ରାଜ୍ୟରେ ବଢ଼ିଛି ବାଘ ସଂଖ୍ୟା, ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ରାଜ୍ୟ ସରକାରଙ୍କ ବ୍ୟାଘ୍ର ଗଣନା ରିପୋର୍ଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ବଢ଼ିଛି ବାଘ ସଂଖ୍ୟା । ଏବେ ୩୦ରୁ ଅଧିକ ବାଘ ଅଛନ୍ତି । ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ରାଜ୍ୟ ସରକାରଙ୍କ ବ୍ୟାଘ୍ର ଗଣନା ରିପୋର୍ଟ । ୨୦୨୧-୨୨ ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରକାଶିତ ରିପୋର୍ଟରେ ଓଡ଼ିଶାରେ ୨୦ଟି ବାଘ ଥିବା ଜଣାପଡିଥିଲା। ଏହାକୁ ନେଇ ବିଶେଷଜ୍ଞ କେନ୍ଦ୍ରର ରିପୋର୍ଟ ଉପରେ ପ୍ରଶ୍ନ କରିଥିଲେ। ଏହାପରେ ରାଜ୍ୟ ସରକାର ନିଜସ୍ବ ବ୍ୟାଘ୍ର ଗଣନା ନଭେମ୍ବର ଓ ଡିସେମ୍ବରରେ କରିଥିଲେ। ଓଡିଶା […] The post ରାଜ୍ୟରେ ବଢ଼ିଛି ବାଘ ସଂଖ୍ୟା, ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ରାଜ୍ୟ ସରକାରଙ୍କ ବ୍ୟାଘ୍ର ଗଣନା ରିପୋର୍ଟ appeared first on KNews Odisha.

ରାଜ୍ୟରେ ବଢ଼ିଛି ବାଘ ସଂଖ୍ୟା, ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ରାଜ୍ୟ ସରକାରଙ୍କ ବ୍ୟାଘ୍ର ଗଣନା ରିପୋର୍ଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ବଢ଼ିଛି ବାଘ ସଂଖ୍ୟା । ଏବେ ୩୦ରୁ ଅଧିକ ବାଘ ଅଛନ୍ତି । ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ରାଜ୍ୟ ସରକାରଙ୍କ ବ୍ୟାଘ୍ର ଗଣନା ରିପୋର୍ଟ । ୨୦୨୧-୨୨ ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରକାଶିତ ରିପୋର୍ଟରେ ଓଡ଼ିଶାରେ ୨୦ଟି ବାଘ ଥିବା ଜଣାପଡିଥିଲା। ଏହାକୁ ନେଇ ବିଶେଷଜ୍ଞ କେନ୍ଦ୍ରର ରିପୋର୍ଟ ଉପରେ ପ୍ରଶ୍ନ କରିଥିଲେ। ଏହାପରେ ରାଜ୍ୟ ସରକାର ନିଜସ୍ବ ବ୍ୟାଘ୍ର ଗଣନା ନଭେମ୍ବର ଓ ଡିସେମ୍ବରରେ କରିଥିଲେ। ଓଡିଶା ରେ ୩୦ରୁ ଅଧିକ ବାଘ ଅଛନ୍ତି । ଶିମିଳିପାଳ, ଦେବ୍ରିଗଡ, ହଦଗଡ଼, କେଉଁଝର ଅଞ୍ଚଳର ବାଘ ଦେଖିବାକୁ ମିଳିଛି। ଏହି ସବୁ ଅଞ୍ଚଳକୁ ନେଇ ଗ୍ରେଟର ଶିମିଳିପାଳ ଲ୍ୟାଣ୍ଡ ସ୍କେପ ଯୋଜନା ରହିଛି। ଶିମିଳିପାଳ ବାହାର ଅଞ୍ଚଳରେ କଳା ବାଘ ସଫାରୀ ହେବ। NTCA ର ଟିମ୍ ଆସି ଦେଖୁଛନ୍ତି। ଅକ୍ଟୋବରରେ ଏହା ଆରମ୍ଭ ହେବ। ବାଘ ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏଥିପାଇଁ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି। ଏହା ର ସୁଫଳ ମଧ୍ୟ ମିଳୁଛି ।

The post ରାଜ୍ୟରେ ବଢ଼ିଛି ବାଘ ସଂଖ୍ୟା, ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ରାଜ୍ୟ ସରକାରଙ୍କ ବ୍ୟାଘ୍ର ଗଣନା ରିପୋର୍ଟ appeared first on KNews Odisha.