ନିବେଶକଙ୍କୁ ନ୍ୟୁ ଇୟର ଗିଫ୍ଟ...୧୪୦୦ ଅଙ୍କ ବଢିଲା ସେନ୍ସେକ୍ସ, ୬ ଲକ୍ଷ କୋଟି ଟଙ୍କା ଲାଭ
ନୂଆଦିଲ୍ଲୀ: ସେୟାର ବଜାରରେ ନୂଆ ବର୍ଷ ସେଲିବ୍ରେସନ ଲଗାତାର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଥିଲା । ସେନସେକ୍ସରେ ଆଜି ୧,୪୩୬ ଅଙ୍କର ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟରଟେ ନିଫ୍ଟି ୧.୫ ପ୍ରତିଶତ ବଢି ୨୪,୧୫୦ ସ୍ତର ପାର୍ କରିଛି । ସେୟାର ବଜାରରେ ଆଜିର ଏହି ବୃଦ୍ଧି ଯୋଗୁଁ ନିବେଶକଙ୍କୁ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି । ବଜାରରେ ଆଜିର ବୃଦ୍ଧି ସବୁ ସେକ୍ଟରରେ ଦେଖିବାକୁ ମିଳିଥିଲା । ବିଏସ୍ଇର ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ସୂଚକାଙ୍କ ଯଥାକ୍ରମେ ୦.୮୯ ପ୍ରତିଶତ ଏବଂ ୦.୬୮ ପ୍ରତିଶତ ବୃଦ୍ଧି ପାଇଛି । ବିଏସ୍ଇର ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଆଜି ବି ସବୁଜ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ବୃଦ୍ଧି ଆଇଟି, କଞ୍ଜୁମର ଡ୍ୟୁରେବଲ୍ସ ଏବଂ ବ୍ୟାଙ୍କିଂ ସେୟାରରେ ଦେଖିବାକୁ ମିଳିଛି ।କାରବାର ଶେଷରେ ବିଏସ୍ଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୧୪୩୬.୩୦ ଅଙ୍କ ବା ୧.୮୩ ପ୍ରତିଶତ ବଢି ୭୯,୯୪୩.୭୧ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୪୪୫.୭୫ ଅଙ୍କ ବା ୧.୮୮ ପ୍ରତିଶତ ବଢି ୨୪,୧୮୮.୬୫ ସ୍ତରରେ ବନ୍ଦ ହୋଇଛି । ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ବଢି ୪୫୦.୪୩ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ବୁଧବାର ଜାନୁଆରୀ ୧ରେ ଏହା ୪୪୪.୪୩ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ
ନୂଆଦିଲ୍ଲୀ: ସେୟାର ବଜାରରେ ନୂଆ ବର୍ଷ ସେଲିବ୍ରେସନ ଲଗାତାର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଥିଲା । ସେନସେକ୍ସରେ ଆଜି ୧,୪୩୬ ଅଙ୍କର ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟରଟେ ନିଫ୍ଟି ୧.୫ ପ୍ରତିଶତ ବଢି ୨୪,୧୫୦ ସ୍ତର ପାର୍ କରିଛି । ସେୟାର ବଜାରରେ ଆଜିର ଏହି ବୃଦ୍ଧି ଯୋଗୁଁ ନିବେଶକଙ୍କୁ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି । ବଜାରରେ ଆଜିର ବୃଦ୍ଧି ସବୁ ସେକ୍ଟରରେ ଦେଖିବାକୁ ମିଳିଥିଲା । ବିଏସ୍ଇର ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ସୂଚକାଙ୍କ ଯଥାକ୍ରମେ ୦.୮୯ ପ୍ରତିଶତ ଏବଂ ୦.୬୮ ପ୍ରତିଶତ ବୃଦ୍ଧି ପାଇଛି । ବିଏସ୍ଇର ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଆଜି ବି ସବୁଜ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ବୃଦ୍ଧି ଆଇଟି, କଞ୍ଜୁମର ଡ୍ୟୁରେବଲ୍ସ ଏବଂ ବ୍ୟାଙ୍କିଂ ସେୟାରରେ ଦେଖିବାକୁ ମିଳିଛି ।
କାରବାର ଶେଷରେ ବିଏସ୍ଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୧୪୩୬.୩୦ ଅଙ୍କ ବା ୧.୮୩ ପ୍ରତିଶତ ବଢି ୭୯,୯୪୩.୭୧ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୪୪୫.୭୫ ଅଙ୍କ ବା ୧.୮୮ ପ୍ରତିଶତ ବଢି ୨୪,୧୮୮.୬୫ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ବଢି ୪୫୦.୪୩ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ବୁଧବାର ଜାନୁଆରୀ ୧ରେ ଏହା ୪୪୪.୪୩ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୬ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି ।