ଗଣେଶ ପୂଜା ପାଇଁ ଡ୍ରେସ କିଣି ଫେରୁଥିଲେ ପିଟିଲା ବାଇକ୍‌: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ଦଶପଲ୍ଲା,୭।୯(ଳୋକନାଥ ମିଶ୍ର):ନୟାଗଡ ଜିଲା ଦଶପଲ୍ଲା ଥାନା ଡିହଗାଁ ଛକରେ ବାଇକ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁଇ ମୃତକ ହେଲେ ଡିହଗାଁର ଶୁକ୍ର ବାଜୁ ଏବଂ ସୁଦର୍ଶନ ପ୍ରଧାନ। ଗୁରୁତର ବାଇକ ଚାଳକ ମୁଖ୍ୟଖଣ୍ଡର ଦିବ୍ୟଜ୍ୟୋତି ପଣ୍ଡାଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି। ଦିବ୍ୟଜ୍ୟୋତି ଗଣେଶ ପୂଜାପାଇଁ ଡ୍ରେସ କିଣି ବାଇକ ଯୋଗେ ଦଶପଲ୍ଲାରୁ ମଧ୍ୟଖଣ୍ଡ ଫେରୁଥିଲେ। ଡିହଗାଁ ବଜାର ନିକଟରେ ଶୁକ୍ର ବାଜୁ ପରିସ୍ରା କରିବା ପାଇଁ ରାସ୍ତା […] The post ଗଣେଶ ପୂଜା ପାଇଁ ଡ୍ରେସ କିଣି ଫେରୁଥିଲେ ପିଟିଲା ବାଇକ୍‌: ଚାଲିଗଲା ୨ ଜୀବନ, ଜଣେ ଗୁରୁତର appeared first on Dharitri Odia News.

ଗଣେଶ ପୂଜା ପାଇଁ ଡ୍ରେସ କିଣି ଫେରୁଥିଲେ ପିଟିଲା ବାଇକ୍‌: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ଦଶପଲ୍ଲା,୭।୯(ଳୋକନାଥ ମିଶ୍ର):ନୟାଗଡ ଜିଲା ଦଶପଲ୍ଲା ଥାନା ଡିହଗାଁ ଛକରେ ବାଇକ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁଇ ମୃତକ ହେଲେ ଡିହଗାଁର ଶୁକ୍ର ବାଜୁ ଏବଂ ସୁଦର୍ଶନ ପ୍ରଧାନ। ଗୁରୁତର ବାଇକ ଚାଳକ ମୁଖ୍ୟଖଣ୍ଡର ଦିବ୍ୟଜ୍ୟୋତି ପଣ୍ଡାଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି। ଦିବ୍ୟଜ୍ୟୋତି ଗଣେଶ ପୂଜାପାଇଁ ଡ୍ରେସ କିଣି ବାଇକ ଯୋଗେ ଦଶପଲ୍ଲାରୁ ମଧ୍ୟଖଣ୍ଡ ଫେରୁଥିଲେ। ଡିହଗାଁ ବଜାର ନିକଟରେ ଶୁକ୍ର ବାଜୁ ପରିସ୍ରା କରିବା ପାଇଁ ରାସ୍ତା ପାର ହେବା ସମୟରେ ବାଇକ ଧକ୍କା ଦେଇଥିଲା। ସୁଦର୍ଶନ ଏକ ଦୋକାନ ନିକଟରେ ଠିଆ ହୋଇଥିବା ସମୟରେ ବାଇକ ପିଟିଥିଲା। ଦୁର୍ଘଟଣାପରେ ସଙ୍ଗେ ସଙ୍ଗେ ୨ ଗୁରୁତର ଓ ବାଇକ ଚାଳକଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସୁଦର୍ଶନ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ। ୨ ଗୁରୁତରଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳକୁ ପଠାଇଥିଲେ। ନୟାଗଡରେ ଡାକ୍ତର ଶୁକ୍ର ବାଜୁଙ୍କ ମୃତ ଘୋଷଣା କରିଛନ୍ତି। ଗୁରୁତର ଦିବ୍ୟଜ୍ୟୋତିକୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଦଶପଲ୍ଲା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି। ବେପରୁଆ ଗାଡି ଚାଳନ ଓ ଦ୍ରୁତ ଗତି ଯୋଗୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

The post ଗଣେଶ ପୂଜା ପାଇଁ ଡ୍ରେସ କିଣି ଫେରୁଥିଲେ ପିଟିଲା ବାଇକ୍‌: ଚାଲିଗଲା ୨ ଜୀବନ, ଜଣେ ଗୁରୁତର appeared first on Dharitri Odia News.