ପ୍ରଥମ ବିଜୟ ଲକ୍ଷ୍ୟରେ ସ୍ପୋଟର୍‌ସ ଓଡ଼ିଶା

ଭୁବନେଶ୍ୱର, ୧୬।୧ (ତପନ ସ୍ବାଇଁ): ଚଳିତ ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ମଙ୍ଗଳବାର ସ୍ପୋଟର୍‌ସ ଓଡ଼ିଶା ଓ ହୋପ୍ସ ଏଫ୍‌ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ସ୍ଥାନୀୟ କ୍ୟାପିଟାଲ ଫୁଟବଲ ଆରେନାରେ ଏହି ମ୍ୟାଚ ଖେଳାଯିବ। ସ୍ପୋଟର୍‌ସ ଓଡ଼ିଶା ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳିଥିଲେ ମଧ୍ୟ ପଏଣ୍ଟ ଖାତା ଖୋଲି ପାରିନାହିଁ। ତେଣୁ ହୋପ୍ସ ଏକାଦଶ ବିପକ୍ଷରେ ଦଳ ସିଜନର ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ହୋପ୍ସ ଏକାଦଶ ୪ ମ୍ୟାଚରୁ ୧ ବିଜୟ […] The post ପ୍ରଥମ ବିଜୟ ଲକ୍ଷ୍ୟରେ ସ୍ପୋଟର୍‌ସ ଓଡ଼ିଶା appeared first on Dharitri Odia News.

ପ୍ରଥମ ବିଜୟ ଲକ୍ଷ୍ୟରେ ସ୍ପୋଟର୍‌ସ ଓଡ଼ିଶା

ଭୁବନେଶ୍ୱର, ୧୬।୧ (ତପନ ସ୍ବାଇଁ): ଚଳିତ ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ମଙ୍ଗଳବାର ସ୍ପୋଟର୍‌ସ ଓଡ଼ିଶା ଓ ହୋପ୍ସ ଏଫ୍‌ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ସ୍ଥାନୀୟ କ୍ୟାପିଟାଲ ଫୁଟବଲ ଆରେନାରେ ଏହି ମ୍ୟାଚ ଖେଳାଯିବ। ସ୍ପୋଟର୍‌ସ ଓଡ଼ିଶା ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳିଥିଲେ ମଧ୍ୟ ପଏଣ୍ଟ ଖାତା ଖୋଲି ପାରିନାହିଁ। ତେଣୁ ହୋପ୍ସ ଏକାଦଶ ବିପକ୍ଷରେ ଦଳ ସିଜନର ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ହୋପ୍ସ ଏକାଦଶ ୪ ମ୍ୟାଚରୁ ୧ ବିଜୟ ସହ ୩ ପଏଣ୍ଟ ପାଇଛି। ”ଆମେ ଚଳିତ ସିଜନରେ ଭଲ ଆରମ୍ଭ କରି ପାରିନାହୁଁ। ପୂର୍ବ ମ୍ୟାଚରେ ଆମେ ପର୍ଯ୍ୟାପ୍ତ ସୁଯୋଗ ପାଇଥିଲୁ, ମାତ୍ର ତାହାର ସଦୁପଯୋଗ କରିପାରି ନ ଥିଲୁ। ବିଜୟ ପଥକୁ ଫେରିଲେ ଆମେ ଆଗକୁ ବଢ଼ିବା ସମ୍ଭବତ ସହଜ ହେବ“ ବୋଲି ସୋମବାର ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ସ୍ପୋଟର୍‌ସ ଓଡ଼ିଶା ମୁଖ୍ୟ କୋଚ୍‌ ପାରୋମିତା ସିଟ୍‌ ପ୍ରକାଶ କରିଛନ୍ତି। ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ପ୍ରତ୍ୟେକ ମ୍ୟାଚ କଷ୍ଟସାଧ୍ୟ। ଆମେ ଆଗାମୀ ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ କରିଛୁ। ଆଶା କରୁଛି ଖେଳାଳିମାନେ ଯୋଜନାକୁ ପଡ଼ିଆରେ କାର୍ଯ୍ୟକାରୀ କରିବେ ଏବଂ ଆମେ ପ୍ରଥମଥରପାଇଁ ୩ ପଏଣ୍ଟ ପାଇପାରିବୁ ବୋଲି କୋଚ୍‌ କହିଛନ୍ତି। ଓଡ଼ିଶାର ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ସ୍ପୋଟର୍‌ସ ଓଡ଼ିଶା ଦଳର ମୁଖ୍ୟ ଲକ୍ଷ୍ୟ। ଉକ୍ତ ସମ୍ମିଳନୀରେ ଉପସ୍ଥିତ ଥିବା ଫରଓ୍ବାର୍ଡ ମନିଷା ନାୟକ କହିଛନ୍ତି ଯେ, ”ଦଳର ମନୋବଳ ଠିକ୍‌ ଅଛି। ମିଳୁଥିବା ସୁଯୋଗର ସଦ୍‌ବ୍ୟବହାର ଆମର ମୁଖ୍ୟ ଲକ୍ଷ୍ୟ ରହିବ। ଆଗାମୀ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଶା ରହିଛି“।

The post ପ୍ରଥମ ବିଜୟ ଲକ୍ଷ୍ୟରେ ସ୍ପୋଟର୍‌ସ ଓଡ଼ିଶା appeared first on Dharitri Odia News.