ନିର୍ବାଚନ ହାରିବା ପରେ ଅରବିନ୍ଦ କେଜରିୱାଲଙ୍କୁ ଚିଠି ଲେଖିଲେ ସୁକେଶ, କହିଲେ-ପୂର୍ବରୁ ଦେଇଥିଲି ଚେତାବନୀ

ନୂଆଦିଲ୍ଲୀ ୧୦।୦୨; ମହାଠକ ସୁକେଶ ଚନ୍ଦ୍ରଶେଖର । ମନି ଲଣ୍ଡରିଂ ମାମଲାରେ ସେ ତିହାର ଜେଲରେ ବନ୍ଦୀ ଅଛନ୍ତି । ଆମ ଆଦମୀ ପାର୍ଟିର ନେତା (ଆପ୍) ସଂଯୋଜକ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଉ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସୁକେଶ କେଜରିୱାଲ, ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ନିର୍ବାଚନରେ ପରାଜୟ ପାଇଁ ସମାଲୋଚନା କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି। ସୁକେଶ ଲେଖିଛନ୍ତି, 'ପ୍ରଥମେ, ମୁଁ ତୁମକୁ ଅଭିନନ୍ଦନ ଜଣାଉଛି, ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ତୁମେ ନିର୍ବାଚନ ହାରିବା ପାଇଁ।' ସବୁଠାରୁ ବଡ କଥା ହେଉଛି ଯେ ତୁମର ଦୁର୍ନୀତିଗ୍ରସ୍ତ ଦଳ AAP କ୍ଷମତା ବାହାରେ ଅଛି।ଚିଠିରେ ସୁକେଶ ଦାବି କରିଛି ଯେ ସେ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ଯେ କେଜରିୱାଲ ତାଙ୍କ ଆସନ ହରାଇବେ । ଦଳ କ୍ଷମତାରୁ ବାହାର ହୋଇଯିବ। ସୁକେଶ କହିଥିଲେ ଯେ ଯଦି ତୁମ ପାଖରେ ମୋର ପୂର୍ବ ଚିଠି ଗୁଡ଼ିକ ଅଛି। ତେବେ ଦୟାକରି ସେଗୁଡ଼ିକୁ ଦେଖ ଓ ପଢ। ମୁଁ ୩,୬ ଏବଂ୮  ମାସ ପୂର୍ବରୁ ତୁମକୁ ଚ୍ୟାଲେଞ୍ଜ କରିଥିଲି । କହିଥିଲି ତୁମେ ନିର୍ବାଚନରେ ହାରିଯିବ ଏବଂ ଆଜି ତାହା ସତ ହୋଇଛି।ସୁକେଶ ଚନ୍ଦ୍ରଶେଖର ଟାର୍ଗେଟ୍‌ କରି ଲେଖିଛନ୍ତି, "ତୁମର ସମସ୍ତ ଅହଂକାର ତୁମ ସହିତ ଶୌଚାଳୟ ପାଣିରେ ମିଶାଯାଇଛି। ଦିଲ୍ଲୀର ଲୋକମାନେ ତୁମକୁ ଏବଂ ତୁମର ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦଳକୁ ପ୍ରକୃତରେ ଲାତ ମାରିଛ

ନିର୍ବାଚନ ହାରିବା ପରେ ଅରବିନ୍ଦ କେଜରିୱାଲଙ୍କୁ ଚିଠି ଲେଖିଲେ ସୁକେଶ, କହିଲେ-ପୂର୍ବରୁ ଦେଇଥିଲି ଚେତାବନୀ

ନୂଆଦିଲ୍ଲୀ ୧୦।୦୨; ମହାଠକ ସୁକେଶ ଚନ୍ଦ୍ରଶେଖର । ମନି ଲଣ୍ଡରିଂ ମାମଲାରେ ସେ ତିହାର ଜେଲରେ ବନ୍ଦୀ ଅଛନ୍ତି । ଆମ ଆଦମୀ ପାର୍ଟିର ନେତା (ଆପ୍) ସଂଯୋଜକ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଉ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସୁକେଶ କେଜରିୱାଲ, ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ନିର୍ବାଚନରେ ପରାଜୟ ପାଇଁ ସମାଲୋଚନା କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି। ସୁକେଶ ଲେଖିଛନ୍ତି, 'ପ୍ରଥମେ, ମୁଁ ତୁମକୁ ଅଭିନନ୍ଦନ ଜଣାଉଛି, ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ତୁମେ ନିର୍ବାଚନ ହାରିବା ପାଇଁ।' ସବୁଠାରୁ ବଡ କଥା ହେଉଛି ଯେ ତୁମର ଦୁର୍ନୀତିଗ୍ରସ୍ତ ଦଳ AAP କ୍ଷମତା ବାହାରେ ଅଛି।

ଚିଠିରେ ସୁକେଶ ଦାବି କରିଛି ଯେ ସେ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ଯେ କେଜରିୱାଲ ତାଙ୍କ ଆସନ ହରାଇବେ । ଦଳ କ୍ଷମତାରୁ ବାହାର ହୋଇଯିବ। ସୁକେଶ କହିଥିଲେ ଯେ ଯଦି ତୁମ ପାଖରେ ମୋର ପୂର୍ବ ଚିଠି ଗୁଡ଼ିକ ଅଛି। ତେବେ ଦୟାକରି ସେଗୁଡ଼ିକୁ ଦେଖ ଓ ପଢ। ମୁଁ ୩,୬ ଏବଂ୮  ମାସ ପୂର୍ବରୁ ତୁମକୁ ଚ୍ୟାଲେଞ୍ଜ କରିଥିଲି । କହିଥିଲି ତୁମେ ନିର୍ବାଚନରେ ହାରିଯିବ ଏବଂ ଆଜି ତାହା ସତ ହୋଇଛି।

ସୁକେଶ ଚନ୍ଦ୍ରଶେଖର ଟାର୍ଗେଟ୍‌ କରି ଲେଖିଛନ୍ତି, "ତୁମର ସମସ୍ତ ଅହଂକାର ତୁମ ସହିତ ଶୌଚାଳୟ ପାଣିରେ ମିଶାଯାଇଛି। 

ଦିଲ୍ଲୀର ଲୋକମାନେ ତୁମକୁ ଏବଂ ତୁମର ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦଳକୁ ପ୍ରକୃତରେ ଲାତ ମାରିଛନ୍ତି।" ସୁକେଶ ଚନ୍ଦ୍ରଶେଖର କେଜରିୱାଲଙ୍କୁ ରାଜନୀତିରୁ ସନ୍ୟାସ ନେବାକୁ ପରାମର୍ଶ ଦେଇଥିଲେ । କହିଥିଲେ ଯେ ପରବର୍ତ୍ତୀ ସମୟରେ ପଞ୍ଜାବରୁ ମଧ୍ୟ ଆପ ସମ୍ପୂର୍ଣ୍ଣ ଲିଭି ହୋଇଯିବ। କହିବାକୁ ଗଲେ ଚନ୍ଦ୍ରଶେଖର ମନି ଲଣ୍ଡରିଂ ଏବଂ ଠକେଇର ଅନେକ ମାମଲାରେ ତିହାର ଜେଲରେ ବନ୍ଦୀ ଅଛନ୍ତି। ଏହା ପୂର୍ବରୁ ମଧ୍ୟ ସେ କେଜରିୱାଲ ଏବଂ ଆପ୍ ନେତାଙ୍କ ବିରୋଧରେ ଅନେକ ଚିଠି ଲେଖିଛନ୍ତି।