ଛତିଶଗଡ଼ରେ ନିହତ ମାଓବାଦୀଙ୍କ ମିଳିଲା ପରିଚୟ, ୧୨ ଜଣଙ୍କ ମଧ୍ୟରେ ଜଣେ ଓଡ଼ିଆ
ନୂଆଦିଲ୍ଲୀ ୨୪/୦୧: ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ଓଡିଆ । ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ମିଳିଲା ପରିଚୟ । ଏନ୍କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ । ମୃତ ଓଡ଼ିଆ ମାଓବାଦୀ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା । ମୁନ୍ନା ନାଁରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା । ସୂଚନା ଥାଉକି, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧରେ ଏନକାଉଣ୍ଟରରେ ୨୭ ମାଓବାଦୀ ନିହତ ହୋଇଥିଲେ । ତେବେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ୪ ଦିନ ଧରି ୫୦୦ ସୁରକ୍ଷାକର୍ମୀ ଘେରାବନ୍ଦୀ ପରେ ୨୭ ଜଣ ମାଓବାଦୀ ସହ ଟପ୍ କମାଣ୍ଡର ଜୟରାମଙ୍କୁ କରିଥିଲେ ଏନ୍କାଉଣ୍ଟର। ଏହି ବଡ଼ ସଫଳତା ପରେ ସୁରକ୍ଷାବାହୀଙ୍କୁ ପାଇଁ ଶୁଭେଚ୍ଛାର ସୁଅ ଛୁଟି ଥିଲା। ନୂଆପଡ଼ା ଜିଲ୍ଲା ସୀମାନ୍ତରୁ ୫କିମି ଦୂର ଗରିଆବନ୍ଧ ଅଞ୍ଚଳରେ ଯବାନଙ୍କ ଗୁଳିରେ ୨୭ଜଣ ନକ୍ସଲ ନିହତ ହୋଇଛନ୍ତି । ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା । ଗତ କିଛିମାସ ହେବ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଛତିଶଗଡ଼ ରାଜ୍ୟରେ ମାଓ ବିରୋଧୀ ଅଭିଯାନକୁ ଜୋରଦାର ହୋଇଥିଲା। ଏହି ଅଭିଯାନରେ ସୁରକ୍ଷା ବାହିନୀ ୮୦ରୁ ଅଧିକ ମାଓବାଦୀଙ୍କୁ ନିପାତ ହୋଇଥିଲେ । ଛତିଶଗଡ଼ ରାଜ୍ୟର ମାଓବାଦୀମାନେ ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ଓଡ଼ିଶା ମୁହାଁ ହୋଇଥିଲେ
ନୂଆଦିଲ୍ଲୀ ୨୪/୦୧: ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ଓଡିଆ । ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ମିଳିଲା ପରିଚୟ । ଏନ୍କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ । ମୃତ ଓଡ଼ିଆ ମାଓବାଦୀ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା । ମୁନ୍ନା ନାଁରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା ।
ସୂଚନା ଥାଉକି, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧରେ ଏନକାଉଣ୍ଟରରେ ୨୭ ମାଓବାଦୀ ନିହତ ହୋଇଥିଲେ । ତେବେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ୪ ଦିନ ଧରି ୫୦୦ ସୁରକ୍ଷାକର୍ମୀ ଘେରାବନ୍ଦୀ ପରେ ୨୭ ଜଣ ମାଓବାଦୀ ସହ ଟପ୍ କମାଣ୍ଡର ଜୟରାମଙ୍କୁ କରିଥିଲେ ଏନ୍କାଉଣ୍ଟର। ଏହି ବଡ଼ ସଫଳତା ପରେ ସୁରକ୍ଷାବାହୀଙ୍କୁ ପାଇଁ ଶୁଭେଚ୍ଛାର ସୁଅ ଛୁଟି ଥିଲା।
ନୂଆପଡ଼ା ଜିଲ୍ଲା ସୀମାନ୍ତରୁ ୫କିମି ଦୂର ଗରିଆବନ୍ଧ ଅଞ୍ଚଳରେ ଯବାନଙ୍କ ଗୁଳିରେ ୨୭ଜଣ ନକ୍ସଲ ନିହତ ହୋଇଛନ୍ତି । ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା । ଗତ କିଛିମାସ ହେବ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଛତିଶଗଡ଼ ରାଜ୍ୟରେ ମାଓ ବିରୋଧୀ ଅଭିଯାନକୁ ଜୋରଦାର ହୋଇଥିଲା। ଏହି ଅଭିଯାନରେ ସୁରକ୍ଷା ବାହିନୀ ୮୦ରୁ ଅଧିକ ମାଓବାଦୀଙ୍କୁ ନିପାତ ହୋଇଥିଲେ ।
