ୨୦୧୩ ଡିସେମ୍ବର ୯ରେ ପୋସ୍ ଆଇନ କାର୍ଯ୍ୟକାରୀ ହୋଇଥିଲା।
The post କାର୍ଯ୍ୟସ୍ଥଳରେ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଯୌନ ନିର୍ଯାତନା: ହାଇକୋର୍ଟ appeared first on Dharitri Odia News.