Video: ମୋଦିଙ୍କ ଦୃଢ଼ୋକ୍ତି ପରେ ନବୀନଙ୍କ କାଉଣ୍ଟର: ‘ଦିନରେ ସ୍ବପ୍ନ ଦେଖୁଛି ଭାଜପା’
ଭୁବନେଶ୍ୱର,୬।୫: ଓଡ଼ିଶାରେ ଭାଜପା ସରକାର ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି ପରେ ଭିଡିଓ ଜାରି କରି କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ”ବହୁତ ଦିନ ହେଲା ଭାଜପା ଦିନରେ ସ୍ବପ୍ନ ଦେଖୁଛି” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଏହାପୂର୍ବରୁ ସୋମବାର ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଆଗାମିନୀରବଚନ ପରେ ଓଡ଼ିଶାରେ ଭାଜପା ସରକାର ଗଠନ କରିବ ଏବଂ ଭାଜପାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏହା ସହିତ ସେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ […] The post Video: ମୋଦିଙ୍କ ଦୃଢ଼ୋକ୍ତି ପରେ ନବୀନଙ୍କ କାଉଣ୍ଟର: ‘ଦିନରେ ସ୍ବପ୍ନ ଦେଖୁଛି ଭାଜପା’ appeared first on Dharitri Odia News.
ଭୁବନେଶ୍ୱର,୬।୫: ଓଡ଼ିଶାରେ ଭାଜପା ସରକାର ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି ପରେ ଭିଡିଓ ଜାରି କରି କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ”ବହୁତ ଦିନ ହେଲା ଭାଜପା ଦିନରେ ସ୍ବପ୍ନ ଦେଖୁଛି” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।
ଏହାପୂର୍ବରୁ ସୋମବାର ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଆଗାମିନୀରବଚନ ପରେ ଓଡ଼ିଶାରେ ଭାଜପା ସରକାର ଗଠନ କରିବ ଏବଂ ଭାଜପାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏହା ସହିତ ସେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ।
ଏହାପରେ ଭବାନୀପାଟଣାରେ ଏକ ସଭାକୁ ସମ୍ବୋଧନ କରି ଜୁନ୍ ୯ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ବହୁତ ଦିନ ହେଲା ଭାଜପା ଦିନରେ ସ୍ବପ୍ନ ଦେଖୁଛି।
The post Video: ମୋଦିଙ୍କ ଦୃଢ଼ୋକ୍ତି ପରେ ନବୀନଙ୍କ କାଉଣ୍ଟର: ‘ଦିନରେ ସ୍ବପ୍ନ ଦେଖୁଛି ଭାଜପା’ appeared first on Dharitri Odia News.