ଛତିଶଗଡ଼ ରାଜ୍ୟର ମାଓବାଦୀମାନେ ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ଓଡ଼ିଶା ମୁହାଁ ହୋଇଥିଲେ । ନୂଆପଡ଼ା ଓ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ସୀମାନ୍ତରେ ମେଳି ବାନ୍ଧୁଥିଲେ। ଗତ ରବିବାର ରାତିରେ ସୀମାନ୍ତରେ ଓଡ଼ିଶା ଏବଂ ଛତିଶଗଡ଼ ପୁଲିସ ପକ୍ଷରୁ ମିଳିତ ଭାବେ ମାଓ ବିରୋଧି କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା ।
ନୂଆପଡ଼ା ଜିଲ୍ଲାର ୩ଟି ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି), ୨ଟି ଛତିଶଗଡ଼ ରାଜ୍ୟର ସ୍ୱତନ୍ତ୍ର ପୁଲିସ ଟିମ(ଇ-୩୦) ଓ ୫ଟି ସିଆରପିଏଫ ଟିମ ସମେତ ୧୦ଟି ସୁରକ୍ଷା ବାହିନୀ ଟିମ ଅପରେସନରେ ସାମିଲ ହୋଇଥିଲା । ଡ୍ରୋନର ସହାୟତା ମଧ୍ୟ ନିଆଯାଇଥିଲା । ସୋମବାର ଭାଲୁ ଡିଗ୍ଗୀ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଦିନ ତମାମ ରହି ରହି ଗୁଳି ବିନିମୟ ଚାଲିଥିଲା ।
ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନମୟ ହୋଇଥିଲା। ପ୍ରଥମଥର ପାଇଁ ନକ୍ସଲ ନିପାତ ଅଭିଯାନରେ ୪-୫ଟି ଡ୍ରୋନକୁ ସାମିଲ କରାଯାଇଥିଲା । ଡ୍ରୋନ ସହାୟତାରେ ନକ୍ସଲଙ୍କ ଗତିବିଧି ଦେଖିବା ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଯବାନଙ୍କ ଗୁଳିବର୍ଷାକୁ ସାମନା କରିନପାରି ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ଯବନାଙ୍କସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।
ସୋମବାର ସନ୍ଧ୍ୟା ସୁଦ୍ଧା ୨ଟି ମହିଳା ମାଓବାଦୀଙ୍କ ମୃତଦେହକୁ ଯବାନମାନେ ଜବତ କରିଥିଲେ । ରାତି ସାରା ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିଲା । ମଙ୍ଗଳବାର ସକାଳୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ନକ୍ସଲଙ୍କ ମୃତଦେହ ପଡିଥିବା ଦେଖାଯାଇଥିଲା । ଯବାନଙ୍କ ଏନ୍କାଉଣ୍ଟରରେ ଓଡ଼ିଶା କ୍ୟାଡ଼ର ସେଣ୍ଟ୍ରାଲ କମିଟି ସଦସ୍ୟ ମନୋଜ ଜୟୀରାମ ଓରଫ ଚଲପତି ରେଡ୍ଡୀ ନିହତ ହୋଇଛନ୍ତି । ଜୟୀରାମଙ୍କୁ ଧରାଇବାକୁ ୧ କୋଟିରୁ ଅଧିକ ଟଙ୍କାର ପୁରସ୍କାର ଥିଲା ।
ସେପଟେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ଅଭିଯାନରେ ସାମିଲ ଯବାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ନିଜ ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ନକ୍ସଲବାଦକୁ ଆଉ ଏକ ଶକ୍ତ ଝଟ୍କା । ନକ୍ସଲମୁକ୍ତ ଭାରତ ଦିଗରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି । ସୁରକ୍ଷା ବାହିନୀର ମିଳିତ ଉଦ୍ୟମ ଯୋଗୁ ତାହା ସମ୍ଭବ ହେବାକୁ ଯାଉଛି । ନକ୍ସଲବାଦ ଏବେ ଶେଷ ନିଃଶ୍ୱାସ ଗଣୁଛି ବୋଲି ଶାହ କହିଛନ୍ତି । ଗତ ରାତିରେ ଏନ୍କାଉଣ୍ଟର ଅପରେସନ ସାରି କ୍ୟାମ୍ପକୁ ଫେରିଛନ୍ତି ସୁରକ୍ଷାବାହୀନି।
you can also read..
ସୁରକ୍ଷାକର୍ମୀଙ୍କୁ ସଫଳତା, ମାଲକାନଗିରି ସୀମାନ୍ତରୁ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