ଗୋଟିଏ ଗୃହରେ ୫ ଶ୍ରେଣୀ
ଡେରାବିଶ,୨୬ା୭ (ବେବର୍ତ୍ତା ଅଜୟ ଦାସ): ତୃଣମୂଳସ୍ତରରୁ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ ପ୍ରଣୟନ କରାଯାଇଛି। ମାତ୍ର ଏବେ ବି ଛାତ୍ରୀଛାତ୍ରଙ୍କ ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନ ଥିବା ଯୋଗୁ ବାରଣ୍ଡା ଓ ଗୋଟିଏ ଗୃହରେ ୫ ଶ୍ରେଣୀର ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳରେ। ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର କେଉଟକଣ୍ଡିଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ସମସ୍ୟା […] The post ଗୋଟିଏ ଗୃହରେ ୫ ଶ୍ରେଣୀ appeared first on Dharitri Odia News.
ଡେରାବିଶ,୨୬ା୭ (ବେବର୍ତ୍ତା ଅଜୟ ଦାସ): ତୃଣମୂଳସ୍ତରରୁ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ ପ୍ରଣୟନ କରାଯାଇଛି। ମାତ୍ର ଏବେ ବି ଛାତ୍ରୀଛାତ୍ରଙ୍କ ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନ ଥିବା ଯୋଗୁ ବାରଣ୍ଡା ଓ ଗୋଟିଏ ଗୃହରେ ୫ ଶ୍ରେଣୀର ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳରେ। ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର କେଉଟକଣ୍ଡିଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ସମସ୍ୟା ଘେର ଭିତରେ ରହିଛି। ଆବଶ୍ୟକ ଶ୍ରେଣୀ ଗୃହ ନ ଥିବା ବେଳେ ଅସରାଏ ବର୍ଷା ହେଲେ ବିଦ୍ୟାଳୟକୁ ଯାଇଥିବା ରାସ୍ତା ପିଲାମାନଙ୍କ ପାଇଁ ବିପଦ ପାଲଟିଯାଏ।
୧୯୭୫ରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ୫ଟି ଶ୍ରେଣୀ ଚାଲିଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୩ ରହିଛି। ସେମାନଙ୍କ ଶିକ୍ଷାଦାନ ପାଇଁ ୨ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ମାତ୍ର ଶ୍ରେଣୀ ଗୃହ ଅଭାବ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ମିତ ଗୋଟିଏ ଗୃହରେ ଓ ବାରଣ୍ଡାରେ ଛାତ୍ରୀଛାତ୍ରମାନେ ଶିକ୍ଷା ଗ୍ରହଣ କରୁଛନ୍ତି। ଯେଉଁଥିପାଇଁ ଶିକ୍ଷାଦାନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ଯାହାକୁ ନେଇ ଅଭିଭାବକ ଓ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆବଶ୍ୟକ ଗୃହ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ବ୍ଲକ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ନିକଟରେ ଦାବି ହୋଇ ଆସୁଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନ ଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟକାନ୍ତ ସେଠୀ କହିଛନ୍ତି। ସୂର୍ଯ୍ୟକାନ୍ତଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ହେବ ଏକ ଅର୍ଦ୍ଧନିର୍ମିତ ଗୃହକୁ ସମ୍ପୂର୍ଣ୍ଣ କରିବାକୁ ବିଡିଓଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଛି। ସେହିପରି ପିଲାଙ୍କ ମଧ୍ୟାହ୍ନଭୋଜନ ପାଇଁ ରୋଷେଇ ଘର ନ ଥିବାରୁ ଭଙ୍ଗା ଆଜ୍ବେଷ୍ଟସ ପକାଯାଇ ବର୍ତ୍ତମାନ ଭୋଜନ ପ୍ରସ୍ତୁତ ହେଉଛି। ବେଳେବେଳେ ଶ୍ରେଣୀ ଗୃହରେ ପିଲାଙ୍କୁ ଖାଦ୍ୟ ପରିବେଷଣ କରାଯାଉଥିବା ଗ୍ରାମର ପ୍ରଦୀପ୍ତ କୁମାର ସେଠୀ କହିଛନ୍ତି। ପ୍ରଦୀପ୍ତଙ୍କ କହିବା ଅନୁଯାୟୀ, ୩ବର୍ଷ ତଳେ ପିଲାଙ୍କ ପାଇଁ ନିର୍ମିତ ହୋଇଥିବା ଶୌଚାଳୟ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏହି ଶୌଚାଳୟ କାମ କରିବା ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକାଦର ଅର୍ଦ୍ଧନିର୍ମିତ ଅବସ୍ଥାରେ ଛାଡ଼ି ପଳାଇଛନ୍ତି। ବିଦ୍ୟାଳୟକୁ ସଂଯୋଗ କରିଥିବା ରାସ୍ତାଟି ବିପଦପୂର୍ଣ୍ଣ ଥିବାବେଳେ ଏହି ବର୍ଷାରେ କର୍ଦ୍ଦମାକ୍ତ ହୋଇ ପଡୁଥିବାରୁ ପିଲାମାନେ ପଡ଼ି ଆହତ ହେବାର ନଜିର ମଧ୍ୟ ରହିଛି। ଗୁରୁବାର ୨ ଛାତ୍ର ଏହି ରାସ୍ତାରେ ପଡ଼ି ନିଜ ପୋଷାକ କାଦୁଅ ହୋଇଯାଇଥିବାରୁ ଖାଲି ଦେହରେ ପାଠ ପଢୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରୁ ବିଦ୍ୟାଳୟ ରାସ୍ତା ଓ ଗୃହ ନିର୍ମାଣ ପାଇଁ ଆର୍ଥତ୍କ ଅନୁଦାନ ଦିଆଯାଇଛି। ଏହି କାମ କିପରି ଶୀଘ୍ର ହୋଇପାରିବ ସେ ନେଇ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।
The post ଗୋଟିଏ ଗୃହରେ ୫ ଶ୍ରେଣୀ appeared first on Dharitri Odia News.