କଳିଙ୍ଗା ଘାଟିରେ ଓଲଟିଲା ଖମ୍ୱେଶ୍ୱରୀ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାଜପୁର ୧୪/୦୩: ଘାଟିରେ ଓଲଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଆଜି ଭୋରରୁ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ କାହାର ମୃତ୍ୟୁ ନେଇ ସୂଚନା ନାହିଁ । ସୂଚନାଥାଉକି, ଖମ୍ବେଶ୍ୱରୀ ନାମକ ଘରୋଇ ବସଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ହେଲେ କଳିଙ୍ଗା ଘାଟି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ବସ୍ । ଏହି ଦୁର୍ଘଟଣାରେ ବସ୍‌ରେ ଥିବା ପ୍ରାୟ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ଭୋର୍ ପ୍ରାୟ ସାଢେ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ କୌଣସି ବଡ଼ ଧରଣର ଅଘଟଣ ଘଟିନାହିଁ । ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । also read...ଘର ମାଲିକଙ୍କ ଦାଦାଗିରି, ବାହାରେ ଫୋପାଡିଦେଲେ ଭଡାଟିଆଙ୍କ ଜିନିଷ ପତ୍ର

କଳିଙ୍ଗା ଘାଟିରେ ଓଲଟିଲା ଖମ୍ୱେଶ୍ୱରୀ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାଜପୁର ୧୪/୦୩: ଘାଟିରେ ଓଲଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଆଜି ଭୋରରୁ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ କାହାର ମୃତ୍ୟୁ ନେଇ ସୂଚନା ନାହିଁ । 

ସୂଚନାଥାଉକି, ଖମ୍ବେଶ୍ୱରୀ ନାମକ ଘରୋଇ ବସଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ହେଲେ କଳିଙ୍ଗା ଘାଟି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ବସ୍ । ଏହି ଦୁର୍ଘଟଣାରେ ବସ୍‌ରେ ଥିବା ପ୍ରାୟ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ଭୋର୍ ପ୍ରାୟ ସାଢେ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ କୌଣସି ବଡ଼ ଧରଣର ଅଘଟଣ ଘଟିନାହିଁ । ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । 

also read...

ଘର ମାଲିକଙ୍କ ଦାଦାଗିରି, ବାହାରେ ଫୋପାଡିଦେଲେ ଭଡାଟିଆଙ୍କ ଜିନିଷ ପତ୍ର