ୟୁନୁସ୍‌ଙ୍କ ଏମିତି ପ୍ରତିଶ୍ରୁତି ଦେଲେ ମୋଦି: ସମ୍ପର୍କ ସୁଦୃଢ ପାଇଁ….

ନୂଆଦିଲ୍ଲୀ,୨୮ା୩:ହିନ୍ଦୁଙ୍କ ପ୍ରତି ହିଂସା ବଢ଼ିବାକୁ ନେଇ ବାଂଲାଦେଶ ସହ ଭାରତର ରାଜନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନୂଆଦିଲ୍ଲୀର ପ୍ରତିଶ୍ରୁତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋହରାଇଛନ୍ତି। ବାଂଲାଦେଶ ସ୍ବାଧୀନତା ଦିବସ ଅବସରରେ ମୋଦି ଏହାର ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ୍‌ଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ଉପରୋକ୍ତ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବାଂଲାଦେଶର ଜାତୀୟ ଦିବସ ଆମ ମିଳିତ ଇତିହାସ ଏବଂ ବଳିଦାନର ପ୍ରତୀକ, ଯାହା ଆମ ସ୍ଥାୟୀ […] The post ୟୁନୁସ୍‌ଙ୍କ ଏମିତି ପ୍ରତିଶ୍ରୁତି ଦେଲେ ମୋଦି: ସମ୍ପର୍କ ସୁଦୃଢ ପାଇଁ…. appeared first on Dharitri Odia News.

ୟୁନୁସ୍‌ଙ୍କ ଏମିତି ପ୍ରତିଶ୍ରୁତି ଦେଲେ ମୋଦି: ସମ୍ପର୍କ ସୁଦୃଢ ପାଇଁ….

ନୂଆଦିଲ୍ଲୀ,୨୮ା୩:ହିନ୍ଦୁଙ୍କ ପ୍ରତି ହିଂସା ବଢ଼ିବାକୁ ନେଇ ବାଂଲାଦେଶ ସହ ଭାରତର ରାଜନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନୂଆଦିଲ୍ଲୀର ପ୍ରତିଶ୍ରୁତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋହରାଇଛନ୍ତି। ବାଂଲାଦେଶ ସ୍ବାଧୀନତା ଦିବସ ଅବସରରେ ମୋଦି ଏହାର ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ୍‌ଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ଉପରୋକ୍ତ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବାଂଲାଦେଶର ଜାତୀୟ ଦିବସ ଆମ ମିଳିତ ଇତିହାସ ଏବଂ ବଳିଦାନର ପ୍ରତୀକ, ଯାହା ଆମ ସ୍ଥାୟୀ ଦ୍ୱିପାକ୍ଷିକ ସମ୍ପର୍କର ମୂଳଦୁଆ ପକାଇଥିଲା। ବାଂଲାଦେଶ ମୁକ୍ତି ଯୁଦ୍ଧର ଭାବନା ବିଭିନ୍ନ କ୍ଷେତ୍ରରେ ଆମ ସମ୍ପର୍କକୁ ପ୍ରେରଣା ଏବଂ ମାର୍ଗଦର୍ଶନ ଦେଇଚାଲିଛି ଓ ଉଭୟ ଦେଶର ଲୋକଙ୍କ ପାଇଁ ବାସ୍ତବରେ ଲାଭଦାୟକ ହୋଇଛି । ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଦିଗରେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

The post ୟୁନୁସ୍‌ଙ୍କ ଏମିତି ପ୍ରତିଶ୍ରୁତି ଦେଲେ ମୋଦି: ସମ୍ପର୍କ ସୁଦୃଢ ପାଇଁ…. appeared first on Dharitri Odia News.