ଡେଭିଡ୍ ଝଡରେ ଉଡିଗଲା ନ୍ୟୁଜିଲାଣ୍ଡ ଟିମ୍
ସିଡନୀ,୨୧।୨: ଶେଷ ୩ ବଲରେ ଅଷ୍ଟ୍ରେଲିଆକୁ ୧୨ ରନ ସ୍କୋର କରିବାର ଥିଲା। ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ଆଶା ବୋଲର ଟିମ ସାଉଥୀଙ୍କ ଉପରେ ଥିଲା। ଏଥି ସହିତ କଙ୍ଗାରୁକୁ ବିଜୟକୁ ନେବା ଦାୟିତ୍ୱ ଟିମ ଡେଭିଡଙ୍କ ଉପରେ ଥିଲା। ଟିମ ସାଉଥୀଙ୍କ ଚତୁର୍ଥ ବଲରେ ଟିମ ଡେଭିଡ ଗୋଟିଏ ଛକା ମାରିଥିଲେ। ଅଷ୍ଟ୍ରେଲୀୟ ଖେଳାଳି ଏବଂ ପ୍ରଶଂସକମାନେ ଆନନ୍ଦରେ ଡେଇଁଲେ। କିନ୍ତୁ ତଥାପି ୨ଟି ବଲରୁ ୬ ରନ ସ୍କୋର କରିବାକୁ ପଡୁଥିଲା, ଅର୍ଥାତ୍ କିୱି ଦଳ […] The post ଡେଭିଡ୍ ଝଡରେ ଉଡିଗଲା ନ୍ୟୁଜିଲାଣ୍ଡ ଟିମ୍ appeared first on Dharitri Odia News.
ସିଡନୀ,୨୧।୨: ଶେଷ ୩ ବଲରେ ଅଷ୍ଟ୍ରେଲିଆକୁ ୧୨ ରନ ସ୍କୋର କରିବାର ଥିଲା। ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ଆଶା ବୋଲର ଟିମ ସାଉଥୀଙ୍କ ଉପରେ ଥିଲା। ଏଥି ସହିତ କଙ୍ଗାରୁକୁ ବିଜୟକୁ ନେବା ଦାୟିତ୍ୱ ଟିମ ଡେଭିଡଙ୍କ ଉପରେ ଥିଲା। ଟିମ ସାଉଥୀଙ୍କ ଚତୁର୍ଥ ବଲରେ ଟିମ ଡେଭିଡ ଗୋଟିଏ ଛକା ମାରିଥିଲେ। ଅଷ୍ଟ୍ରେଲୀୟ ଖେଳାଳି ଏବଂ ପ୍ରଶଂସକମାନେ ଆନନ୍ଦରେ ଡେଇଁଲେ। କିନ୍ତୁ ତଥାପି ୨ଟି ବଲରୁ ୬ ରନ ସ୍କୋର କରିବାକୁ ପଡୁଥିଲା, ଅର୍ଥାତ୍ କିୱି ଦଳ ମ୍ୟାଚ୍ରେ ଥିଲା। ଓଭରର ପଞ୍ଚମ ବଲରେ ଟିମ ଡେଭିଡ ୨ ରନ ପୂରଣ କରିଥିଲେ।
ଶେଷ ବଲରେ ଅଷ୍ଟ୍ରେଲିଆ ୪ ରନ ଆବଶ୍ୟକ କରିଥିଲା। ଟିମ ଡେଭିଡ ବ୍ୟାଟିଂ କରୁଥିଲେ। ଶେଷ ବଲରେ ଚୌକା ମାରି ଟିମ ଡେଭିଡ କଙ୍ଗାରୁକୁ ବିଜୟ ଆଡକୁ ନେଇଥିଲେ। ନ୍ୟୁଜିଲାଣ୍ଡଠାରୁ ଟିମ ଡେଭିଡ ମ୍ୟାଚ ଛଡ଼ାଇ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ୨୦ ଓଭରରେ ୩ ଉଇକେଟ ହରାଇ ୨୧୫ ରନ ସ୍କୋର କରିଥିଲା। ନ୍ୟୁଜିଲାଣ୍ଡ ପାଇଁ ରାଚିନ ରବିନ୍ଦ୍ର ୩୫ ବଲରେ ୬୮ ରନ ସଂଗ୍ରହ କରିଥିଲେ। ଡ୍ବେନ କନୱେ ୪୬ ବଲରେ ୬୩ ରନ ସଂଗ୍ରହ କରିଥିଲେ। ଫିନ ଆଲେନ ୧୭ଟି ବଲରେ ୩୨ରନ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଟାର୍ଗେଟ ସହଜ ନ ଥିଲା। କିନ୍ତୁ ମିଚେଲ ମାର୍ଶ ଅଷ୍ଟ୍ରେଲିଆର ଆଶାକୁ ବଞ୍ଚାଇ ରଖିଥିଲେ। ମିଚେଲ ମାର୍ଶ ୪୪ ବଲରେ ୭୨ ରନ ସ୍କୋର କରିଥିଲେ। ଶେଷ ଓଭରରେ ଟିମ ଡେଭିଡ ବାକି କାମ ସମାପ୍ତ କରିଥିଲେ। ୧୦ଟି ବଲରେ ୩୧ ରନ ସ୍କୋର କରି ଟିମ ଡେଭିଡ ଅଷ୍ଟ୍ରେଲିଆକୁ ବିଜୟ ଆଡକୁ ନେଇଥିଲେ।
The post ଡେଭିଡ୍ ଝଡରେ ଉଡିଗଲା ନ୍ୟୁଜିଲାଣ୍ଡ ଟିମ୍ appeared first on Dharitri Odia News.