ମହାରାଣୀ ୟେଶୁବାଈଙ୍କ ଭୂମିକାରେ ରଶ୍ମିକା
ମୁମ୍ବାଇ: ଆସନ୍ତା ଫେବୃଆରୀ ୧୪ରେ ମରାଠା ଶାସକ ଛତ୍ରପତି ସମ୍ଭାଜି ମହାରାଜଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ‘ଛାବା’ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଫିଲ୍ମରେ ଛତ୍ରପତି ସମ୍ଭାଜି ମହାରାଜଙ୍କ ଭୂମିକାରେ ଅଭିନେତା ଭିକି କୌଶଲ ନଜରକୁ ଆସିବେ। ସେହିପରି ଛତ୍ରପତି ସମ୍ଭାଜି ମହାରାଜଙ୍କ ସ୍ତ୍ରୀ ମହାରାଣୀ ୟେଶୁବାଈ ଭୋଁସଲେଙ୍କ ଭୂମିକାରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ। ‘ଛାବା’ ଫିଲ୍ମର ନିର୍ମାଣ କରିଥିବା ପ୍ରଡକ୍ସନ କମ୍ପାନୀ ‘ମେଡକ୍ ଫିଲ୍ମସ୍’ ପକ୍ଷରୁ ମଙ୍ଗଳବାର ଫିଲ୍ମରେ ମହାରାଣୀ ୟେଶୁବାଈ […] The post ମହାରାଣୀ ୟେଶୁବାଈଙ୍କ ଭୂମିକାରେ ରଶ୍ମିକା appeared first on Dharitri Odia News.
ମୁମ୍ବାଇ: ଆସନ୍ତା ଫେବୃଆରୀ ୧୪ରେ ମରାଠା ଶାସକ ଛତ୍ରପତି ସମ୍ଭାଜି ମହାରାଜଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ‘ଛାବା’ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଫିଲ୍ମରେ ଛତ୍ରପତି ସମ୍ଭାଜି ମହାରାଜଙ୍କ ଭୂମିକାରେ ଅଭିନେତା ଭିକି କୌଶଲ ନଜରକୁ ଆସିବେ। ସେହିପରି ଛତ୍ରପତି ସମ୍ଭାଜି ମହାରାଜଙ୍କ ସ୍ତ୍ରୀ ମହାରାଣୀ ୟେଶୁବାଈ ଭୋଁସଲେଙ୍କ ଭୂମିକାରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ। ‘ଛାବା’ ଫିଲ୍ମର ନିର୍ମାଣ କରିଥିବା ପ୍ରଡକ୍ସନ କମ୍ପାନୀ ‘ମେଡକ୍ ଫିଲ୍ମସ୍’ ପକ୍ଷରୁ ମଙ୍ଗଳବାର ଫିଲ୍ମରେ ମହାରାଣୀ ୟେଶୁବାଈ ଭାବେ ରଶ୍ମିକାଙ୍କର ପ୍ରଥମ ଲୁକ୍ର ୨ଟି ପୋଷ୍ଟରକୁ ଜାରି କରାଯାଇଛି। ପ୍ରଥମ ପୋଷ୍ଟରରେ ରଶ୍ମିକା ଭାରି ଅଳଙ୍କାର ସହ ଶାଢ଼ି ପିନ୍ଧିଛନ୍ତି। ସେହିପରି ରଶ୍ମିକା ମୁଣ୍ଡରେ ଓଢ଼ଣା ପକାଇଥିବା ସହ ହସୁଥିବାର ନଜରକୁ ଆସୁଛନ୍ତି। ଦ୍ୱିତୀୟ ପୋଷ୍ଟରରେ ରଶ୍ମିକାଙ୍କୁ ଗମ୍ଭୀର ମୁଦ୍ରାରେ ଦେଖିବାକୁ ମିଳିଛି। କ୍ୟାପ୍ଶନ୍ରେ ମେଡକ୍ ଫିଲ୍ମସ୍ ପକ୍ଷରୁ ଲେଖାଯାଇଛି, ” ପ୍ରତ୍ୟେକ ମହାନ୍ ରାଜାଙ୍କ ସଫଳତା ପଛରେ ଜଣେ ରାଣୀ ଅଦୃଶ୍ୟ ଶକ୍ତି ଭାବରେ ଛିଡ଼ାହୋଇ ରହିଥାନ୍ତି। ବୁଧବାର ‘ଛାବା’ ଫିଲ୍ମର ଟ୍ରେଲର ରିଲିଜ୍ ହେବ।“ ଲକ୍ଷ୍ଣଣ ଉଟେକରଙ୍କ ନିର୍ଦ୍ଦେଶିତ ଏବଂ ଦିନେଶ ଭିଜାନଙ୍କ ନିର୍ମିତ ‘ଛାବା’ ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଅକ୍ଷୟ ଖାନ୍ନା, ଆଶୁତୋଷ ରାଣା, ଅଭିନେତ୍ରୀ ଦିବ୍ୟା ଦତ୍ତା ପ୍ରମୁଖଙ୍କୁ ଦେଖିବାକୁ ମିଳିବ।
The post ମହାରାଣୀ ୟେଶୁବାଈଙ୍କ ଭୂମିକାରେ ରଶ୍ମିକା appeared first on Dharitri Odia News.