ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ, ଡିଜେଲ ବିକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୩।୮(ସୁନିତ୍‌ ମିଶ୍ର): ପ୍ଲାଷ୍ଟିକ୍‌ ବୋତଲ ତଥା ନିଷିଦ୍ଧ କଣ୍ଟେନରରେ ପେଟ୍ରୋଲିୟମ ସାମଗ୍ରୀ ବିକ୍ରି, ଯୋଗାଣ, ସଂରକ୍ଷଣ ଓ ପରିବହନକୁ ରାଜ୍ୟ ସରକାର ନିଷିଦ୍ଧ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ରାଜ୍ୟର ସବୁ ଜିଲାପାଳଙ୍କୁ ଶୁକ୍ରବାର ପତ୍ର ଲେଖିଛନ୍ତି। ଉକ୍ତ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଲାଗି ସେ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ […] The post ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ, ଡିଜେଲ ବିକିଲେ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ, ଡିଜେଲ ବିକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୩।୮(ସୁନିତ୍‌ ମିଶ୍ର): ପ୍ଲାଷ୍ଟିକ୍‌ ବୋତଲ ତଥା ନିଷିଦ୍ଧ କଣ୍ଟେନରରେ ପେଟ୍ରୋଲିୟମ ସାମଗ୍ରୀ ବିକ୍ରି, ଯୋଗାଣ, ସଂରକ୍ଷଣ ଓ ପରିବହନକୁ ରାଜ୍ୟ ସରକାର ନିଷିଦ୍ଧ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ରାଜ୍ୟର ସବୁ ଜିଲାପାଳଙ୍କୁ ଶୁକ୍ରବାର ପତ୍ର ଲେଖିଛନ୍ତି। ଉକ୍ତ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଲାଗି ସେ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ – ପ୍ଲାଷ୍ଟିକ୍‌ ବୋତଲ ଏବଂ ଅନୁମୋଦିତ ନ ଥିବା ପାତ୍ରରେ ବିକ୍ରି ଏବଂ ପରିବହନ କରାଯାଉଥିବା ସରକାରଙ୍କ ଦୃଷ୍ଟିଗୋଚର
ହୋଇଛି। ଏହି ଅସୁରକ୍ଷିତ ଅଭ୍ୟାସ କେବଳ ବିଭିନ୍ନ ଆଇନ ଏବଂ ନିୟମ ଅନୁଯାୟୀ ବୈଧାନିକ ବ୍ୟବସ୍ଥାକୁ ଉଲ୍ଲଂଘନ କରେ ନାହିଁ ବରଂ ଜନସାଧାରଣଙ୍କ ସୁରକ୍ଷା ଏବଂ ପରିବେଶ ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରୁଛି। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଏବଂ ପେଟ୍ରୋଲିୟମ ଆଇନ ୧୯୩୪, ପେଟ୍ରୋଲିୟମ ନିୟମ ୨୦୦୨, ବିସ୍ଫୋରକ ଆଇନ ୧୮୮୪, ମୋଟର ସ୍ପିରିଟ୍‌ ଏବଂ ହାଇ-ସ୍ପିଡ୍‌ ଡିଜେଲ (ଯୋଗାଣ, ବଣ୍ଟନ ଏବଂ ତ୍ରୁଟି ନିବାରଣ ନିୟନ୍ତ୍ରଣ) ଆଦେଶ, ୨୦୦୫, ପରିବେଶ(ସୁରକ୍ଷା) ଆଇନ, ୧୯୮୬ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଆଇନଗତ ଢାଞ୍ଚା ଅନୁଯାୟୀ ପ୍ରଦତ୍ତ କ୍ଷମତା ବ୍ୟବହାରକରି ସରକାର ଜନସାଧାରଣଙ୍କ ସୁରକ୍ଷା ସ୍ବାର୍ଥରେ ସମସ୍ତ ଜିଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ କଡ଼ା ପ୍ରବର୍ତ୍ତନ ପାଇଁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ଲାଷ୍ଟିକ୍‌ ବୋତଲ କିମ୍ବା ସେଭଳି କିଛି ପାତ୍ରରେ ପେଟ୍ରୋଲିୟମ ଉତ୍ପାଦର ବିକ୍ରୟ, ଯୋଗାଣ ଏବଂ ପରିବହନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଖୁଚୁରା ଦୋକାନ, ଇନ୍ଧନ ଷ୍ଟେଶନ ଓ ଖୁଚୁରା ଦୋକାନଗୁଡ଼ିକରେ ସ୍ପଟ୍‌ ଯାଞ୍ଚ ଏବଂ ଅଚାନକ ଯାଞ୍ଚ କରିବାକୁ ସିଭିଲ୍‌ ସପ୍ଲାଏ ଇନ୍ସପେକ୍ଟର, ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌, ପୋଲିସ, ତହସିଲଦାର ଏବଂ ଅନ୍ୟ ଏନ୍‌ଫୋର୍ସମେଣ୍ଟ କର୍ମଚାରୀଙ୍କ ସମେତ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାଷ୍ଟିକ୍‌ ପାତ୍ର କିମ୍ବା ଅନୁମୋଦିତ ନ ଥିବା ପ୍ୟାକେଜିଂରେ ପେଟ୍ରୋଲିୟମ ଯୋଗାଣ କରୁଥିବା ଉଲ୍ଲଂଘନକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବ୍ୟତୀତ ସମସ୍ତ ଇନ୍ଧନ ଯୋଗାଣ କେନ୍ଦ୍ର ଏବଂ ପେଟ୍ରୋଲିୟମ ଡିଲରମାନଙ୍କୁ ପ୍ଲାଷ୍ଟିକ୍‌ ବୋତଲ କିମ୍ବା ଅନଧିକୃତ ପାତ୍ରରେ ପେଟ୍ରୋଲିୟମ ଉତ୍ପାଦ ଯୋଗାଣରୁ କଡ଼ାକଡ଼ି ନିବୃତ୍ତ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ସେମାନଙ୍କ ପରିସରର ପ୍ରମୁଖ ସ୍ଥାନରେ ଦୃଶ୍ୟମାନ ବୋର୍ଡ ଲଗାଇ ସତର୍କତା ପ୍ରଦର୍ଶନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେଥିରେ ଓଡ଼ିଆ ଏବଂ ଇଂରାଜୀ ଉଭୟ ଭାଷାରେ ଲେଖାଯିବ। ଏହି ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ ନିଶ୍ଚିତ କରନ୍ତୁ ଏବଂ ପ୍ରବର୍ତ୍ତନର ସ୍ଥିତି ଉପରେ ଏକ ସଂକ୍ଷିପ୍ତ ମାସିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରନ୍ତୁ। ଯେଉଁଥିରେ ଅନ୍ତର୍ଭୁକ୍ତ କରାଯାଇଥିବା ଯାଞ୍ଚ ସଂଖ୍ୟା, ଉଲ୍ଲଂଘନ ମିଳିଥିବା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉଲ୍ଲେଖ ରହିବ ବୋଲି ଚିଠିରେ କୁହାଯାଇଛି।

The post ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ, ଡିଜେଲ ବିକିଲେ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.