ପିପିଏଲ୍କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’
ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍ଫେଟ ଲିମିଟେଡ୍ (ପିପିଏଲ୍)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ ସାଙ୍ଗକୁ ଠିକ୍ ସମୟରେ ଅଭିଯୋଗ ଦାଖଲ ଓ ପଞ୍ଜୀକରଣ ଏବଂ ନିବେଶକମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣଭାବେ ଆର୍ଥିକ ତଥ୍ୟ ଓ ରିପୋର୍ଟ ପ୍ରଦାନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ପିପିଏଲ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଫ୍ରି ପ୍ରେସ୍ ଜର୍ନାଲ ପକ୍ଷରୁ ମୁମ୍ବାଇର ବେ କ୍ଲବ୍ ପରିସରରେ ଆୟୋଜିତ ଏକ […] The post ପିପିଏଲ୍କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ appeared first on Dharitri Odia News.
ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍ଫେଟ ଲିମିଟେଡ୍ (ପିପିଏଲ୍)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ ସାଙ୍ଗକୁ ଠିକ୍ ସମୟରେ ଅଭିଯୋଗ ଦାଖଲ ଓ ପଞ୍ଜୀକରଣ ଏବଂ ନିବେଶକମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣଭାବେ ଆର୍ଥିକ ତଥ୍ୟ ଓ ରିପୋର୍ଟ ପ୍ରଦାନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ପିପିଏଲ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଫ୍ରି ପ୍ରେସ୍ ଜର୍ନାଲ ପକ୍ଷରୁ ମୁମ୍ବାଇର ବେ କ୍ଲବ୍ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହାରେ ପିପିଏଲ୍କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
The post ପିପିଏଲ୍କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ appeared first on Dharitri Odia News.