ଓଲଟିଲା ଯାତ୍ରୀବାହୀ ବସ୍: ୨ଗୁରୁତର, ୧୫ଆହତ
କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ-ତେନ୍ତୁଳୀଖୁଣ୍ଟି ରାସ୍ତାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି। ଆହତଙ୍କୁ ବାଂଶପାଳ ଗୋଷ୍ଠୀ ସୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଘରକୁ ପଠାଇ ଦିଆଯାଇଛି। ବାଂଶପାଳ ବ୍ଲକ ଫୁଲଝରଠାରୁ ଅନୁଗୋଳ ଜିଲା ପାଲଲହଡା ଯାଉଥିବା ରାଧାମାଧବ ବସ୍ ତରମାକାନ୍ତ ପାଖରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି […] The post ଓଲଟିଲା ଯାତ୍ରୀବାହୀ ବସ୍: ୨ଗୁରୁତର, ୧୫ଆହତ appeared first on Dharitri Odia News.
କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ-ତେନ୍ତୁଳୀଖୁଣ୍ଟି ରାସ୍ତାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି। ଆହତଙ୍କୁ ବାଂଶପାଳ ଗୋଷ୍ଠୀ ସୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଘରକୁ ପଠାଇ ଦିଆଯାଇଛି।
ବାଂଶପାଳ ବ୍ଲକ ଫୁଲଝରଠାରୁ ଅନୁଗୋଳ ଜିଲା ପାଲଲହଡା ଯାଉଥିବା ରାଧାମାଧବ ବସ୍ ତରମାକାନ୍ତ ପାଖରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିଥିଲା। ଖବର ପାଇ ବାଂଶପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାରେ ଭର୍ତ୍ତି କରିଥିଲେ। ବସ୍ କଣ୍ଡକ୍ଟର ଗିରିଧାରୀ ବେହେରା ଓ ବଣେଇ ଅଞ୍ଚଳର ଶାଳକା ମୁଣ୍ଡା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।
ଖବର ପାଇ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଦେହୁରୀ ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ।
The post ଓଲଟିଲା ଯାତ୍ରୀବାହୀ ବସ୍: ୨ଗୁରୁତର, ୧୫ଆହତ appeared first on Dharitri Odia News.