ସୂର୍ଯ୍ୟକୁମାର ବହୁତ ବୁଝାଇଲେ, ତଥାପି ବିଫଳ ହେଲେ ହାର୍ଦ୍ଦିକ; LIVE ମ୍ୟାଚ୍ରେ ନିଜକୁ…
ନୂଆଦିଲ୍ଲୀ,୨୭।୭: ଟି୨୦ ବିଶ୍ୱକପ୍ ଜିତାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ସେ ୧୦ ବଲ୍ରେ ୯ ରନ୍ କରି ନିଜର ଉଇକେଟ ହରାଇଥିଲେ। ବ୍ୟାଟିଂ ଉପଯୋଗୀ ପିଚ୍ରେ ଏଭଳି ରନ୍କୁ ନେଇ ତାଙ୍କର ସମାଲୋଚନା କରାଯାଉଛି। ପାଣ୍ଡ୍ୟା ଆଉଟ ହେବା ପୂର୍ବରୁ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ୧୪ ଓଭରରେ ମଇଦାନକୁ ଆସିଥିଲେ ପାଣ୍ଡ୍ୟା। ସେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉଇକେଟ ଯିବା ପରେ ଖେଳିବାକୁ ଆସିଥିଲେ। […] The post ସୂର୍ଯ୍ୟକୁମାର ବହୁତ ବୁଝାଇଲେ, ତଥାପି ବିଫଳ ହେଲେ ହାର୍ଦ୍ଦିକ; LIVE ମ୍ୟାଚ୍ରେ ନିଜକୁ… appeared first on Dharitri Odia News.
ନୂଆଦିଲ୍ଲୀ,୨୭।୭: ଟି୨୦ ବିଶ୍ୱକପ୍ ଜିତାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ସେ ୧୦ ବଲ୍ରେ ୯ ରନ୍ କରି ନିଜର ଉଇକେଟ ହରାଇଥିଲେ। ବ୍ୟାଟିଂ ଉପଯୋଗୀ ପିଚ୍ରେ ଏଭଳି ରନ୍କୁ ନେଇ ତାଙ୍କର ସମାଲୋଚନା କରାଯାଉଛି। ପାଣ୍ଡ୍ୟା ଆଉଟ ହେବା ପୂର୍ବରୁ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା।
୧୪ ଓଭରରେ ମଇଦାନକୁ ଆସିଥିଲେ ପାଣ୍ଡ୍ୟା। ସେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉଇକେଟ ଯିବା ପରେ ଖେଳିବାକୁ ଆସିଥିଲେ। ଯେତେବେଳେ ସେ କ୍ରିଜ୍କୁ ଯାଉଥିଲେ ସୂର୍ଯ୍ୟକୁମାର ତାଙ୍କୁ କିଛି କହିଥିଲେ। ପ୍ରାୟ ୧୦ ସେକେଣ୍ଡ ଯାଏ କିଛି ବୁଝାଇଥିଲେ। ଶେଷ ଯାଏ ମଇଦାନରେ ରହିବାକୁ ସେ କହୁଥିବା ଅନୁମାନ କରାଯାଉଥିଲା। ହେଲେ ତାହା ହୋଇ ନ ଥିଲା। ପାଣ୍ଡ୍ୟା ଚେଷ୍ଟା କରିଥିଲେ ହେଁ ନିଜର ଇନିଂସକୁ ଆଗକୁ ବଢ଼ାଇ ପାରି ନ ଥିଲେ।
ଯେତେବେଳେ ପାଣ୍ଡ୍ୟା ବୋଲ୍ଡ ହୋଇଥିଲେ ସେ ନିଜ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ନିଜର ଭତ୍ସନା କରୁଥିବା ନଜର ଆସିଥିଲା। କହିବାକୁ ଗଲେ ପାଣ୍ଡ୍ୟାଙ୍କ ଲାଗି ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ସେ ଚୟନକର୍ତ୍ତାଙ୍କ ନିକଟରେ ନିଜକୁ ପ୍ରମାଣିତ କରିବାକୁ ଚାହାନ୍ତି ଯେ ଫିଟ୍ ଅଛନ୍ତି ବୋଲି। ଏବେ ଆଗକୁ ସେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
151 KMPH YORKER BY PATHIRANA
pic.twitter.com/NZvX7yndIA
— Johns. (@CricCrazyJohns) July 27, 2024
The post ସୂର୍ଯ୍ୟକୁମାର ବହୁତ ବୁଝାଇଲେ, ତଥାପି ବିଫଳ ହେଲେ ହାର୍ଦ୍ଦିକ; LIVE ମ୍ୟାଚ୍ରେ ନିଜକୁ… appeared first on Dharitri Odia News.