କ୍ରାଇମ୍ ବ୍ରାଞ୍ଚକୁ ବଡ଼ ସଫଳତା, ଠକେଇ ମାମଲାରେ ଦୁଇ ନାଇଜେରିୟ ନାଗରିକଙ୍କ ସମେତ ତିନି ଗିରଫ
ଭୁବନେଶ୍ୱର : କ୍ରାଇମ୍ ବ୍ରାଞ୍ଚକୁ ବଡ଼ ସଫଳତା । ୨.୬୫ କୋଟି ଟଙ୍କା ଠକେଇ ମାମଲାରେ ଦୁଇ ନାଇଜେରିୟ ନାଗରିକଙ୍କ ସମେତ ତିନି ଗିରଫ । ଗିରଫଙ୍କ ମଧ୍ୟରେ ଦିଲ୍ଲୀର ଜଣେ ମହିଳା ଆରତୀ ଗୌତମ ଅନ୍ତର୍ଭୁକ୍ତ । ଦୁଇ ନାଇଜେରିଆନ ହେଲେ ଖ୍ରୀଷ୍ଟ ଫର୍ ସିଯୋବାମ ଓ ଷ୍ଟାନଲି ଆଲିଆସ ଜର୍ମାନ । ଆରତୀ ଗୌତମ ବିଭିନ୍ନ ଲୋକଙ୍କ ଠାରୁ ନମ୍ବର ଆଣି ଖ୍ରୀଷ୍ଟଫର୍ ଓ ଷ୍ଟାନଲିଙ୍କୁ ଦେଇଥିଲେ । ୨୦୨୩ରେ ଭୁବନେଶ୍ୱରର ଜଣେ ବ୍ୟକ୍ତି […] The post କ୍ରାଇମ୍ ବ୍ରାଞ୍ଚକୁ ବଡ଼ ସଫଳତା, ଠକେଇ ମାମଲାରେ ଦୁଇ ନାଇଜେରିୟ ନାଗରିକଙ୍କ ସମେତ ତିନି ଗିରଫ appeared first on KNews Odisha.

ଭୁବନେଶ୍ୱର : କ୍ରାଇମ୍ ବ୍ରାଞ୍ଚକୁ ବଡ଼ ସଫଳତା । ୨.୬୫ କୋଟି ଟଙ୍କା ଠକେଇ ମାମଲାରେ ଦୁଇ ନାଇଜେରିୟ ନାଗରିକଙ୍କ ସମେତ ତିନି ଗିରଫ । ଗିରଫଙ୍କ ମଧ୍ୟରେ ଦିଲ୍ଲୀର ଜଣେ ମହିଳା ଆରତୀ ଗୌତମ ଅନ୍ତର୍ଭୁକ୍ତ । ଦୁଇ ନାଇଜେରିଆନ ହେଲେ ଖ୍ରୀଷ୍ଟ ଫର୍ ସିଯୋବାମ ଓ ଷ୍ଟାନଲି ଆଲିଆସ ଜର୍ମାନ । ଆରତୀ ଗୌତମ ବିଭିନ୍ନ ଲୋକଙ୍କ ଠାରୁ ନମ୍ବର ଆଣି ଖ୍ରୀଷ୍ଟଫର୍ ଓ ଷ୍ଟାନଲିଙ୍କୁ ଦେଇଥିଲେ ।
୨୦୨୩ରେ ଭୁବନେଶ୍ୱରର ଜଣେ ବ୍ୟକ୍ତି କ୍ରାଇମ୍ ବ୍ରାଞ୍ଚରେ ଅଭିଯୋଗ କଲେ ଯେ ଓଡ଼ିଶା କ୍ୟାଡ଼ରର IAS ଯିଏ ବିଶ୍ଵ ବ୍ୟାଙ୍କ୍ ରେ କାମ କରନ୍ତି ତାଙ୍କୁ ଫେସ୍ ବୁକ୍, ଇମେଲ ଯୋଗେ କାଶ୍ମୀରରୁ କେଶର ବ୍ୟବସାୟ କରିବା ପାଇଁ ବିଶ୍ବ ବ୍ୟାଙ୍କ୍ ସହ ମିଛ ଚୁକ୍ତି କରି ପର୍ଯ୍ୟାୟକ୍ରମେ ବିଭିନ୍ନ ବ୍ୟାଙ୍କ୍ ନେଣ ଦେନରେ ୨.୬୫ଲକ୍ଷ ଲୁଟି ନେଇଛନ୍ତି ।
ଏନେଇ କ୍ରାଇମ୍ ବ୍ରାଞ୍ଚରେ ଅଭିଯୋଗ ପରେ ଇନ୍ସପେକ୍ଟର ବିଭୁ ରଞ୍ଜନ ଏହି ମାମଲାର ତଦନ୍ତ କରି ପ୍ରଥମେ ଆରତି ଗୌତମଙ୍କୁ ଗିରଫ କରି ପରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଏହି ତିନି ଜଣକ ନାଁରେ ନ୍ୟାସନାଲ କ୍ରାଇମ୍ ପୋର୍ଟାଲ ଓ I4C ରେ 94ଟି ମାମଲା ରହିଛି । ବହୁ ସାଇବର ଅପରାଧରେ ଏମାନେ ଜଡିତ ରହିଛନ୍ତି । ଏମାନଙ୍କ ନାମରେ ବିଭିନ୍ନ ରାଜ୍ୟରେ ରହିଛି ମାମଲା । ସେମାନଙ୍କୁ ଟ୍ରାନଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣି କୋର୍ଟରେ ହାଜର କରିବ ଟିମ । ପଚରା ଉଚୁରା ପରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି ।
The post କ୍ରାଇମ୍ ବ୍ରାଞ୍ଚକୁ ବଡ଼ ସଫଳତା, ଠକେଇ ମାମଲାରେ ଦୁଇ ନାଇଜେରିୟ ନାଗରିକଙ୍କ ସମେତ ତିନି ଗିରଫ appeared first on KNews Odisha.